From Wikipedia, the free encyclopedia
ଡଲାର (ଯାହାକି $ ଚିହ୍ନ ପ୍ରଦର୍ଶିତ ହୁଏ) ଯାହାକି ଅନେକ ଗୁଡ଼ିଏ ଭିନ୍ନ ଭିନ୍ନ ଦେଶର ମୁଦ୍ରାର ନାମ । କେବଳ ନାମଟି ସମାନ ହେଲେ ହେଁ ମୁଦ୍ରା ଗୁଡ଼ିକ ଭିନ୍ନ । ଅଷ୍ଟ୍ରେଲିଆ, ବେଲିଜ୍, ବୃନେଇ, କାନଡ଼ା, ହଂକଂ, ଜାମାଇକା, ନାମିବିଆ, ନ୍ୟୁଜିଲ୍ୟାଣ୍ଡ, ସିଙ୍ଗାପୁର, ସୁରିନାମ, ତାଇୱାନ ଓ ଯୁକ୍ତରାଷ୍ଟ୍ର ଆମେରିକାର ମୁଦ୍ରାର ନାମ ଡଲାର । ଯୁକ୍ତରାଷ୍ଟ୍ର ଆମେରିକୀୟ ଡଲାର ନିମ୍ନୋକ୍ତ ଦେଶମାନଙ୍କ ଆଧିକାରିକ ମୁଦ୍ରା : ପୂର୍ବ ତିମୋର, ଇକୁଆଡ଼ର, ଏଲ ସାଲଭାଡ଼ର, ମାଇକ୍ରୋନେସିଆ ସଙ୍ଘୀୟ ରାଜ୍ୟ, ମାର୍ଶାଲ ଦ୍ୱୀପପୁଞ୍ଜ, ପାଲାଉ, କାରିବିଆନ ନେଦରଲ୍ୟାଣ୍ଡ । ସାଧାରଣତଃ ଗୋଟିଏ ଡଲାର ୧୦୦ ସେଣ୍ଟରେ ବିଭକ୍ତ ।
୧୫ ଜାନୁଆରୀ ୧୫୨୦ରେ ବୋହେମିଆ ରାଜତ୍ୱରେ ଏକ ନୂଆ ପ୍ରକାର ମୁଦ୍ରାର ପ୍ରଚଳନ ହେଲା । ଏଥିଲାଗି ଆବଶ୍ୟକ ରୂପା ଜୋଆଖିମସ୍ଥାଲ ନାମକ ସ୍ଥାନରେ ଥିବା ଖଣିରୁ ମିଳୁଥିଲା । ଏହି ନାମାନୁସାରେ ମୁଦ୍ରାକୁ ସାଧାରଣ ପ୍ରଚଳନରେ ଥାଲର ବା ଟାଲର କୁହାଯାଉଥିଲା । ଚେକ୍ ଭାଷାରୁ ଏହି ଶବ୍ଦ କାଳକ୍ରମେ ଅପଭ୍ରଂଶ ହୋଇ ଡଚ୍ ଭାଷା ଦେଇ ଇଂରାଜୀରେ ପହଞ୍ଚିବା ବେଳେ ଡଲାରରେ ପରିଣତ ହେଲା । [1]
୧୭୭୦ ପାଖାପାଖି କିଛି ବ୍ୟାବସାୟିକ ପତ୍ରାଚାରରେ ସଂକ୍ଷେପଣ ରୂପେ ସ୍ପାନିଶ୍-ଆମେରିକାନ ପେସୋ ଲାଗି "ps" ବ୍ୟବହାର କରାଯାଉଥିଲା ।[2][3] ଏହି ପେସୋକୁ ବ୍ରିଟିଶ ଶାସିତ ଉତ୍ତର ଆମେରିକାରେ ସ୍ପେନୀୟ ଡଲାର ମଧ୍ୟ କୁହାଯାଉଥିଲା । ପରବର୍ତ୍ତୀ ସମୟରେ 's' ଟିକୁ 'p' ଉପରେ ଲେଖାଗଲା ଯେଉଁଥିରୁ "$" ଚିହ୍ନର ଉତ୍ପତ୍ତି ହେଲା । [4][5][6][7][8]
ଦେଶ | ମୁଦ୍ରା | ISO 4217 ସଙ୍କେତ | ପ୍ରଚଳନ ତାରିଖ | ପ୍ରଚଳନ ପୂର୍ବ ମୁଦ୍ରା |
---|---|---|---|---|
