From Wikipedia, the free encyclopedia
ଜାପାନରେ ପ୍ରଶାସନର ତିନୋଟି ସ୍ତର ରହିଛି: ଜାତୀୟ, ରାଜ୍ଯସ୍ତରୀୟ ଏବଂ ମୁନିସିପାଲୀୟ ପ୍ରଶାସନ ।[1] ଜାପାନକୁ ରାଷ୍ଟ୍ରୀୟ ସ୍ତରରେ ୪୭ଟି ରାଜ୍ଯରେ ବିଭାଗ କରାଯାଇଛି । ପ୍ରତ୍ଯେକ ରାଜ୍ଯକୁ ଅନେକ ମୁନିସିପାଲିଟିରେ ବିଭକ୍ତ କରାଯାଇଛି । ଜାପାନର ସର୍ବମୋଟ ମୁନିସିପାଲିଟି ସଂଖ୍ଯା ୧,୭୧୯ (୨୦୧୩ ଜାନୁଆରୀରେ) ।. ଜାପାନରେ ଚାରି ପ୍ରକାରର ମୁନିସିପାଲିଟି ଅଛି: ସହର, ନଗର, ଗ୍ରାମ ଏବଂ ବିଶେଷ ସାହି । ଜାପାନୀ ଭାଷାରେ ଏହି ତନ୍ତ୍ରକୁ ଶିକୁଚୋସୋଁ (市区町村) କୁହଯାଏ । ଏଥିରେ ପ୍ରତ୍ଯେକ କାଞ୍ଜି ଏକ ମୁନିସିପାଲିଟିକୁ ସୂଚାଉଛି । କେତେକ ନିର୍ଦ୍ଦେଶିତ ସହରଗୁଡ଼ିକୁ ବିଶେଷ ସାହିରେ ବିଭକ୍ତ କରାଯାଇ ଥାଏ ସତ କିନ୍ତୁ ଟୋକିଓର ବିଶେଷ ସାହି ପରି ଏଗୁଡିକ ମୁନିସିପାଲିଟି ନୁହଁନ୍ତି ।
କୌଣସି ମୁନିସିପାଲିଟିକୁ ଗ୍ରାମ, ନଗର ବା ସହର କୁହାଯିବ ଏହା ଏକ ରାଜ୍ଯସ୍ତରୀୟ ପ୍ରଶାସନଦ୍ୱାରା ନିର୍ଦ୍ଧାରିତ କରାଯାଇ ଥାଏ । ସାଧାରଣତଃ ଯେତେବେଳେ ଏକ ଗ୍ରାମ କିମ୍ବା ନଗରର ଜନସଂଖ୍ୟା ୫୦,୦୦୦ରୁ ଅଧିକ ହୋଇଯାଏ, ଏହାର ପଦୋନ୍ନତି କରାଯାଇ ଏହାକୁ ସହର ବୋଲି କୁହାଯାଏ । ଏକ ସହରର ଜନସଂଖ୍ୟା ୫୦,୦୦୦ରୁ କମିଗଲେ ତାହାକୁ ଗ୍ରାମ କିମ୍ବା ନଗର ବୋଲି ପୁନଃ ନାମିତ କରାଯାଏ ଅବଶ୍ଯ ଏପରି କରିବା ଆବଶ୍ୟକ ନୁହେଁ । ଏଥିରେ ବ୍ଯତିକ୍ରମ ରହିଛି, ସବୁସ୍ଥାନରେ ଏହି ପ୍ରଣାଳୀର ଅନୁସରଣ କରାଯାଇ ନ ଥାଏ । ଉଦାହରଣ ସ୍ବରୂପ; ସବୁଠାରୁ କମ ଜନସଂଖ୍ୟା ବିଶିଷ୍ଟ ସହର ହେଉଛି ହୋକାଇଦୋର ଉତାଶୀନାଇ-ଶୀ ସହର ଯେଉଁଠାରେ ମାତ୍ର ୪,୦୦୦ ଲୋକ ନିବାସ କରନ୍ତି, ଅପରପକ୍ଷେ ସେହି ରାଜ୍ଯର ଅନ୍ୟ ଏକ ନଗର, ଓତୋଫୁକେ-ଚୋରେ ପାଖାପାଖି ୪୦,୦୦୦ରୁ ଅଧିକ ଲୋକ ବସବାସ କରନ୍ତି । ଜାପାନ ରାଷ୍ଟ୍ରର ସବୁଠାରୁ ବଡ଼ ଗ୍ରାମ ଓକିନାୱାର ୟୋମିତାନ୍ମୁରାରେ ୪୦,୫୧୭ ଲୋକ ବାସ କରନ୍ତି ।
