ଜାଭା ପ୍ରୋଗ୍ରାମିଙ୍ଗ ଭାଷାର ଜନ୍ମଦାତା From Wikipedia, the free encyclopedia
ଜେମ୍ସ ଗସଲିଙ୍ଗ (ଜନ୍ମ ମଇ ୧୯,୧୯୫୫) ଜଣେ କାନାଡିୟାନ କମ୍ପ୍ୟୁଟର ବୈଜ୍ଞାନିକ। ସେ ଜାଭା ପ୍ରୋଗ୍ରାମିଙ୍ଗ ଭାଷାର ଜନକ ରୂପେ ବେଶ ଜଣାଶୁଣା।
ଜେମ୍ସ ଗସଲିଙ୍ଗ | |
---|---|
ଜନ୍ମ | James Gosling ୧୯ ମଇ ୧୯୫୫ Near Calgary, Alberta, |
ଜାତୀୟତା | କାନାଡିୟାନ |
ଶିକ୍ଷାନୁଷ୍ଠାନ |
|
ପ୍ରସିଦ୍ଧି | ଜାଭା (ପ୍ରୋଗ୍ରାମିଙ୍ଗ ଭାଷା) |
ପୁରସ୍କାର | Officer of the Order of Canada |
ବିଜ୍ଞାନୀ ଜୀବନ | |
କର୍ମାନୁଷ୍ଠାନ |
|
ବୈଜ୍ଞାନିକ ନିବନ୍ଧ | Algebraic Constraints (1983) |
ଡକ୍ଟରୀ ଉପଦେଷ୍ଟା | Bob Sproull[2] |
ୱେବସାଇଟ | nighthacks |
କାଲଗରୀ ବିଶ୍ୱବିଦ୍ୟାଳୟରୁ ଜେମ୍ସ ଗସଲିଙ୍ଗ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ଓ ଏମ.ଏ ଓ ପି.ଏଚ.ଡି କାର୍ଣ୍ଣିଗ ମେଲନ ବିଶ୍ୱବିଦ୍ୟାଳୟରେ ସଂପର୍ଣ୍ଣ କରିଥିଲେ। ସନ୍ ମାଇକ୍ରୋ ସିସ୍ଟମ୍ରେ ଯୋଗ ଦେବା ଆଗରୁ କାର୍ଣ୍ଣିଗ ମେଲନ ବିଶ୍ୱବିଦ୍ୟାଳୟଠାରେ ସେ ୧୬-ୱେ କମ୍ପ୍ୟୁଟର ସିସ୍ଟମ ପାଇଁ ୟୁନିକ୍ସର ମଲ୍ଟି ପ୍ରୋସେସର ତିଆରି କରିଥିଲେ। ସେ ସେଠାରେ ମଧ୍ୟ ବିଭିନ୍ନ କମ୍ପାଇଲର୍ ମେଲ୍ ସିସ୍ଟମ ଉନ୍ନତ କରିଥିଲେ।
ଗସ୍ଲିଙ୍ଗ ୧୯୮୪ ମସିହାରୁ ୨୦୧୦ ମସିହା ପର୍ଯ୍ୟନ୍ତ ସନ୍ ମାଇକ୍ରୋ ସିସ୍ଟମରେ କାର୍ଯରତ ଥିଲେ। ସେ ଜାଭା ପ୍ରୋଗ୍ରାମିଙ୍ଗ ଭାଷାର ଜଙ୍କ ରୂପେ ଜଣାଶୁଣା।[3]ସନ୍ ମାଇକ୍ରୋ ସିସ୍ଟମକୁ ଓରାକେଲ୍ କର୍ପୋରେସନ କିଣିବା ପରେ ସେ ଏପ୍ରିଲ ୨,୨୦୧୦ ମସିହାରେ ଗସ୍ଲିଙ୍ଗ ସନ୍ ମାଇକ୍ରୋ ସିସ୍ଟମରୁ ବିଦାୟ ନେଇଥିଲେ।
ଗସ୍ଲିଙ୍ଗ ପ୍ରଥମରୁ ଗସ୍ଲିଙ୍ଗ ଏମାକ୍ସର ଲେଖକ ରୂପେ ଜଣାଶୁଣା।[4] ସେ NeWS ୱିନ୍ଡୋୱିଙ୍ଗ୍ ସିସ୍ଟମ ଉଦ୍ଭାବକ ମଧ୍ୟ ଅଟନ୍ତି କିନ୍ତୁ ସନ୍ ମାଇକ୍ରୋ ସିସ୍ଟମ ଏହାକୁ ମୁକ୍ତ ବ୍ୟବହାର ଯୋଗ୍ୟ କରିବାର ଅନ୍ୁମତି ଦେଇନଥିବାରୁ ଏହା ପରେ କ୍ଷତିଗ୍ରସ୍ତ ହୋଇଥିଲା।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.