ଆଣ୍ଟିଗୁଆ ଓ ବାର୍ବୁଡା | ପୂର୍ବ କାରିବୀୟ ଡଲାର | XCD | ||
ଅଷ୍ଟ୍ରେଲିଆ ଓ ଏହାର ଶାସିତ ଅଞ୍ଚଳ | ଅଷ୍ଟ୍ରେଲୀୟ ଡଲାର | AUD | 1966-02-14 | ଅଷ୍ଟ୍ରେଲୀୟ ପାଉଣ୍ଡ 1910-1966 ପାଉଣ୍ଡ ଷ୍ଟର୍ଲିଙ୍ଗ 1825-1910 |
ବାହାମାସ | ବାହାମୀୟ ଡଲାର | BSD | ବାହାମୀୟ ପାଉଣ୍ଡ | |
ବାରବାଡୋସ | ବାରବାଡ଼ୀୟ ଡଲାର | BBD | ||
ବେଲିଜ | ବେଲିଜ ଡଲାର | BZD | 1973 | ବ୍ରିଟିଶ-ହଣ୍ଡୁରାନ୍ ଡଲାର |
ଛାଞ୍ଚ:Country data ବର୍ମୁଡ଼ା | ବର୍ମୁଡ଼ା ଡଲାର | BMD | ||
ବୃନେଇ | ବୃନେଇ ଡଲାର (ସିଙ୍ଗାପୁର ଡଲାର ମଧ୍ୟ ଆଧିକାରିକ ମୁଦ୍ରା) |
BND (SGD) |
||
କାନାଡ଼ା | କାନାଡ଼ୀୟ ଡଲାର | CAD | 1858 | କାନାଡ଼ୀୟ ପାଉଣ୍ଡ 1841-1858 ସ୍ପେନୀୟ ଡଲାର 1841 ପୂର୍ବରୁ ନିଉ ଫାଉଣ୍ଡଲ୍ୟାଣ୍ଡ ଡଲାର, 1949 ପୂର୍ବରୁ ନିଉ ଫାଉଣ୍ଡଲ୍ୟାଣ୍ଡରେ |
ଛାଞ୍ଚ:Country data କେମ୍ୟାନ ଦ୍ୱୀପପୁଞ୍ଜ | କେମ୍ୟାନ ଦ୍ୱୀପପୁଞ୍ଜ ଡଲାର | KYD | ||
ଡୋମିନିକା | ପୂର୍ବ କାରିବୀୟ ଡଲାର | XCD | ||
ପୂର୍ବ ଟିମୋର | ଯୁକ୍ତରାଷ୍ଟ୍ର ଆମେରିକୀୟ ଡଲାର | USD | ||
ଛାଞ୍ଚ:Country data ଇକ୍ୱାଡୋର | ଯୁକ୍ତରାଷ୍ଟ୍ର ଆମେରିକୀୟ ଡଲାର | USD | 2001 | ଇକୁଆଡ଼ର ସୁକ୍ରେ |
ଏଲ ସାଲଭାଡୋର | ଯୁକ୍ତରାଷ୍ଟ୍ର ଆମେରିକୀୟ ଡଲାର | USD | 2001-01-01 | ସାଲଭାଡ଼ୋରୀୟ କୋଲୋନ |
ଫିଜି | ଫିଜୀୟ ଡଲାର | FJD | ||
ଗ୍ରେନାଡ଼ା | ପୂର୍ବ କାରିବୀୟ ଡଲାର | XCD | ||
ଗାୟାନା | ଗାୟାନୀୟ ଡଲାର | GYD | ||
ଛାଞ୍ଚ:Country data ହଂକଂ | ହଂକଂ ଡଲାର | HKD | 1863 | ଟଙ୍କା, ରିଏଲ୍ |
ଜାମାଇକା | ଜାମାଇକା ଡଲାର | JMD | 1969 | ଜାମାଇକା ପାଉଣ୍ଡ |
