ଓଡ଼ିଆ ହକି ଖେଳାଳି ଓ ରାଜନୀତିଜ୍ଞ From Wikipedia, the free encyclopedia
ଦିଲୀପ ତିର୍କି (ଜନ୍ମ: ୨୫ ନଭେମ୍ବର ୧୯୭୭) ଜଣେ ଭାରତୀୟ ହକି ଖେଳାଳୀ ଏବଂ ରାଜନେତା । ସେ ଓଡ଼ିଶାର ସୁନ୍ଦରଗଡଠାରେ ଜନ୍ମଗ୍ରହଣ କରିଥିଲେ । ସେ ଭାରତୀୟ ଆନ୍ତର୍ଜାତୀୟ ହକି ଦଳର ଅଧିନାୟକ ଭାବରେ ଖେଳିଥିଲେ ଓ ଜଣେ ଡିଫେଣ୍ଡର ଥିଲେ । ୨୦୧୦ ମସିହାରେ ଦିଲୀପ ଭାରତୀୟ ହକି ଦଳରୁ ଅବସର ନେଇଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ରାଜନୀତିରେ ଯୋଗ ଦେଇଥିଲେ । ଦିଲୀପ ଓଡ଼ିଶାର ରାଜନୈତିକ ଦଳ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ୨୦୧୨ ମସିହାରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୨୦୧୮ଯାଏଁ ୬ ବର୍ଷ ଧରି କାର୍ଯ୍ୟ କରିଥିଲେ ।[1] ୨୦୧୯ ମସିହାରେ ଗଠିତ "ଓଡ଼ିଶା ହକି ପ୍ରମୋଶନ କାଉନସିଲ"ର ଅଧକ୍ଷ ଭାବରେ ତାଙ୍କୁ ଓଡ଼ିଶା ସରକାର ନିଯୁକ୍ତ କରିଥିଲେ ।[2] ଏଥି ପୂର୍ବରୁ ୨୦୧୮ ମସିହାରେ ସେ ଓଡ଼ିଶା ଟୁରିଜିମ ଡେଭେଲପମେଣ୍ଟ କର୍ପୋରେସନର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇଥିଲେ ।[3]
ଦିଲୀପ ତିର୍କି ୨୫ ନଭେମ୍ବର ୧୯୭୭ ମସିହାରେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାସ୍ଥିତ ସୁନାମରାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ହେଉଛନ୍ତି ଭିନସେନ୍ଟ ତିର୍କି । ତାଙ୍କର ଦୁଇ ଭାଇ ଅନୁପ ତିର୍କି ଓ ଅଜିତ ତିର୍କି ରେଳବାଇ ପାଇଁ ହକି ଖେଳନ୍ତି ।[4] ଦିଲୀପ ମିରା ତିର୍କିଙ୍କୁ ୬ ଫେବ୍ରୁଆରୀ ୨୦୦୬ରେ ବିବାହ କରିଥିଲେ ।[5] ସେ ଏୟାର ଇଣ୍ଡିଆରେ ମଧ୍ୟ କାର୍ଯ୍ୟ କରିଥିଲେ ।
ଦିଲୀପ ଇଂଲଣ୍ଡ ବିରୁଦ୍ଧରେ ତାଙ୍କର ପ୍ରଥମ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ଏହାପରେ ସେ ଭାରତ ପକ୍ଷରୁ ୧୯୯୬ ଆଟଲାଣ୍ଟା ଅଲମ୍ପିକ, ୨୦୦୦ ସିଡିନୀ ଅଲମ୍ପିକ, ୨୦୦୪ ଏଥେନସ୍ ଅଲମ୍ପିକରେ ଭାଗନେଇଥିଲେ । ସେ ଭାରତ ପାଇଁ ସର୍ବମୋଟ ୪୧୨ଟି ମ୍ୟ୍ୟଚ୍ ଖେଳିଥିଲେ । ୨୦୧୦ ମସିହା ମଇ ୨ ତାରିଖରେ ସେ ହକିରୁ ଅବସର ନେଇଥିଲେ ।[6]
ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସୁନ୍ଦରଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେଡିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୩,୫୫,୪୭୪ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ଥିଲେ ଏବଂ ବିଜେପି ପ୍ରାର୍ଥୀ ଜୁଏଲ ଓରାମଙ୍କ ଠରୁ ୧,୩୮,୮୦୮ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ ।[8]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.