ନିକୋଟିନାମାଇଡ
From Wikipedia, the free encyclopedia
ନିକୋଟିନାମାଇଡ (ଇଂରାଜୀରେ Nicotinamide ବା NAA, ଅନ୍ୟ ନାମ ନିଆସିନାମାଇଡ) ଏକ ପ୍ରକାର ଭିଟାମିନ ବା ଜୀବସାର ଯାହା ଖାଦ୍ୟରେ ଓ ଖାଦ୍ୟ ଅନୁପୂରକରେ ଥାଏ ଓ ଆବଶ୍ୟକ ସ୍ଥଳେ ଔଷଧ ରୂପରେ ବ୍ୟବହାର କରାଯାଏ ।[3][4][5] ନିଆସିନ ଅଭାବ ଜନିତ ପେଲାଗ୍ରା (pellagra) ରୋଗର ପ୍ରତିଷେଧ ଓ ଚିକିତ୍ସାରେ ଏହା ପାଟିରେ ଦିଆଯାଏ । ଏହି ରୋଗରେ ନିକୋଟିନିକ ଏସିଡ (ନିଆସିନ) ବ୍ୟବହାର କରାଯାଇପାରେ କିନ୍ତୁ ନିକୋଟିନାମାଇଡ ଦେଲେ ଚର୍ମ ଫ୍ଲସିଙ୍ଗ/ଲାଲ (skin flushing) ହୁଏନାହିଁ ।[4] ବ୍ରଣ (acne) ରୋଗରେ ଏହା କ୍ରିମ ଆକାରରେ ଲଗାଯାଏ ।[5]
Clinical data | |
---|---|
Pronunciation | /ˌnɪkəˈtɪnəmaɪd/ |
Synonyms | 3-pyridinecarboxamide niacinamide nicotinic acid amide vitamin PP nicotinic amide vitamin B3 |
AHFS/Drugs.com | |
Pregnancy category |
|
Routes of administration | by mouth, topical |
ATC code |
|
Identifiers | |
IUPAC name
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.002.467 |
Chemical and physical data | |
Formula | C6H6N2O |
Molar mass | ୧୨୨.୧୩ g·mol−1 |
3D model (JSmol) | |
Density | 1.40 g/cm3[2] g/cm3 |
Melting point | 129.5 °C (265.1 °F) |
Boiling point | 334 °C (633 °F) |
SMILES
| |
InChI
|
ନିକୋଟିନାମାଇଡର ଖୁବ୍ କମ୍ ପ୍ରତିକ୍ରିୟା ହୁଏ ।[6][7] ମାତ୍ରାଧିକ ଡୋଜ ଦେଲେ ଯକୃତ ସମସ୍ୟା (liver problems) ହୋଇପାରେ ।[6] ନିର୍ଦ୍ଦିଷ୍ଟ ମାତ୍ରା ଦେଲେ ଗର୍ଭାବସ୍ଥାରେ ଏହା ନିରାପଦ ରହେ ।[1] ଜୀବସାର ଖ ଶ୍ରେଣୀ ବିଶେଷତଃ ଭିଟାମିନ ବି୩ କମ୍ପ୍ଲେକ୍ସର (vitamin B3 complex) ଏହା ଏକ ଔଷଧ ।[8][9] ନିକୋଟିନିକ ଏସିଡର ଏହା ଏକ ଆମାଇଡ (amide) ।[6] ଇସ୍ଟ (yeast), ମାଂସ (meat), ଦୁଧ ଓ ସବୁଜ ପରିବାରେ (green vegetables) ନିକୋଟିନାମାଇଡ ଥାଏ ।[10]
ସନ୧୯୩୫ରୁ ୧୯୩୭ ମଧ୍ୟରେ ଆବିଷ୍କୃତ ହୋଇଥିଲା ।[11][12] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[13] ଏହା ଜେନେରିକ ଔଷଧ ନାମରେ (generic medication) ଦୋକାନରେ ବିନା ପ୍ରେସକ୍ରିପସନରେ ବିକ୍ରୟ ହୁଏ ।[8] ଇଂଲଣ୍ଡରେ ଏହାର ଏକ ୬୦ଗ୍ରାମ ଟ୍ୟୁବର ଦାମ ପ୍ରାୟ ୭.୧୦ ପାଉଣ୍ଡ ।[5] ବ୍ୟବସାୟୀକ ଭିତ୍ତିରେ ଏହା ନିକୋଟିନିକ ଏସିଡରୁ ବା ୩-ସ୍ୟାନୋପାଇରିଡିନରୁ ତିଆରି ହୁଏ । ଅନେକ ଦେଶମାନଙ୍କରେ ଖାଦ୍ୟଶସ୍ୟରେ ଏହା ଯୋଗକରାଯାଇଥାଏ ।[12]