ଡାହାଣୀ ଖୋଜା
ଡାହାଣୀ ଖୋଜା, କହିଲେ ଡାହାଣୀ ନାମଧାରୀ କୌଣସି ଲୋକକୁ ବା ଗୁଣି ଗାରେଡ଼ିର ପ୍ରମାଣ ଥିଲେ ତାକୁ ଖୋଜିବାକୁ ବୁଝ / From Wikipedia, the free encyclopedia
ଡାହାଣୀ ଖୋଜା, କହିଲେ ଡାହାଣୀ ନାମଧାରୀ କୌଣସି ଲୋକକୁ ବା ଗୁଣି ଗାରେଡ଼ିର ପ୍ରମାଣ ଥିଲେ ତାକୁ ଖୋଜିବାକୁ ବୁଝାଏ । ପ୍ରାୟ ୧୪୫୦-୧୭୫୦ ମସିହାର ମଧ୍ୟରେ ଆଧୁନିକ ୟୁରୋପର ଆରମ୍ଭରେ ଓ ଆମେରିକା କଲୋନୀ ସମୟର ଆଧୁନିକ କାଳରେ ଓ ତିରିଶ ବର୍ଷ କାଳର ଯୁଦ୍ଧ ବେଳେ ଡାହାଣୀ ବିଚାର କରାଯାଇ ପ୍ରାଯ ୩୫,୦୦୦ରୁ ୫୦,୦୦୦ ହତ୍ୟା କରାଯିବାର ପ୍ରମାଣ ପ୍ରୋଟେଷ୍ଟାଣ୍ଟମାନେ ପାଇଥିଲେ ।[1] ୟୁରୋପରେ ଅଷ୍ଟାଦଶ ଶତାବ୍ଦୀରେ ଶେଷ ଡାହାଣୀ ହତ୍ୟା କରାଯାଇଥିଲା । ଆଫ୍ରିକା ଓ ଏସିଆ ଭଳି ଦେଶମାନଙ୍କରେ, ସବ-ସାହାର ଆଫ୍ରିକା ଓ ପାପୁଆ ନିଉ ଗିନି ଅଞ୍ଚଳରେ ଡାହାଣୀ ଖୋଜା ହେବାର ଖବର ମିଳୁଛି ଓ ସାଉଦି ଆରବ ତଥା କାମେରୁନରେ ଏହା ବିରୁଦ୍ଧରେ କାନୁନ ବିଧେୟକ ପାସ ହୋଇଛି ।
ପ୍ରଚଳିତ ଭାଷାମାନଙ୍କରେ ରାଜଦ୍ରୋହୀ, ଅବିଶ୍ୱାସୀ ଲୋକଙ୍କୁ ରାଜନୈତିକ ପ୍ରତିଦ୍ୱନ୍ଦୀ କାରଣରୁ ଖୋଜାଯିବାକୁ ଏହି 'ଡାହାଣୀ ଖୋଜା' ପରିସରରେ ନିଆଯାଉଛି ଯାହାର ମୂଳ ଲକ୍ଷ ବିରୋଧୀମାନଙ୍କୁ ହତ୍ୟା କରିବା ରହୁଛି ।[2] ଏଥିରେ ନୈତିକତା ଆତଙ୍କ[3] ବା ସାମୁହିକା ଉନ୍ମାଦନା ରହୁଛି । [4]