ଓଡ଼ିଆ ଚିତ୍ରଶିଳ୍ପୀ ଓ ଲେଖକ From Wikipedia, the free encyclopedia
ଦୀନନାଥ ପାଠୀ (୯ ମଇ ୧୯୪୨ - ୨୯ ଅଗଷ୍ଟ ୨୦୧୬) ଜଣେ ଓଡ଼ିଆ ଚିତ୍ରଶିଳ୍ପୀ ଓ ସାହିତ୍ୟିକ ଥିଲେ । ନୃତ୍ୟ, କଳା ଓ ଇତିହାସର ଗବେଷକ ଭାବରେ ସେ ପରିଚିତ ଥିଲେ । ସାମାଜିକ କଥାବସ୍ତୁ ଓ ମାଟି ମା'ର କଥା ତାଙ୍କ ଚିତ୍ର ଓ ସାହିତ୍ୟ ମାଧ୍ୟମରେ ପ୍ରକାଶ ପାଇଥିଲା ।[1]
ଦୀନନାଥ, ୧୯୪୨ ମସିହା ମଇ ୯ତାରିଖ(ମାଘ ସପ୍ତମୀ)ରେ[2] ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିଠାରେ ରାଜବୈଦ୍ୟ ପରିବାରର ଶ୍ୟାମସୁନ୍ଦର ପାଠୀ ଓ କମଳାଦେବୀଙ୍କ ପୁତ୍ର ଭାବେ ଜନ୍ମଗ୍ରହଣ କରିଥିଲେ । ନାଟକର ପରଦା ଅଙ୍କନରୁ ଆରମ୍ଭ ହୋଇଥିଲା ଚିତ୍ର ଆଙ୍କିବା । ବଡ଼ ଭାଇ ଲୋକନାଥଙ୍କ ଶିଳ୍ପ କଳା ମନ୍ଦିରରୁ ସେ ଚିତ୍ର କରିବା ଶିଖିଥିଲେ । ଖଲ୍ଲିକୋଟ କଳା ବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ ଓ ଶାନ୍ତିନିକେତନରୁ ଚିତ୍ରକଳା ଶିକ୍ଷା କରିଥିଲେ । ବଡ଼ ଭାଇଥିଲେ ପ୍ରଥମ ଗୁରୁ ।[3] ଆଗକୁ ଯାଇ ଦୀନନାଥ ଚିତ୍ରକଳା ଏବଂ ଆର୍ଟ ହିଷ୍ଟ୍ରୀର ପି.ଏଚ.ଡି ହାସଲ କରିଥିଲେ । କେନ୍ଦ୍ରୀୟ ବିଦ୍ୟାଳୟରୁ ଶିକ୍ଷକତା ଆରମ୍ଭ କରି, ସେ ୧୯୭୨ ମସିହାରେ ରାଜ୍ୟ ସଂଗ୍ରହାଳୟରେ କ୍ୟୁରେଟର, ୧୯୭୯ରେ ଓଡ଼ିଶା ପର୍ଯ୍ୟଟନର ଡିଭିଜନାଲ ମ୍ୟାନେଜର, ୧୯୮୩ରେ ବିଭୂତି କାନୁନ୍ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ, ନୂଆଦିଲ୍ଲୀସ୍ଥିତ ଏକାଡେମୀ ଅଫ ଆର୍ଟର ସମ୍ପାଦକ ଓ କେନ୍ଦ୍ର ଲଳିତ କଳା ଏକାଡେମୀର ସଚିବ ଭାବରେ କାର୍ଯ୍ୟ କରିଥିଲେ । ଏତଦ ଭିନ୍ନ ଦେଶବିଦେଶରେ ବିଭିନ୍ନ ଚାରୁକଳା ପ୍ରଦର୍ଶନୀରେ ତାଙ୍କ କଳାକୃତି ପ୍ରଦର୍ଶିତ ହୋଇ, ସେ ଓଡ଼ିଶା ଚାରୁ କାରୁ କଳାକୁ ପରିଚିତି ଆଣି ଦେଇଥିଲା । ସୋଭିଏତ ସଂଘ ଓ ସୁଇଡେନ ହୋଇଥିବା ଭାରତ ଉତ୍ସବ, ବାଲି-ଇଣ୍ଡୋନେସିଆରେ କଳିଙ୍ଗ-ବାଲିଯାତ୍ରା, କାଏରୋରେ ଅନୁଷ୍ଠିତ ୪ର୍ଥ ବିନାଲେ, ବେଇଜିଙ୍ଗର ଆର୍ଟ ଏକ୍ସପୋ, ଓ ସପ୍ତମ ଭାରତ ଟ୍ରିନାଲେ ଆଦି ଜାତୀୟ କଳା-ପ୍ରକଳ୍ପର ସେ ମୁଖ୍ୟ ବିନ୍ଧାଣୀ ଥିଲେ । ସେ ତାଙ୍କ ଜୀବକାଳରେ ପ୍ରାୟ ୬୦୦ରୁ ଉର୍ଦ୍ଧ ଚିତ୍ର ଆଙ୍କିଥିଲେ ।
ଚିତ୍ର କରିବା ବ୍ୟତିତ ସାହିତ୍ୟ ସର୍ଜନା ଦୀନନାଥଙ୍କ ବ୍ୟକ୍ତିତ୍ୱର ଅନ୍ୟଏକ ବିଭବ ଥିଲା । ଓଡ଼ିଆ, ଇଂରାଜୀ ଓ ଜର୍ମାନ ଭାଷାରେ ତାଙ୍କର ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ପୁସ୍ତକ ପ୍ରକାଶିତ ହୋଇସାରିଛି । “ଅଂଗରାଗ” ନାମକ ଏକ ଇଂରାଜୀ ପତ୍ରିକା ସେ ସମ୍ପାଦନା କରୁଥିଲେ । [4]
୨୦୧୬ ଅଗଷ୍ଟ ୨୯ ତାରିଖ ଦିନ ହୃଦ୍ଘାତରେ ଦୀନନାଥଙ୍କ ମୃତ୍ୟୁ ହେଇଥିଲା ।[5]
{{cite book}}
: Cite has empty unknown parameter: |month=
(help){{cite book}}
: Cite has empty unknown parameter: |month=
(help){{cite book}}
: Cite has empty unknown parameter: |month=
(help){{cite book}}
: Cite has empty unknown parameter: |month=
(help){{cite book}}
: Cite has empty unknown parameter: |month=
(help){{cite book}}
: Cite has empty unknown parameter: |month=
(help){{cite book}}
: Cite has empty unknown parameter: |month=
(help)Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.