ଟେରାକୋଟା ସେନା
From Wikipedia, the free encyclopedia
ଟେରାକୋଟା ସେନା (ଈଂରାଜୀରେ The Terracotta Army) ବିଶ୍ୱ ଐତିହ୍ୟ ମାନ୍ୟତାପ୍ରାପ୍ତ ଏକ ଐତିହାସିକ କୃତି । ପ୍ରାଚୀନ ଚୀନ ଦେଶର ଚିନ୍ (Qin) ରାଜବଂଶର ପ୍ରଥମ ସମ୍ରାଟ ଚିନ୍ ଶି ହୁଆଂଗ୍ଙ୍କ କବରରୁ ମାଟି ବା ଟେରାକୋଟା ନିର୍ମିତ ଶହ ଶହ ସୈନିକ ମୂର୍ତ୍ତି ଉଦ୍ଧାର କରାଯାଇଥିଲା । ଏହି ମାଟି ନିର୍ମିତ ସୈନ୍ୟ ବାହିନୀ ମୃତ୍ୟୁର ପରବର୍ତ୍ତୀ ଜୀବନରେ ସମ୍ରାଟଙ୍କ ସୁରକ୍ଷା କରିବ ବୋଲି ସେତେବେଳେ (ପ୍ରାୟ ଖ୍ରୀଷ୍ଟପୂର୍ବ ୨୧୦-୨୦୯) ବିଶ୍ୱାସ ରହିଥିଲା । ଟେରାକୋଟା ସେନାରେ ତତ୍କାଳୀନ ଚୀନୀ କଳାର ଝଲକ ଦେଖାଯାଏ ।
ପ୍ରଥମ ଚିନ୍ ଶାସକଙ୍କ କବରରେ ରହିଥିବା ଟେରାକୋଟା ସେନା* | |
---|---|
ଇଉନେସ୍କୋ ସ୍ଥଳୀ | |
ପ୍ରକାର | ସାଂସ୍କୃତିକ |
ନିୟମ | i, iii, iv, vi |
ଆଧାର | ୪୪୧ |
ଅଞ୍ଚଳ** | {{{Region}}} |
ଲେଖ ଇତିହାସ | |
ଲେଖ | ୧୯୮୭ (Unknown ଭାଗ) |
* ବିଶ୍ଵ ଐତିହ୍ୟ ସ୍ଥଳୀରେ ଥିବା ନାଆଁ ** ଇଉନେସ୍କୋ ଦେଇ ବିଭାଗିତ ନାଆଁ |
ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀର ଶେଷଆଡ଼କୁ ନିର୍ମିତ[1] ଏହି ମୂର୍ତ୍ତି ସବୁ ୧୯୭୪ ମସିହାରେ ଆବିଷ୍କୃତ ହୋଇଥିଲେ । ଚୀନର ଶାଂଜି ଅଞ୍ଚଳର କିଛି ଚାଷୀ ମାଟି ଖୋଳିବା ବେଳେ ପ୍ରଥମେ ଏହି ମୂର୍ତ୍ତିଗୁଡ଼ିକୁ ଠାବ କରିଥିଲେ । ସତରଞ୍ଜ ବା ଚେସ୍ ଖେଳର ଗୋଟି ପରି ମୂର୍ତ୍ତିଗୁଡ଼ିକ ଭିନ୍ନ ଭିନ୍ନ ଉଚ୍ଚତାର ଓ ଉଚ୍ଚତାରୁ ମୂର୍ତ୍ତିରେ ଦର୍ଶିତ ସେନା ଅଧିକାରୀଙ୍କ ପଦବୀ ବିଷୟରେ ସୂଚନା ମିଳେ । ଉଚ୍ଚତମ ମୂର୍ତ୍ତିଗୁଡ଼ିକ ସେନାପତି ବା ସେନାଧ୍ୟକ୍ଷଙ୍କର । ଅନ୍ୟ ମୂର୍ତ୍ତିମାନଙ୍କ ମଧ୍ୟରେ ପଦାତିକ ବାହିନୀ, ରଥାରୋହୀ, ଅଶ୍ୱାରୋହୀ ଇତ୍ୟାଦି ମୂର୍ତ୍ତିମଧ୍ୟ ରହିଛି । ୨୦୦୭ ମସିହାରେ ପ୍ରକାଶିତ ତଥ୍ୟ ଅନୁଯାୟୀ ୩ଟି ବଡ଼ ବଡ଼ ଗାତରେ ୮୦୦୦ରୁ ଅଧିକ ସୈନ୍ୟ, ୧୩୦ ରଥ, ରଥ ଟାଣୁଥିବା ୫୨୦ ଘୋଡ଼ା ଓ ଅଶ୍ୱାରୋହୀଙ୍କୁ ବହନ କରୁଥିବା ୧୫୦ଟି ଘୋଡ଼ାଙ୍କ ମୂର୍ତ୍ତି ସମ୍ରାଟଙ୍କ କବରରେ ପ୍ରହରୀ ଭାବେ ପୋତାଯାଇଥିଲେ ।[2] ରାଜ ଦରବାରର କିଛି ବେସାମରିକ ଅଧିକାରୀଙ୍କ ମୂର୍ତ୍ତି, କଳାକାର, ନର୍ତ୍ତକ, କ୍ରୀଡ଼ାବିତ୍ ଓ ସଙ୍ଗୀତକାରଙ୍କ ମୂର୍ତ୍ତି ମଧ୍ୟ ଏହି କବରରୁ ମିଳିଥିଲା ।