ଛଠ ପୂଜା
From Wikipedia, the free encyclopedia
ଆମଦେଶରେ ଛଠ ପୂଜା ବଡ଼ ଧୁମ୍ ଧାମରେ ପାଳନ କରାଯାଇଥାଏ । ଭାରତ ବ୍ୟତୀତ ମରିମସ୍, ତ୍ରିନିଦାଦ, ସୁମାତ୍ରା, ଜାଭା ସମେତ ଅନ୍ୟ ଦ୍ୱୀପମାନଙ୍କରେ ମଧ୍ୟ ଏହି ପର୍ବ ପାଳନ କରାଯାଏ । କାର୍ତ୍ତିକ ଶୁକ୍ଳପକ୍ଷ ଷଷ୍ଠୀରେ ଭଗବାନ୍ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ପାଇଁ ପୂର୍ବ, ପୂର୍ବ ଉତ୍ତର ଭାରତୀୟ ନାରୀମାନେ ନଦୀତଟରେ ଏକତ୍ର ହୋଇ ଅର୍ଘ୍ୟଦାନ କରି ଏହି ପରମ୍ପରାକୁ ବଜାୟ ରଖନ୍ତି । ଭୟାଦୂଜ ପରେ ଏହି ଛଠ୍ ଆରମ୍ଭ ହୋଇ ଚାରିଦିନ ଅନୁଷ୍ଠିତ ହୋଇଥାଏ । ପ୍ରଥମ ଦିନରେ ସୈନ୍ଧବ ଲବଣ ଓ ଘିଅରେ ତିଆରି ହୋଇଥିବା ଅରୱା ଅନ୍ନ ଓ କଖାରୁରେ ରୋଷେଇ ହୋଇଥିବା ତରକାରୀକୁ ପ୍ରସାଦ ରୂପେ ଭୋଗ କରାଯାଇଥାଏ । ଦିନସାରା ଉପବାସ ରହି ସନ୍ଧ୍ୟା ସମୟରେ ବ୍ରତୀ ମହିଳାମାନେ ପ୍ରସ୍ତୁତ କରିଥିବା ଖିରିକୁ ଗ୍ରହଣ କରିଥାନ୍ତି । ଚତୁର୍ଥ ଦିନରେ ବ୍ରତଧାରୀଙ୍କ ବ୍ରତ ସମ୍ପନ୍ନ ହେଲା ପରେ ପ୍ରସାଦକୁ ବଣ୍ଟନ କରି ଅନ୍ନ ଗ୍ରହଣ କରିଥାନ୍ତି । ଏହି ପର୍ବର ଉଦ୍ଦେଶ୍ୟ ହେଲା ସ୍ୱାମୀ, ସନ୍ତାନଙ୍କ ଦୀର୍ଘାୟୁ ଓ ପାରିବାରିକ ସୁଖ ଓ ସମୃଦ୍ଧି ପାଇଁ ପାଳନ କରାଯାଇଥାଏ ।
Chhath | |
---|---|
ଅନ୍ୟ ନାମ | Chhathi Chhath Parv Chhath Puja Dala Chhath Dala Puja Surya Shashthi |
ପାଳନକାରୀ | Hindu and Jain |
ପ୍ରକାର | Cultural, Historical, Religious |
ବିଶେଷତା | To thank Surya for bestowing the bounties of life on earth and fulfilling particular wishes |
ପର୍ବ ପାଳନ | Prayers and religious rituals, including puja and prasad, bathing in the Ganges, and fasting |
ଆରମ୍ଭ | 2 days prior to Kartik Shashthi |
ଶେଷ | The day after Kartik Shashthi |
ତାରିଖ | Kartik Shukla Shashthi |
ପୁନଃପୌନିକତା | biannual (including Chaiti Chhath) |