ରାଜଧାନୀ ସହର, ଟୋକିଓକୁ ଆଉ ସହର କୁହାଯାଇ ପାରିବ ନାହିଁ । ଟୋକିଓ ରାଜ୍ଯକୁ ବର୍ତ୍ତମାନ ୨୩ଟି ବିଶେଷ ସାହିରେ ବିଭକ୍ତ କରାଯାଇଛି ଯେଉଁଗୁଡିକ ସହର ସମତୁଲ୍ୟ ଅଟନ୍ତି । ତା ଛଡା ଜାପାନୀ ମୁଖ୍ଯଦ୍ୱୀପ ଏବଂ ନିକଟବର୍ତ୍ତୀ ଦ୍ୱୀପମାନଙ୍କରେ ଅନେକ ସହର, ନଗର ତଥା ଗ୍ରାମ ମଧ୍ଯ ଏହି ରାଜ୍ଯର ଅନ୍ତର୍ଭୁକ୍ତ । ଟୋକିଓର ସମସ୍ତ ବିଶେଷ ସାହି, ନିୟମାନୁସାରେ ସହର ସମତୁଲ୍ୟ କିନ୍ତୁ ବେଳେବେଳେ ସମସ୍ତ ସାହିଗୁଡ଼ିକୁ ଏକାଥରରେ ସହର ବୋଲି ମଧ୍ଯ କୁହାଯାଏ ।
ଦେଖନ୍ତୁ : ଜାପାନର ସହରଗୁଡ଼ିକର ସୂଚୀ
ଆହୁରି ଦେଖନ୍ତୁ : ଜାପାନର ମୁଖ୍ଯ ସହର ସମୂହ
ନିମ୍ନରେ ୨୦ଟି ନିର୍ଦ୍ଦେଶିତ ସହରର ନାମ ସେଗୁଡ଼ିକର ବିଶେଷତା ସହ ଦିଆଗଲା:
ବେଳେବେଳେ କାଞ୍ଜି-町କୁ ହିଁ ଏକ ଶିଳ୍ପାଞ୍ଚଳର ବିଭାଗ ପାଇଁ ବ୍ଯବହାର କରାଯାଏ । ଖୁବ୍ କମ୍ ପରିସ୍ଥିତିରେ ଏକ ଗ୍ରାମର ବିଭାଗକୁ ସମାନ କାଞ୍ଜିଦ୍ୱାରା ଚିହ୍ନିତ କରାଯାଇ ଥାଏ । କାଞ୍ଜି ସମାନ ଥିଲେ ମଧ୍ଯ ଏହି ବିଭାଗଗୁଡ଼ିକ ମୁନିସିପାଲିଟି ନୁହଁନ୍ତି । କେତେକ ସମୟରେ ବିଭାଗୀୟ ନାମଟି ଗାପ୍ପେଇର ଅବଶେଷ ରୂପ । ଗାପ୍ପେଇ ହେଉଛି ଏକ ପ୍ରଣାଳୀ, ଯେଉଁଥିରେ ପାଖାପାଖି ବସତିଗୁଡ଼ିକୁ ଏକାଠି କରି ଏକ ବଡ଼ ମୁନିସିପାଲିଟି ଗଠନ କରାଯାଏ । ଏପରି କରିବାଦ୍ୱାରା ପୁରୁଣା ନଗରୀୟ ନାମଗୁଡିକୁ ନୂଆ ସହରର ଏକ ବିଭାଗର ନାମ ପାଇଁ ବ୍ଯବହାର କରାଯାଏ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.