ଥାକାଳି ଶିବଶଙ୍କର ପିଲାଇ
ମାଲାୟାଲାମ ଲେଖକ / From Wikipedia, the free encyclopedia
ଥାକଜୀ ଶିବଶଙ୍କର ପିଲ୍ଲାଇ (୧୭ ଏପ୍ରିଲ ୧୯୧୨-୧୦ ଏପ୍ରିଲ ୧୯୯୯), ଯିଏକି ତାଙ୍କ ଜନ୍ମସ୍ଥାନ ଥାକଜୀ ନାମରେ ବେଶ୍ ଜଣାଶୁଣା, ଜଣେ ଭାରତୀୟ ଔପନ୍ୟାସିକ ତଥା ମାଲାୟାଲମ୍ ସାହିତ୍ୟର କ୍ଷୁଦ୍ରଗଳ୍ପ ଲେଖକ ଥିଲେ [1]| ଦଳିତ ଶ୍ରେଣୀର ଜୀବନ ଉପରେ ପର୍ଯ୍ୟବସିତ ୩୦ରୁ ଅଧିକ ଉପନ୍ୟାସ ଏବଂ ୬୦୦ରୁ ଅଧିକ କ୍ଷୁଦ୍ରଗଳ୍ପର ସ୍ରଷ୍ଟା ଥିଲେ ସେ । କାୟର (Coir, ୧୯୭୮) ଏବଂ ଚେମ୍ମିନ (Prawns, ୧୯୫୬) ଭଳି ସାହିତ୍ୟିକ କୃତି ପାଇଁ ସେ ଜଣାଶୁଣା । ପିଲ୍ଲାଇ ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ଭୂଷଣରଦ୍ୱାରା ସମାନିତ ହୋଇଥିଲେ । ଏହାଛଡା ୧୯୮୪ର ମସିହାରେ କାୟର ଉପନ୍ୟାସ ପାଇଁ ଭାରତର ସର୍ବୋଚ୍ଚ ସାହିତ୍ୟିକ ପୁରସ୍କାର ଜ୍ଞାନପୀଠ ପୁରସ୍କାର ମଧ୍ୟ ସେ ପାଇଥିଲେ ।