![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/0/0f/DelhiFlyover_EDITED.jpg/640px-DelhiFlyover_EDITED.jpg&w=640&q=50)
ଜାତୀୟ ରାଜପଥ ( ଭାରତ)
From Wikipedia, the free encyclopedia
ଜାତୀୟ ରାଜପଥ ( ଭାରତ), ଏକ ରାଜପଥ ସମୂହ ରଜାଲତନ୍ତ୍ର । ଏହା ଭାରତ ସରକାରଙ୍କ ଦ୍ୱାର ଗଠିତ ଜାତୀୟ ରାଜପଥ ମନ୍ତ୍ରଣାଳୟଦ୍ୱାରା ପରିଚାଳିତ ହୋଇ ଥାଏ ।ଜୁନ ୨୦୧୬ ସୁଦ୍ଧା ସମୁଦାୟ ୧୦୦.୦୭୮ କିଲୋମିଟର ଜାତୀୟ ରାଜପଥ ସମେତ ୧,୦୦୦ କିଲୋମିଟରର ସୀମିତ ପ୍ରଯୋଗ ଏକ୍ସପ୍ରେସ ୱେ ଥିଲା । ଏଠି ମଧ୍ୟରୁ ପ୍ରାୟ ୨୬,୨୦୦ କିଲୋନିଟର ରାସ୍ତା ୪ ଲେନ ବିଶିଷ୍ଟ ଓ ଅନ୍ୟ ସମସ୍ତ ୨ ଲେନ ବିଶିଷ୍ଟ । .[1][2] ଭାରତ ସରକାରଙ୍କ ଯୋଜନା ଅନୁସାରେ ପ୍ରତ୍ୟହ ୩୦ କିଲୋମିଟର ନୂତନ ରାଜପଥ ବା ବାର୍ଷିକ ୧୧,୦୦୦ କିଲୋମିଟର ନୂତନ ରାଜପଥ ନିର୍ମିତ ହେବ ।୨୦୧୭ରୁ ଆରଭ ହେବାକୁ ଥିବା ଏହି ଯୋଜନା ଅନୁସାରେ ଏଣିକି ସମସ୍ତ ନୂତନ ରାଜପଥ ପୂର୍ବ ପରି ପିଚୁ ନ ହେଇ କଂକ୍ରିଟରେ ନିର୍ମିତ ହେବ ।
![Thumb image](http://upload.wikimedia.org/wikipedia/commons/thumb/0/0f/DelhiFlyover_EDITED.jpg/640px-DelhiFlyover_EDITED.jpg)
![Thumb image](http://upload.wikimedia.org/wikipedia/commons/thumb/8/86/Durgapur_Xpressway.jpg/640px-Durgapur_Xpressway.jpg)
ଭାରତର ସାଧାରଣ ର୍ଜାତୀୟ ରାଜପଥ ସମୂହରେ ବେଗ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ନଥିଲେ ମଧ୍ୟ କିଛି ସ୍ଥାନରେ ବେଗର ନିରୀକ୍ଷ୍ୟଣ କରିବା ବ୍ୟବସ୍ଥା ରହିଛି । .
ଭାରତୀୟ ଜାତୀୟ ରାଜପଥ କର୍ତୃପକ୍ଷ ଭରତରେ ରାଜପଥ ନିର୍ମାଣ , ଉନ୍ନତିକରଣ , ଓ ରକ୍ଷଣା ବେକ୍ଷଣ କାର୍ଯ୍ୟରେ ସମନ୍ନ୍ୟୟ ରଖିଥାଆନ୍ତି । ଏହା ଭରତର ରାଜପଥ ଓ ପରିବହନ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରିଥାଏ । ଜାତୀୟ ରାଜପଥ ଉନ୍ନୟନ ପ୍ରକଳ୍ପ ( NHDP) ଦେଶରେ ରାଜପଥ ସମୂହର ବିକାଶ ଓ ବିସ୍ତାର ପାଇଁ ଏକ ସ୍ୱତନ୍ତ୍ର ଉଦ୍ୟମ ଭାବେ ଗଢ଼ା ହୋଇଛି । ଏଥିରେ ବେସରକାରୀ ସହଯୋଗ ମଧ୍ୟ ନିଆ ଯାଉଛି ।
ଭାରତର ସମସ୍ତ ପ୍ରକାର ରାସ୍ତାରୁ ଜାତୀୟ ରାଜପଥ ୧.୭% ଅଂଶ ରହିଛି ଓ ଏହାଦ୍ୱାରା ୪୦% ଯାତାୟତ ସମ୍ପନ୍ନ ହେଇଥାଏ । [3] ଯଦିଓ ବହୁ ପରିମାଣର ବର୍ତ୍ତମାନ ରାଜପଥ ୨ ଲେନ ବିଶିଷ୍ଟ , ଅନେକ ଅଂଶକୁ ୪ ଲେନ କରିବା କାର୍ଯ୍ୟ ଅଗ୍ରଣୀ ଭିତ୍ତିରେ ଚଳୁଛି । ଏହା ସହ ୨.୬୦୦ କିଲୋମିଟରର ଏକ୍ସପ୍ରେସ ୱେର କାର୍ଯ୍ୟ ମଧ୍ୟ ଚାଳୁଛି ।