From Wikipedia, the free encyclopedia
ପଞ୍ଚୁ ଫୁଟଣ ହେଉଛି ପାଞ୍ଚଟି ମସଲାର ସମାହାର । ଏହା ପୂର୍ବ ଭାରତ, ପଶ୍ଚିମ ନେପାଳ, ବଙ୍ଗଳା, ଆସାମ ଓ ଓଡ଼ିଶାରେ ଖାଦ୍ୟ ରନ୍ଧନରେ ବହୂଳ ଭାବେ ବ୍ୟବହାର କରାଯାଏ ।
ପଞ୍ଚୁ ଫୁଟଣ ମୂଖ୍ୟତଃ ପାଞ୍ଚୋଟି ବୀଜ ଜାତୀୟ ମସଲା, ଯଥା; ଜିରା, ସୋରିଷ, ମେଥୀ, ପାନମଧୁରୀ ଓ କଳାଜୀରାର ସମାହାର ।[1][2] ପଞ୍ଚୁ ଫୁଟଣ ସାଧାରଣତଃ ଏକାଠି ବ୍ୟବହାର କରାଯାଏ । ତେବେ ବ୍ୟବହାର ସମୟରେ ଅନେକେ ମେଥୀ କମ୍ ପରିମାଣରେ ବ୍ୟବହାର କରନ୍ତି । କାରଣ ମେଥୀକୁ ଅଧିକ ଭାଜିଲେ ପିତା ଲାଗିପାରେ ।[3] ପାରମ୍ପରିକ ଓଡ଼ିଆ ରାନ୍ଧଣାରେ ପଞ୍ଚୁ ଫୁଟଣ ପରିବା, ମାଂସ, ଆଚାର ଇତ୍ୟାଦିରେ ବ୍ୟବହାର କରାଯାଏ ।[4] ଓଡ଼ିଶା, ମିଥିଳା, ନେପାଳ, ଭୋଜପୁରୀ ଏବଂ ବଙ୍ଗାଳୀ ରନ୍ଧନ ପ୍ରଣାଳୀରେ ପଞ୍ଚୁ ଫୁଟଣ ସୋରିଷ ତେଲ କିମ୍ବା ଘିଅରେ ଭଜା ହୁଏ । ଏହି ପ୍ରଣାଳୀ ବା ପଦ୍ଧତିକୁ ବଘାରିବା ବା ଛୁଙ୍କ ଦେବା କୁହାଯାଏ । ପଞ୍ଚୁ ଫୁଟଣ ଭାଜି ହୋଇଯିବାପରେ ଅନ୍ୟାନ୍ୟ ପରିବା ଅଥବା ରନ୍ଧନ ସାମଗ୍ରୀ ପକାଇ ଖାଦ୍ୟ ରନ୍ଧା ହୁଏ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.