![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/e/e4/Neuroblastoma_rosettes.jpg/640px-Neuroblastoma_rosettes.jpg&w=640&q=50)
ନିଉରୋବ୍ଲାସ୍ଟୋମା
From Wikipedia, the free encyclopedia
ନିଉରୋବ୍ଲାସ୍ଟୋମା (Neuroblastoma ବା NB) ଏକ ପ୍ରକାର କର୍କଟ ରୋଗ ଯାହା କେତେକ ପ୍ରକାର ସ୍ନାୟୁ ତନ୍ତୁରୁ (nerve tissue) ଜାତ ହୁଏ । ଏହା ଆଡ୍ରେନାଲ ଗ୍ରନ୍ଥିରୁ (adrenal gland) ଅନେକ ସମୟରେ ବାହାରେ କିନ୍ତୁ ବେକ, ଛାତି, ପେଟ ଓ ମେରୁଦଣ୍ଡରୁ ବାହାରିପାରେ । ଏହି ରୋଗର ଲକ୍ଷଣ: ହାଡ଼ ଯନ୍ତ୍ରଣା (bone pain), ପେଟ, ଛାତି ଓ ବେକରେ ଗୋଲା କିମ୍ବା ଚର୍ମ ତଳେ ଗୋଟିଏ ନୀଳ ରଙ୍ଗର ଗୋଲା ଦେଖାଯାଏ ।[1]
ନିଉରୋବ୍ଲାସ୍ଟୋମା | |
---|---|
![]() ଅଣୁବୀକ୍ଷଣ ଯନ୍ତ୍ରରେ ରୋସେଟ ତିଆରି ବିଶେଷତ୍ୱ ସହ ନିଉରୋବ୍ଲାସ୍ଟୋମା ଚିତ୍ର | |
ବିଭାଗ | କର୍କଟ ରୋଗ ବିଜ୍ଞାନ |
ଲକ୍ଷଣ | ହାଡ଼ ଯନ୍ତ୍ରଣା, ଗୋଲା [1] |
ଆକ୍ରାନ୍ତ ସମୟ | ୫ ବର୍ଷ ବୟସ ପୂର୍ବରୁ । [1] |
କାରଣ | ଜେନେଟିକ ମ୍ୟୁଟେସନ [1] |
ରୋଗ ନିର୍ଣ୍ଣୟ ପଦ୍ଧତି | ତନ୍ତୁ ବାୟୋପ୍ସି[1] |
ଚିକିତ୍ସା | ପର୍ଯ୍ୟବେକ୍ଷଣ, ଆପରେଶନ, ରାଡିଏସନ ଥେରାପି (radiation), କେମୋଥେରାପି (chemotherapy), ସ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟେସନ (stem cell transplantation)[1] |
ପୁନଃପୌନିକ | ୭୦୦୦ ପିଲାଙ୍କ ମଧରେ ଜଣେ । [2] |
ମୃତ୍ୟୁ ସାନ୍ଦ୍ରତା | ପିଲାଙ୍କ କର୍କଟ ରୋଗ ମୃତ୍ୟୁର ୧୫% ।[3] |
ବେଳେବେଳେ ପିତାମାତାଙ୍କର ଜିନର ମ୍ୟୁଟେସନ ହୋଇ ପିଲାଙ୍କର ବଂଶାନୁକ୍ରମିକ ନିଉରୋବ୍ଲାସ୍ଟୋମା ରୋଗ ହୁଏ ।[1] ପରିବେଶର ପ୍ରଭାବ ଥିବା ଜଣାଯାଇନାହିଁ ।[2] ରୋଗାକ୍ରାନ୍ତ ସ୍ଥାନରେ ଥିବା ତନ୍ତୁରୁ କିଛି ଅଂଶ ନେଇ ତନ୍ତୁ ବାୟୋପ୍ସି (tissue biopsy) କରି ରୋଗ ନିର୍ଣ୍ଣୟ କରାଯାଏ । ଗର୍ଭାବସ୍ଥାରେ ବେଳେବେଳେ ଅଲଟ୍ରାସାଉଣ୍ଡ (ultrasound) କରି ଏହି ଜାଣିହୁଏ । ରୋଗ ନିର୍ଣ୍ଣୟ କଲା ସମୟରେ ସାଧାରଣତଃ ଏହି କର୍କଟ ମେଟାସ୍ଟାସିସ (spread) ବା ବ୍ୟାପିଯାଇଥିବା ଦେଖାଯାଏ । ରୋଗୀର ବୟସ, କର୍କଟ ସ୍ଟେଜ (cancer stage) ଓ କିଭଳି ଦେଖାଯାଉଛି, ତାହା ଉପରେ ରୋଗଟି ନିମ୍ନ, ମଧ୍ୟମ ବା ଉଚ୍ଚ ସଙ୍କଟର ହୋଇଥିବା ଜଣାଯାଏ । [1]
ସଙ୍କଟ ଦଳ (risk group) ଅନୁସାରେ ଚିକିତ୍ସାର ଫଳାଫଳ ନିର୍ଦ୍ଧାରଣ କରିହୁଏ । [1][4] ଚିକିତ୍ସା ମଧ୍ୟରେ ପର୍ଯ୍ୟବେକ୍ଷଣ, ଅପରେଶନ, ରାଡିଏସନ ଥେରାପି (radiation), କେମୋଥେରାପି (chemotherapy), ସ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟେସନ (stem cell transplantation) ଇତ୍ୟାଦି ବ୍ୟବହାର କରାଯାଏ ।[1] ସ୍ୱଳ୍ପ ସଙ୍କଟାପନ୍ନ କେଶକୁ ପର୍ଯ୍ୟବେକ୍ଷଣ ବା ଅପରେଶନ କଲେ ଫଳାଫଳ ଭଲ ରହେ । ଉଚ୍ଚ ସଙ୍କଟାପନ୍ନ କେଶରେ ଉତ୍ତମ ଚିକିତ୍ସା ସତ୍ତ୍ୱେ ଦୀର୍ଘକାଳୀନ ଆୟୁଷ ୪୦%ରୁ କମ ରହେ । [4]
ଶିଶୁମାନଙ୍କ କ୍ଷେତ୍ରରେ ଲିଉକେମିଆ ଓ ମସ୍ତିଷ୍କ ଅର୍ବୁଦ ରୋଗ ପରେ ନିଉରୋବ୍ଲାସ୍ଟୋମା ସବୁଠାରୁ ସାଧାରଣ କର୍କଟ ରୋଗ । [4] ପ୍ରତି ୭ ହଜାର ପିଲାରେ ଜଣେ ଏହି ରୋଗଦ୍ୱାରା ଜୀବନରେ କେବେହେଲେ ଆକ୍ରାନ୍ତ ହୁଏ । [2] ପ୍ରାୟ ୯୦% ପିଲାଙ୍କ ନିଉରୋବ୍ଲାସ୍ଟୋମା ୫ ବର୍ଷ ବୟସ ମଧ୍ୟରେ ହୁଏ, ଏହା ବଡ଼ ମଣିଷଙ୍କୁ କ୍ୱଚିତ ହୁଏ ।[2][3] ପିଲାଙ୍କର କର୍କଟ ରୋଗ ଜନିତ ମୃତ୍ୟୁର ୧୫% ନିଉରୋବ୍ଲାସ୍ଟୋମା ଯୋଗୁ ହୁଏ । [3] ସନ ୧୮୦୦ରେ ଏହି ରୋଗ ପ୍ରଥମେ ବର୍ଣ୍ଣନା କରାଯାଇଥିଲା ।[5]