ଜାନକୀ ବଲ୍ଲଭ ପଟ୍ଟନାୟକ
ଓଡ଼ିଆ ରାଜନୀତିଜ୍ଞ / From Wikipedia, the free encyclopedia
ଜାନକୀ ବଲ୍ଲଭ ପଟ୍ଟନାୟକ (୩ ଜାନୁଆରୀ ୧୯୨୭ - ୨୧ ଅପ୍ରେଲ ୨୦୧୫) ଜଣେ ରାଜନୀତିଜ୍ଞ, ବାଗ୍ମୀ, ସାମ୍ବାଦିକ ଓ ଲେଖକ ଥିଲେ । ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଆସାମର ରାଜ୍ୟପାଳ, ତିରୁପତି ରାଷ୍ଟ୍ରୀୟ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳାଧିପତି, ଅଖିଳ ଭାରତୀୟ ପ୍ରାଚ୍ୟବିଦ୍ୟା ସମ୍ମେଳନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ । ସେ ରାଜନେତା ଜୟନ୍ତୀ ପଟ୍ଟନାୟକଙ୍କୁ ବିବାହ କରିଥିଲେ । ରାଜନେତା ଓ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ତାଙ୍କ ଜ୍ୱାଇଁ ଓ ସମ୍ବାଦର ସମ୍ପାଦକ ତନୟା ପଟ୍ଟନାୟକ ତାଙ୍କ ନାତୁଣୀ । ସେ 'ଇଷ୍ଟର୍ଣ୍ଣ ଟାଇମ୍ସ' ଖବରକାଗଜରୁ ସାମ୍ବାଦିକ ଭାବେ ନିଜର କର୍ମଜୀବନ ଆରମ୍ଭ କରି ପରେ ତାହାର ସମ୍ପାଦକ ହୋଇଥିଲେ । ସେ ଓଡ଼ିଆ ଦୈନିକ ପ୍ରଜାତନ୍ତ୍ରର ମଧ୍ୟ ସମ୍ପାଦକ ହୋଇ ୧୯୬୭ ପର୍ଯ୍ୟନ୍ତ ସେହି ଭାରରେ ଥିଲେ । ୧୯୬୭ ମସିହାରେ ସେ ପୌରୁଷ ପତ୍ରିକା ପ୍ରତିଷ୍ଠା କରି ତାହାର ସମ୍ପାଦକ ଥିଲେ ।
Quick Facts ଜାନକୀ ବଲ୍ଲଭ ପଟ୍ଟନାୟକ, ରାଜ୍ୟପାଳ, ଆସାମ ...
ଜାନକୀ ବଲ୍ଲଭ ପଟ୍ଟନାୟକ | |
---|---|
ରାଜ୍ୟପାଳ, ଆସାମ | |
କାର୍ଯ୍ୟକାଳ ୧୧ ଡିସେମ୍ବର ୨୦୦୯ – ୧୦ ଡିସେମ୍ବର ୨୦୧୪ | |
ପୂର୍ବ ଅଧିକାରୀ | ସୟଦ ସିବତେ ରାଜି |
ପର ଅଧିକାରୀ | ପଦ୍ମନାଭ ଆଚାର୍ଯ୍ୟ |
ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା | |
କାର୍ଯ୍ୟକାଳ ୯ ଜୁନ ୧୯୮୦ – ୭ ଡିସେମ୍ବର ୧୯୮୯ | |
ପୂର୍ବ ଅଧିକାରୀ | ନୀଳମଣି ରାଉତରାୟ |
ପର ଅଧିକାରୀ | ହେମାନନ୍ଦ ବିଶ୍ୱାଳ |
କାର୍ଯ୍ୟକାଳ ୧୫ ମାର୍ଚ୍ଚ ୧୯୯୫ – ୧୭ ଫେବୃଆରୀ ୧୯୯୯ | |
ପୂର୍ବ ଅଧିକାରୀ | ବିଜୁ ପଟ୍ଟନାୟକ |
ପର ଅଧିକାରୀ | ଗିରିଧର ଗମାଙ୍ଗ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଜାନକୀ ବଲ୍ଲଭ ପଟ୍ଟନାୟକ (1927-01-03)୩ ଜାନୁଆରୀ ୧୯୨୭ ରାମେଶ୍ୱର, ପୁରୀ ଜିଲ୍ଲା |
ମୃତ୍ୟୁ | ୨୧ ଅପ୍ରେଲ ୨୦୧୫(2015-04-21) (ବୟସ ୮୮) ତିରୁପତି |
ରାଜନୀତିକ ଦଳ | କଂଗ୍ରେସ |
ଜୀବନ ସାଥୀ | ଜୟନ୍ତୀ ପଟ୍ଟନାୟକ |
ସନ୍ତାନ | ସୁଦତ୍ତା ପଟ୍ଟନାୟକ |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ |
ୱେବସାଇଟ | Official Website |
Close