ନାଗାରହୋଳେ ଜାତୀୟ ଉଦ୍ୟାନ
From Wikipedia, the free encyclopedia
ନାଗାରହୋଳେ ଜାତୀୟ ଉଦ୍ୟାନ (ବା ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନ) ଦକ୍ଷିଣ ଭାରତର କର୍ଣ୍ଣାଟକ ରାଜ୍ୟର କୋଡ଼ାଗୁ ଜିଲ୍ଲା ଓ ମହୀଶୂର ଜିଲ୍ଲାରେ ବ୍ୟାପ୍ତ ଏକ ଜାତୀୟ ଉଦ୍ୟାନ ।[1] ଏହାକୁ ଭାରତର ଶ୍ରେଷ୍ଠ ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟରୁ ଗୋଟିଏ ବୋଲି ପରିଗଣିତ କରାଯାଏ । ନାଗାରହୋଳେ ଜାତୀୟ ଉଦ୍ୟାନକୁ ଲାଗି ବାନ୍ଦୀପୁର ଜାତୀୟ ଉଦ୍ୟାନ ରହିଛି ।
ନାଗାରହୋଳେ ଜାତୀୟ ଉଦ୍ୟାନ | |
---|---|
ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନ ନାଗାରହୋଳେ ବ୍ୟାଘ୍ର ଅଭୟାରଣ୍ୟ | |
IUCN Category II (National Park) | |
ଭାରତ ମାନଚିତ୍ରରେ ନାଗାରହୋଳେର ଅବସ୍ଥିତି | |
ଅବସ୍ଥାନ | କୋଡ଼ାଗୁ ଜିଲ୍ଲା ଓ ମହୀଶୂର ଜିଲ୍ଲା, କର୍ଣ୍ଣାଟକ, ଭାରତ |
ପାଖ ସହର | ମହୀଶୂର (୫୦ କିଲୋମିଟର୍)Nearest city: ମହୀଶୂର (୫୦ କିଲୋମିଟର୍) |
ଦିଗବାରେଣି | 12°03′36″N 76°09′04″E |
କ୍ଷେତ୍ରଫଳ | ୬୪୨.୩୯ ବର୍ଗ କିଲୋମିଟର୍ |
ସ୍ଥାପିତ | ୧୯୮୮ Established: ୧୯୮୮ |
ପରିଚାଳନା | କର୍ଣ୍ଣାଟକ ବନ ବିଭାଗ |
୧୯୯୯ ମସିହାରେ ନାଗାରହୋଳେ ଭାରତର ୩୭ତମ ବ୍ୟାଘ୍ର ଅଭୟାରଣ୍ୟ ହେବାର ଗୌରବ ଲାଭ କଲା । ଏହି ଅଭୟାରଣ୍ୟ ନୀଳଗିରି ସଂରକ୍ଷିତ ଜୈବମଣ୍ଡଳର ଏକ ଅଂଶ । ୬୦୦୦ ବର୍ଗ କିଲୋମିଟର୍ ଅଞ୍ଚଳରେ ବ୍ୟାପ୍ତ ପଶ୍ଚିମଘାଟ ପର୍ବତମାଳାର ନୀଳଗିରି ଶାଖା ଓ ନାଗାରହୋଳେ ଜାତୀୟ ଉଦ୍ୟାନକୁ ୟୁନେସ୍କୋ ଏକ ବିଶ୍ୱ ଐତିହ୍ୟ ସ୍ଥଳ ଭାବେ ମନୋନୀତ କରିବା ପାଇଁ ଚିନ୍ତା କରୁଥିଲା ।[2]
ଜାତୀୟ ଉଦ୍ୟାନଟି ଘଞ୍ଚ ଜଙ୍ଗଲ, ଛୋଟବଡ଼ ନଦୀ ଝରଣା, ପାହାଡ଼, ଉପତ୍ୟକା ଓ ଜଳପ୍ରପାତ ଇତ୍ୟାଦିରେ ଶୋଭିତ । ମହାବଳ ବାଘ, ବନ୍ୟ ଗୟଳ, ହାତୀ ପରି ଅନେକ ଜୀବଙ୍କ ବାସସ୍ଥଳୀ ଏହି ଜଙ୍ଗଲରେ ଶିକାରୀ-ଶିକାର ଜନ୍ତୁଙ୍କ ସନ୍ତୁଳିତ ଅନୁପାତ ରହିଛି ।