From Wikipedia, the free encyclopedia
ଦୈତାରି ନାଏକ କେନ୍ଦୁଝର ଜିଲ୍ଲାର ଜଣେ ପଦ୍ମଶ୍ରୀ ସମ୍ମାନିତ ସମାଜସେବୀ ।[1] ସେ ପାହାଡ଼ କାଟି ନିଜ ଗାଁକୁ କେନାଲ ଖୋଳିଥିଲେ ।[2]
ପଦ୍ମଶ୍ରୀ ଦୈତାରି ନାୟକ | |
---|---|
ଜାତୀୟତା | ଭାରତୀୟ |
ବୃତ୍ତି | ସମାଜସେବୀ |
ପ୍ରସିଦ୍ଧି | ପାହାଡ଼ କାଟି ନାଳ ତିଆରି |
ଦୈତାରୀ ବଂଶପାଳ ବ୍ଲକ ଅନ୍ତର୍ଗତ ତାଳବୈତରଣୀ ଗ୍ରାମର ବାସିନ୍ଦା । ୧୯୯୬ ମସିହା ବେଳକୁ ତାଙ୍କ ଗ୍ରାମକୁ ଜଳସେଚନ ବା ପିଇବା ପାଣିର ସୁବିଧା ନଥିଲା । ପିଇବା ପାଣି ମୁନ୍ଦେ ପାଇଁ ଲୋକଙ୍କୁ ୨ କିଲୋମିଟର ପାହାଡ଼ ଚଢିବାକୁ ପଡୁଥିଲା । ଦୈତାରି ଏକା ଏକା ପାହାଡ଼ କାଟି, ପାଣି ତଳକୁ ଆଣିବାକୁ ଚେଷ୍ଟା ଆରମ୍ଭ କରିଥିଲେ । ମୂଳରୁ ତାଙ୍କୁ ଟାହିଟାପରା ଶୁଣିବାକୁ ପଡିଥିଲେ ମଧ୍ୟ, ତାଙ୍କ କାମର ସଫଳତା ଦେଖି ଅନ୍ୟ ଗ୍ରାମବାସୀମାନେ ତାଙ୍କର ସହାୟତାକୁ ଆଗକୁ ଆସିଥିଲେ । ୨୦୦୦ ମସିହା ଶେଷ ଆଡକୁ ୨କିଲୋମିଟର ପାହାଡ଼ କାଟି, ଦୈତାରୀ ତାଙ୍କ ଗାଁକୁ ପାଣି ଆଣିବାକୁ ସଫଳ ହୋଇଥିଲେ । ଫଳସ୍ୱରୂପ ଆଗରୁ ଟାଙ୍ଗରା ପଡୁଥିବା ୪ଶହ ଏକର ଜମିରେ ହୋଇପାରିଲା ଚାଷ । ଉପକୃତ ହୋଇଥିଲେ ସମଗ୍ର ଗ୍ରାମବାସୀ ।[3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.