ପଦାର୍ଥ
From Wikipedia, the free encyclopedia
ନିତିଦିନିଆ ଜୀବନରେ ପ୍ରଚୀନ ପଦାର୍ଥ ବିଜ୍ଞାନ ଅନୁଯାୟୀ, ଯେ କୌଣସି ଏକ ବସ୍ତୁ ଯାହାର ବସ୍ତୁତ୍ୱ ଥାଏ ଏବଂ ସ୍ଥାନ ଅଧିକାର କରେ, ତାହାକୁ ପଦାର୍ଥ କୁହାଯାଏ । ଏଥିରେ ପରମାଣୁ ଓ ଏହାଦ୍ୱାରା ଗଠିତ ଯେକୌଣସି ବସ୍ତୁ ଅନ୍ତର୍ଭୁକ୍ତ ଥାଏ, ମାତ୍ର କୌଣସି ପ୍ରକାରର ଶକ୍ତି ତଥା ତରଙ୍ଗ ଯଥା: ଆଲୋକ କିମ୍ବା ଧ୍ୱନି ନୁହେ ।[1][2] ମାତ୍ର ସାଧାରଣତଃ (ଆଧୁନିକ) ପଦାର୍ଥ ବିଜ୍ଞାନରେ, ପଦାର୍ଥ ଏକ ମୂଳ ଧାରଣା ନୁହେ, କାରଣ ଏହାର ଏକ ସର୍ବସାଧାରଣ ଅର୍ଥ ହେଉଛି ଭ୍ରାନ୍ତିଜନକ (elusive): ପରମାଣୁର ପ୍ରାଥମିକ ତତ୍ତ୍ୱ ବ୍ୟକ୍ତିଗତ ଭାବେ ସ୍ଥାନ ନ ନେଇପାରେ, ମାତ୍ର ବସ୍ତୁତ୍ୱହୀନ ଅଣୁ ଏକାଠି ହୋଇ ଏକ ବସ୍ତୁ ଗଠନ କରିପାରନ୍ତି, ଯାହାର କି ବସ୍ତୁତ୍ୱ ଥାଏ (ଯେତେବେଳେ ଏହା ସ୍ଥିର ଥାଏ ।
ପଦାର୍ଥ ମୁଖ୍ୟତଃ ତିନୋଟି ମୁଖ୍ୟ ଅବସ୍ଥାକୁ ବିଭକ୍ତ ହୋଇଛି, ବେଳେବେଳେ ଚତୁର୍ଥ ଅବସ୍ଥା ପ୍ଳାଜ୍ମା ଯୋଡି ହୋଇଯାଏ । ଉପରୁ ତଳକୁ: ସ୍ଫଟିକ (କଠିନ), ଜଳ (ତରଳ), ନାଇଟ୍ରୋଜେନ୍ ଅକ୍ସାଇଡ (ବାଷ୍ପ), ଅ ଏକ ପ୍ଳାଜ୍ମା ଗ୍ଳୋବ୍ (ପ୍ଳାଜମା) । |
ସମସ୍ତ ନିତିଦିନିଆ ବସ୍ତୁ ଯାହାକୁ ଆମେ ଛୁଇଁପାରୁ ତାହା ପରମାଣୁଦ୍ୱାରା ଗଠିତ । ଏହି ସାଧାରନ ପାରମାଣବିକ ବସ୍ତୁ ମୌଳିକ ଭାବେ ପରମାଣୁଦ୍ୱାରା ଗଠିତ । ଏହି ସାଧାରଣ ପାରମାଣବିକ ବସ୍ତୁ ସୂକ୍ଷ୍ମାଣୁ ଯଥା- ମୁଖ୍ୟତଃ ଏକ ପ୍ରୋଟୋନ ଓ ନ୍ୟୁଟ୍ରନ୍ର ନ୍ୟଷ୍ଟି ଓ ଘୂର୍ଣ୍ଣାୟମାନ ଇଲେକ୍ଟ୍ରନ୍ର ସହଭାଗିତାରୁ ସୃଷ୍ଟି ହୋଇଥାଏ । [3][4]