ନୃସିଂହ ଚରଣ ପଣ୍ଡା
ଓଡ଼ିଆ ବୈଜ୍ଞାନିକ, ଦାର୍ଶନିକ ଓ ସାହିତ୍ୟିକ / From Wikipedia, the free encyclopedia
ନୃସିଂହ ଚରଣ ପଣ୍ଡା (୨୦ ଅପ୍ରେଲ ୧୯୨୯ - ୩୦ ଡିସେମ୍ବର ୨୦୧୫[1]) ଜଣେ ଓଡ଼ିଆ ବୈଜ୍ଞାନିକ, ଦାର୍ଶନିକ, ସାହିତ୍ୟିକ[2] ତଥା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଥିଲେ । ବିଜ୍ଞାନ ଓ ସାହିତ୍ୟରେ ପାରଦର୍ଶିତା ଲାଭ କରିଥିବା, ନୃସିଂହ ଚରଣ ଉଭୟ କ୍ଷେତ୍ରରେ ନିଜର ଅବଦାନ ନିମନ୍ତେ ବହୁବାର ପୁରସ୍କୃତ ହେଇଥିଲେ । କରୁଣା ନାମକ ଅନୁଷ୍ଠାନ ପ୍ରତିଷ୍ଠା କରି, ସେ ବିଜ୍ଞାନ ଓ ଦର୍ଶନର ପ୍ରଚାର ପ୍ରସାର କରିବାର ଚେଷ୍ଟା କରିଥିଲେ । ବେଦ ପାଠ, ସମୀକ୍ଷା ଓ ବୈଜ୍ଞାନିକ ଦୃଷ୍ଟିକୋଣ ସହିତ ତର୍ଜମା କରିବା ତାଙ୍କ ବ୍ୟକ୍ତିତ୍ୱର ଅନ୍ୟ ଏକ ଦିଗ ।
Quick Facts ନୃସିଂହ ଚରଣ ପଣ୍ଡା, ଜନ୍ମ ...
ନୃସିଂହ ଚରଣ ପଣ୍ଡା | |
---|---|
ଜନ୍ମ | (1929-04-20)୨୦ ଅପ୍ରେଲ ୧୯୨୯ ତାଳବେରେଣା, ପରଜଙ୍ଗ, ଢେଙ୍କାନାଳ |
ମୃତ୍ୟୁ | ୩୦ ଡିସେମ୍ବର ୨୦୧୫(2015-12-30) (ବୟସ ୮୬) ଭୁବନେଶ୍ୱର |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ, ମିସୌରୀ ବିଶ୍ୱବିଦ୍ୟାଳୟ |
ପ୍ରସିଦ୍ଧି | ବୈଜ୍ଞାନିକ, ଦାର୍ଶନିକ ଓ ଲେଖକ |
ପୁରସ୍କାର | ଶାରଳା ପୁରସ୍କାର |
ବିଜ୍ଞାନୀ ଜୀବନ | |
କର୍ମାନୁଷ୍ଠାନ | ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ |
ୱେବସାଇଟ | scientistcumphilosopher.com |
Close