ଓଡ଼ିଆ କବୀ From Wikipedia, the free encyclopedia
ନିର୍ମଳା ଦେବୀ (୧୯୦୭ - ୧୯୮୭) ଜଣେ ଓଡ଼ିଆ କବୟତ୍ରୀ ଥିଲେ । ସେ ଓଡ଼ିଆ ଭାଷାରେ ଅନେକ କାବ୍ୟ କବିତା ରଚନା କରିଥିଲେ । ୧୯୮୫ ମସିହାରେ ନିର୍ମଳା ଦେବୀଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।[1] ତାଙ୍କ ରଚିତ କବ୍ୟ କବିତା ବର୍ଣ୍ଣରାଗ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।
ନିର୍ମଳା ଦେବୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୦୭ |
ମୃତ୍ୟୁ | ୧୯୮୭ |
ବୃତ୍ତି | କବୟତ୍ରୀ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ବର୍ଣ୍ଣରାଗ (କାବ୍ୟ-କବିତା) |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୫ |
ସନ୍ତାନ | ବିଧୁଭୂଷଣ ଦାସ |
୨୦୧୮ ମସିହାରେ ନିର୍ମଳା ଦେବୀଙ୍କ ବର୍ଣ୍ଣରାଗ ପୁସ୍ତକରୁ ୬ଟି କବିତାକୁ ଗୀତରେ ପରିଣତ କରିଥିଲେ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ରତିକାନ୍ତ ଶତପଥୀ ।[2] ଏହି ଆଲବମ୍ଟିର ନାମ ରଖାଯାଇଥିଲା ବର୍ଣ୍ଣରାଗ । ଏହି ଆଲବମ୍ର ପ୍ରଯୋଜନା କରିଥିଲେ ନିର୍ମଳା ଦେବୀଙ୍କ ନାତୁଣୀ ପଞ୍ଚମୀ ମାନୁ ଉକିଲ୍ ।[3]
ନିର୍ମଳା ଦେବୀଙ୍କ ରଚିତ କିଛି କବିତା ଗ୍ରନ୍ଥ ମଧ୍ୟରେ ଦିନାନ୍ତେ, ସୀମାନ୍ତେ, ୧୯୫୩ ଆଦି ଅନ୍ୟତମ ।[4] ୧୯୮୫ ମସିହାରେ ତାଙ୍କ ରଚିତ କାବ୍ୟ ଗ୍ରନ୍ଥ ବର୍ଣ୍ଣରାଗ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।
୧୯୮୫ ମସିହାରେ ନିର୍ମଳା ଦେବୀଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ତାଙ୍କ ରଚିତ କାବିତାବଳୀ ବର୍ଣ୍ଣରାଗ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।[1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.