ଓଡ଼ିଆ ଚିକିତ୍ସକ From Wikipedia, the free encyclopedia
ଦିଗମ୍ବର ବେହେରା ( ଜନ୍ମ - ୧୯୫୩), ଜଣେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଚିକିତ୍ସକ ।[1] ସେ ଫୁସଫୁସ ସମ୍ବନ୍ଧୀୟ ରୋଗର ବିଶେଷଜ୍ଞ ଓ ଫୁସଫୁସ କର୍କଟ ବେମାରୀରେ ଦରକାର କେମୋଥେରାପିରେ ଧୁରନ୍ଧର ଡାକ୍ତର ଭାବରେ ତାଙ୍କର ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ରହିଛି ।[2] ୨୦୨୦ ମସିହାରେ ଭାରତ ସରକାର ଦିଗମ୍ବରଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ ।[3] କରୋନା ଭୂତାଣୁ ସଂକ୍ରମଣ ବିଷୟରେ ଭାରତରେ ହେଉଥିବା ଗବେଷଣା ନିମନ୍ତେ ଗଠିତ ୬ ଜଣିଆ କ୍ଲିନିକାଲ୍ ରିସର୍ଚ୍ଚ ଗ୍ରୁପର ଅଂଶ ଭାବରେ ସେ ଭାରତ ସରକାରଙ୍କଦ୍ୱାରା(ଆଇସିଏମାଅର) ମନୋନୀତ ହୋଇଛନ୍ତି ।[4] ଚିକିତ୍ସା କ୍ଷେତ୍ରରେ ଅବଦାନ ପାଇଁ ସେ ବହୁ ଦେଶୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁବାର ପୁରସ୍କୃତ ହୋଇଛନ୍ତି ।[5]
ଦିଗମ୍ବର ୧୯୫୩ ମସିହାରେ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଏକ ମଧ୍ୟବିତ୍ତ ପରିବାର ଥିଲା ଓ ତାଙ୍କ ପିତାମାତା ଅଶିକ୍ଷିତ ଥିଲେ । ଦିଗମ୍ବରଙ୍କ ୪-୫ କିଲୋମିଟର ଦୂର ବିଦ୍ୟାଳୟକୁ ଖାଲି ପାଦରେ ଚାଲି ଚାଲି ଯିବାକୁ ପଡୁଥିଲା । ପାଠ ପଢ଼ିବା ସହ ସେ ନିଜ ପିତାଙ୍କୁ ଚାଷ କାମରେ ମଧ୍ୟ ସାହାଯ୍ୟ କରୁଥିଲେ ।[6] ୧୯୭୮ ମସିହାରେ ସେ କଟକର ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରୁ ଏମବିବିଏସ ଡିଗ୍ରୀ ଅର୍ଜନ କରିଥିଲେ । ୧୯୮୧ରେ ଚଣ୍ଡିଗଡ଼ର ପିଜିଆଇ ମେଡିକାଲ କଲେଜରୁ ଫୁସଫୁସ ସମ୍ବନ୍ଧୀୟ ମେଡିସିନର ବିଶେଷଜ୍ଞ ଭାବରେ ଏମ୍ଡି ଡିଗ୍ରୀ ହାସଲ କରିଥିଲେ । ଏମ୍ଡି ଡିଗ୍ରୀ ହାସଲପରେ ସେ ପିଜିଆଇ ମେଡିକାଲ କଲେଜରେ ବିଭିନ୍ନ ସ୍ତରରେ କାର୍ଯ୍ୟ କରିଛନ୍ତି ।
ଯକ୍ଷ୍ମା ଦୂରୀକରଣ ଓ ଫୁସଫୁସ କର୍କଟ ଚିକିତ୍ସାରେ ଡାକ୍ତର ବେହେରା ସିଦ୍ଧହସ୍ତ । ତାଙ୍କର ୫୫୦ ଡାକ୍ତରୀ ଗବେଷଣା ପ୍ରବନ୍ଧ ପ୍ରକାଶ ପାଇଛି ଓ ସେ ୯ଟି ପୁସ୍ତକ ରଚନା କରିଛନ୍ତି ।[7] ଇଣ୍ଡିଆନ୍ ଷ୍ଟଡି ଫର୍ ଦି ଷ୍ଟଡି ଅଫ୍ ଲଙ୍ଗ୍ କ୍ୟାନ୍ସରର ସେ ପ୍ରତିଷ୍ଠାତା ସଭାପତି ଅଟନ୍ତି । ସେ ଇଣ୍ଡିଆନ୍ କଲେଜ ଅଫ୍ ଫିଜିସିଆନ୍, ଇଣ୍ଟରନ୍ୟାଶନାଲ କଲେଜ ଅଫ୍ ଏଞ୍ଜିଓଲୋଜି, ଇଣ୍ଡିଆନ୍ ଚେଷ୍ଟ ସୋସାଇଟି ଏବଂ ଇଣ୍ଡିଆନ୍ ସୋସାଇଟି ଅଫ୍ ଅଙ୍କଲୋଜିର ଫେଲୋ ଭାବେ ମନୋନୀତ । ୨୦୦୬ରୁ ୨୦୧୨ ଯାଏ ଏଲ୍ଆର୍ଏସ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟ୍ୟୁବରକ୍ୟୁଲୋସିସ୍ ଆଣ୍ଡ୍ ରେସ୍ପିରେଟୋରି ଡିଜିଜେସ୍ର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଇଣ୍ଡିଆନ୍ ଜର୍ନାଲ ଅଫ୍ ଟ୍ୟୁବରକ୍ୟୁଲୋସିସ୍ ଆଣ୍ଡ୍ ଦି ଇଣ୍ଡିଆନ୍ ଜର୍ନାଲ ଅଫ୍ ଚେଷ୍ଟ ଡିଜିଜେସ୍ ଆଣ୍ଡ୍ ଆଲାଏଡ୍ ସାଇନ୍ସେସ୍ ଆଦି ବୈଜ୍ଞାନିକ ପତ୍ରିକାରେ ସମ୍ପାଦନା ମଣ୍ଡଳିରେ ମଧ୍ୟ ସେ ସ୍ଥାନ ପାଇଛନ୍ତି ।[8] ୨୦୨୦ରେ ଗଠିତ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟର ଆଧୁନିକୀକରଣର ଉପଦେଷ୍ଟା କମିଟିରେ ମଧ୍ୟ ସେ ଜଣେ ସଭ୍ୟ ଭାବରେ କାର୍ଯ୍ୟ କରୁଛନ୍ତି ।[9]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.