ଜିତେନ୍ଦ୍ର ହରିପାଲ
ଭାରତୀୟ ଓଡ଼ିଆ ଗାୟକ / From Wikipedia, the free encyclopedia
ଜିତେନ୍ଦ୍ର ହରିପାଲ (ଜିତେନ୍ଦ୍ରିୟ ହରିପାଳ ନାମରେ ମଧ୍ୟ ପରିଚିତ) ଜଣେ ପଦ୍ମଶ୍ରୀ ସମ୍ମାନିତ ଗାୟକ ।[1] ସେ 'ରଙ୍ଗବତୀ' ଗୀତ ଗାଈ ପ୍ରସିଦ୍ଧ ହୋଇଥିଲେ । ସେ ସମ୍ବଲପୁରୀ ଗାୟିକା କ୍ରୀଷ୍ଣା ପଟେଲଙ୍କ ସହ କୋଶଳୀ ଭାଷାରେ ଲୋକ ସଂଗୀତ "ରଙ୍ଗବତୀ"ର ଉପସ୍ଥାପନା କଲେ । ଜିତେନ୍ଦ୍ର ସମ୍ବଲପୁରର ଏକ ଦଳିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପରେ ସେ ରଙ୍ଗବତୀର ପ୍ରଭୁତା ସଫଳତା ପରେ କୋଶଳୀ ଭାଷାରେ ୧୦୦୦ରୁ ଉର୍ଦ୍ଧ ଗୀତ ଗାଇଥିଲେ । ଆକାଶବାଣୀ କଳାକାର ହିସାବରେ ମଧ୍ୟ ବହୁତ ସଙ୍ଗୀତ ପରିବେଷଣ କରିଥିଲେ ଭି ବର୍ତ୍ତମାନ ସୁଦ୍ଧା ଦାରିଦ୍ରତାର କଷାଘାତରୁ ମୁକ୍ତ ହେଇ ପରି ନାହାନ୍ତି । [2]
Quick Facts ଜିତେନ୍ଦ୍ର ହରିପାଲ, ଜାତୀୟତା ...
ଜିତେନ୍ଦ୍ର ହରିପାଲ | |
---|---|
ଜାତୀୟତା | ଭାରତୀୟ |
ଅନ୍ୟ ନାମ | ଜିତେନ୍ଦ୍ରୀୟ ହରିପାଳ |
ପିତାମାତା | ମାନଧାତା ହରିପାଳ |
ପୁରସ୍କାର | ପଦ୍ମଶ୍ରୀ ୨୦୧୭ |
Close