ଦମୟନ୍ତୀ ବେଶ୍ରା
ସାନ୍ତାଳୀ ସାହିତ୍ୟିକ / From Wikipedia, the free encyclopedia
ଦମୟନ୍ତୀ ବେଶ୍ରା (ଜନ୍ମ: ୧୯ ଫେବୃଆରୀ ୧୯୬୨) ଜଣେ ସାନ୍ତାଳୀ ଭାଷା ଲେଖିକା । ୧୯୯୪ରେ "ଜିୱି ଝର୍ନା" ନାମକ କବିତା ସଂକଳନ ଲେଖି ସେ ସାନ୍ତାଳୀ ଭାଷାର ପ୍ରଥମ ଲେଖିକା ଭାବେ ପରିଚିତ ହୋଇଥିଲେ । ତାଙ୍କର "ସାୟ୍ ସାହେଦ୍" କବିତା ସଂକଳନ ପାଇଁ ସେ ୨୦୦୯ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ । ୨୦୧୧ ମସିହାରୁ ସେ "କଦମ ଦାର" ନାମକ ସାନ୍ତାଳୀ ପତ୍ରିକା ପ୍ରକାଶ କରିଆସୁଛନ୍ତି । ସେ ସାନ୍ତାଳୀ ଭାଷାରେ ୨୦ଟି ଓ ଓଡ଼ିଆରେ ୮ଟି ବହି ରଚନା କରିଛନ୍ତି ।[1] ସାନ୍ତାଳୀରେ ତାଙ୍କର ସାହିତ୍ୟିକ କୃତି ନିମନ୍ତେ ତାଙ୍କୁ ୨୦୨୦ ମସିହାରେ ପଦ୍ମଶ୍ରୀ ସମ୍ମାନ ମିଳିଥିଲା ।[2]