ପରମେଥ୍ରିନ
From Wikipedia, the free encyclopedia
From Wikipedia, the free encyclopedia
ପରମେଥ୍ରିନ (ଇଂରାଜୀ ଭାଷାରେ Permethrin, ବିକ୍ରୟ ନାମ ନିକ୍ସ/Nix) ଏକ ଔଷଧ ଓ କୀଟମାରୀ (insecticide)[1][2] ଔଷଧ ଭାବରେ ଏହା କାଛୁ (scabies) ଓ ଉକୁଣୀ (lice) ମାରିବାକୁ ବ୍ୟବହାର କରାଯାଏ ।[3] କ୍ରିମ ବା ମଲମ ଆକାରରେ ଏହା ଚର୍ମରେ ଲଗାଯାଏ ।[1] କୀଟମାରୀ ଭାବରେ ଏହାକୁ ଲୁଗାରେ ଓ ମଶାରୀରେ (mosquito nets) ସ୍ପ୍ରେ କଲେ କୀଟ ତାହା ସଂସ୍ପର୍ଶରେ ଆସିଲେ ମରିଯାଆନ୍ତି ।[2]
Clinical data | |
---|---|
Trade names | Nix, others |
AHFS/Drugs.com | monograph |
Pregnancy category |
|
Routes of administration | topical |
ATC code | |
Identifiers | |
IUPAC name
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.052.771 |
Chemical and physical data | |
Formula | C21H20Cl2O3 |
Molar mass | ୩୯୧.୨୯ g·mol−1 |
3D model (JSmol) | |
Density | 1.19 g/cm3, solid g/cm3 |
Melting point | 34 °C (93 °F) |
Boiling point | 200 °C (392 °F) |
Solubility in water | 5.5 x 10−3 ppm mg/mL (20 °C) |
SMILES
| |
InChI
|
ପରମେଥ୍ରିନର ପାର୍ଶ୍ୱ ପ୍ରତିକ୍ରିୟାରେ ଔଷଧ ଲଗେଇବା ସ୍ଥାନରେ ରାସ ଓ ଜ୍ୱାଳା ହୁଏ ।[3] ଗର୍ଭାବସ୍ଥାରେ ଏହା ନିରାପଦ ଥାଏ । ୨ମାସ ବୟସ ପରେ ଏହା ଲଗାଯାଇପାରେ । ପାଇରେଥ୍ରଏଡ (pyrethroid) ଶ୍ରେଣୀର ପରମେଥ୍ରିନ ଏକ ଔଷଧ । ଉକୁଣୀ ଓ କାଛୁର ପରଜୀବୀ ସାର୍କୋପ୍ଟେସ ସ୍କାବିର ସ୍ନାୟୁମାନଙ୍କର (neuron) କାର୍ଯ୍ୟବିଧିକୁ ଏହି ଔଷଧ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ । [1]
ସନ ୧୯୭୩ରେ ପରମେଥ୍ରିନ ଆବିଷ୍କୃତ ହୋଇଥିଲା ।[4] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[5] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଗ୍ରାମର ହୋଲସେଲ ମୂଲ୍ୟ ୦.୦୨ରୁ ୦.୦୬ ଆମେରିକୀୟ ଡଲାର ।[6] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଚିକିତ୍ସା କୋର୍ଷର ମୂଲ୍ୟ ୨୫ରୁ ୫୦ ଆମେରିକୀୟ ଡଲାର ଓ ଏହା ବିନା ପ୍ରେସକ୍ରିପସନରେ ମିଳେ ।[7]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.