ନୀନା ଦାବୁଲୁରୀ
ଆମେରିକୀୟ ବକ୍ତା / From Wikipedia, the free encyclopedia
ନୀନା ଦାବୁଲୁରୀ (ଜନ୍ମ: ୨୦ ଅପ୍ରେଲ ୧୯୮୯) ଜଣେ ଆମେରିକୀୟ ସାଧାରଣ ବକ୍ତା ଏବଂ ଆଇନଜିବୀ ଯିଏକି ବର୍ତ୍ତମାନ ଆମରିକାର ଜି ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ମେଡ୍ ଇନ୍ ଆମେରିକାର ଉପସ୍ଥାପିକା ଭାବରେ କାର୍ଯ୍ୟ କରୁଛନ୍ତି ।[1][2] ୨୦୧୪ ମିସ୍ ଆମେରିକା ପ୍ରତିଯୋଗିତାରେ ସେ ଭାରତୀୟ ବଂଶୋଦ୍ଭବ ଭାବରେ ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ ଏବଂ ସେ ଥିଲେ ଏସିଆ ବଂଶୋଦ୍ଭବ ଭାବରେ ୨ୟ ।[2] ସେ ଏହି ପ୍ରତିଯୋଗୀତରେ ବିଜୟୀ ହେବା ପରେ ସୋସିଆଲ ମିଡ଼ିଆରେ ଜାତିବାଦ ଟିପ୍ପଣୀର ଶୀକାର ହୋଇଥିଲେ । ସେ ମିସ୍ ଆମେରିକା ପ୍ରିତଯୋଗୀତା ଜିତିବା ପରେ ଭାରତ ଏବଂ ଭାରତ ଉପଖଣ୍ଡରେ ଦେହର ରଙ୍ଗ ଉପରେ ଆଲୋଚନା ମଧ୍ୟ ଜୋର୍ ଧରିଥିଲା । ମିସ୍ ଆମେରିକା ପ୍ରତିଯୋଗିତା ପରେ ସେ ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ବୁଲି ବିବିଧତା, ଲିଙ୍ଗ ସମାନତା ଏବଂ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ବୈଷୟିକ ଶିକ୍ଷା ଉପରେ ଆଇନ୍ ଏବ ନିୟମ ବିଷୟରେ ବକ୍ତୃତା ରଖିଥିଲେ ।
Quick Facts ନୀନା ଦାବୁଲୁରୀ, ଜନ୍ମ ...
ନୀନା ଦାବୁଲୁରୀ | |
---|---|
ଜନ୍ମ | (1989-04-20) ୨୦ ଅପ୍ରେଲ ୧୯୮୯ (ବୟସ ୩୫) ସୀରାକସ୍, ନିୟୁର୍କ, ଯୁକ୍ତରାଷ୍ଟ୍ର ଆମେରିକା |
ଜାତୀୟତା | ଆମେରିକୀୟ |
ଶିକ୍ଷା | ମିଚିଗାଁ ବିଶ୍ୱବିଦ୍ୟାଳୟ |
ବୃତ୍ତି | ଆଇନଜିବୀ ଏବଂ ବକ୍ତା |
ପ୍ରସିଦ୍ଧି | ପ୍ରଥମ ଭାରତୀୟ-ଆମେରିକୀୟ ମିସ୍ ଆମେରିକା ଏବଂ ମିସ୍ ନିୟୁ ୟର୍କ |
Title | ମିସ୍ ଆମେରିକା, ୨୦୧୪ ମିସ୍ ନିୟୁ ୟର୍କ, ୨୦୧୩ ମିସ୍ ସୀରାକସ୍, ୨୦୧୩ ୩ୟ ସ୍ଥାନ, ମିସ୍ ନିୟୁ ୟର୍କ, ୨୦୧୨ |
ସେବା-କାଳ | ୧୫ ସେପ୍ଟେମ୍ବର ୨୦୧୩ - ୧୪ ସେପ୍ଟେମ୍ବର ୨୦୧୪ |
Predecessor | ମାଲ୍ଲୋରୀ ହଗନ |
Successor | କିରା କଜାନ୍ତସେବ୍ |
ୱେବସାଇଟ | www |
Close