କିରିବାତି | କିରିବାତି ଡଲାର ତା ସହ ଅଷ୍ଟ୍ରେଲୀୟ ଡଲାର ମଧ୍ୟ ଅଧିକୃତ | |||
ଲାଇବେରିଆ | ଲାଇବେରୀୟ ଡଲାର | LRD | ||
ମାର୍ଶାଲ ଦ୍ୱୀପପୁଞ୍ଜ | ଯୁକ୍ତରାଷ୍ଟ୍ର ଆମେରିକୀୟ ଡଲାର | USD | ||
ମାଇକ୍ରୋନେସିଆ କେନ୍ଦ୍ରଶାସିତ ପ୍ରଦେଶ | ଯୁକ୍ତରାଷ୍ଟ୍ର ଆମେରିକୀୟ ଡଲାର | USD | ||
ନାମିବିଆ | ନାମିବୀୟ ଡଲାର ତା ସହ ଦକ୍ଷିଣ ଆଫ୍ରିକୀୟ ରାଣ୍ଡ ମଧ୍ୟ ଅଧିକୃତ | NAD | 1993 | ଦକ୍ଷିଣ ଆଫ୍ରିକୀୟ ରାଣ୍ଡ |
ନାଉରୁ | ଅଷ୍ଟ୍ରେଲୀୟ ଡଲାର | AUD | ||
ନିଉଜିଲ୍ୟାଣ୍ଡ ଓ ଏହାର ଶାସିତ ଅଞ୍ଚଳ | ନିଉଜିଲ୍ୟାଣ୍ଡ ଡଲାର | NZD | 1967 | ନିଉଜିଲ୍ୟାଣ୍ଡ ପାଉଣ୍ଡ |
ପାଲାଉ | ଯୁକ୍ତରାଷ୍ଟ୍ର ଆମେରିକୀୟ ଡଲାର | USD | ||
ଛାଞ୍ଚ:Country data ସେଣ୍ଟ କିଟ୍ସ ଓ ନେଭିସ | ପୂର୍ବ କାରିବୀୟ ଡଲାର | XCD | ||
ସେଣ୍ଟ ଲୁସିଆ | ପୂର୍ବ କାରିବୀୟ ଡଲାର | XCD | ||
ଛାଞ୍ଚ:Country data ସେଣ୍ଟ ଭିନ୍ସେଣ୍ଟ ଓ ଗ୍ରେନାଡ଼ିନ | ପୂର୍ବ କାରିବୀୟ ଡଲାର | XCD | ||
ସିଙ୍ଗାପୁର | ସିଙ୍ଗାପୁର ଡଲାର | SGD | ||
ସୋଲୋମନ ଦ୍ୱୀପପୁଞ୍ଜ | ସୋଲୋମନ ଦ୍ୱୀପପୁଞ୍ଜ ଡଲାର | SBD | ||
ସୁରିନାମ | ସୁରିନାମୀୟ ଡଲାର | SRD | 2004 | ସୁରିନାମୀୟ ଗିଲ୍ଡର |
ଛାଞ୍ଚ:Country data ତାଇୱାନ | ନୂତନ ତାଇୱାନ ଡଲାର | TWD | 1949 | |
ତ୍ରିନିଦାଦ ଓ ଟବାଗୋ | ତ୍ରିନିଦାଦ ଓ ଟବାଗୋ ଡଲାର | TTD | ||
ଟୁଭାଲୋ | ଟୁଭାଲୋ ଡଲାର ତା ସହ ଅଷ୍ଟ୍ରେଲୀୟ ଡଲାର | |||
ଯୁକ୍ତରାଷ୍ଟ୍ର ଆମେରିକା ଓ ଏହାର ଶାସିତ ଅଞ୍ଚଳ | ଯୁକ୍ତରାଷ୍ଟ୍ର ଆମେରିକୀୟ ଡଲାର | USD | 1792 | ସ୍ପେନୀୟ ଡଲାର |
ଜିମ୍ବାୱେ | ଯୁକ୍ତରାଷ୍ଟ୍ର ଆମେରିକୀୟ ଡଲାର | USD | ଜିମ୍ବାୱେ ଡଲାର |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.