ଏହା ଏକ ଅନୁବଂଶିକ ରୋଗ ଯାହା ବୃକ୍କ ମଧ୍ୟରେ ଅନେକ ସିଷ୍ଟ ସୃଷ୍ଟି କରିଥାଏ । From Wikipedia, the free encyclopedia
ପଲିସିଷ୍ଟିକ କିଡନୀ ରୋଗ (ଇଂରାଜୀ ଭାଷାରେ Polycystic kidney disease/ PKD/ PCKD) ଏକ ଅନୁବଂଶିକ ରୋଗ ଯାହା ବୃକ୍କ ମଧ୍ୟରେ ଅନେକ ସିଷ୍ଟ ସୃଷ୍ଟି କରିଥାଏ ।[4] ଏହି ରୋଗ ଜନ୍ମ ପୂର୍ବରୁ, ବାଲ୍ୟକାଳରେ କିମ୍ବା ବୟସ୍କ ଅବସ୍ଥାରେ ସୃଷ୍ଟି ହୋଇପାରେ | [8] ଜନ୍ମ ପୂର୍ବରୁ ସୃଷ୍ଟି ହୋଇଥିଲେ ବିକାଶ ହୁଏ ନାହିଁ କିମ୍ବା ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି ହୋଇପାରେ | [3] ଅନ୍ୟଥା ଉଦର ପାର୍ଶ୍ୱ ଯନ୍ତ୍ରଣା, ରକ୍ତମେହ ଏବଂ ମୁଣ୍ଡ ବିନ୍ଧା ଆଦି ଲକ୍ଷଣଗୁଡ଼ିକ ଦେଖାଯାଇପାରେ | [2] ରୋଗ ଜଟିଳ ହେଲେ ବୃକ୍କ ବିଫଳତା, ଉଚ୍ଚ ରକ୍ତଚାପ, ଯକୃତ ସିଷ୍ଟ, ଆଓର୍ଟିକ ଆନିଉରିଜ୍ମ, ଏବଂ ସେରେବ୍ରାଲ ଆନିଉରିଜ୍ମ ହୋଇପାରେ । [4]
Polycystic kidney disease | |
---|---|
Polycystic kidney syndrome, kidney - polycystic[1] | |
ବିଭାଗ | Nephrology |
ଲକ୍ଷଣ | Flank pain, blood in the urine, headaches, growth failure[2][3] |
କାରଣ | Genetic mutation[4] |
ବିପଦ କାରକ | Family history[4] |
ରୋଗ ନିର୍ଣ୍ଣୟ ପଦ୍ଧତି | Medical imaging, genetic testing[5][3] |
ସଠିକ ରୋଗ ନିର୍ଣ୍ଣୟ | Multiple benign simple cysts, medullary sponge kidney, tuberous sclerosis[6] |
ଚିକିତ୍ସା | Lifestyle changes, blood pressure medication, dialysis, kidney transplant[4] |
Prognosis | ARPKD 30% risk of early death[7] |
ପୁନଃପୌନିକ | 1 in 700 (ADPKD), 1 in 20,000 (ARPKD)[4] |
ଜେନେଟିକ ମ୍ୟୁଟେସନ ଫଳରେ ଏହା ଘଟିଥାଏ | [4] ସାଧାରଣତଃ ଏହା ପିତାମାତାଙ୍କଠାରୁ ଉତ୍ତରାଧିକାର ସୂତ୍ରରେ ଆସିଥାଏ ଯଦିଓ କ୍ୱଚିତ ଏହା ସ୍ୱତଃସ୍ପୃର୍ତ୍ତ ଭାବରେ ପ୍ରାଥମିକ ବିକାଶ ସମୟରେ ସୃଷ୍ଟି ହୋଇପାରେ | [4] ଅଣ-କାର୍ଯ୍ୟକ୍ଷମ ଟ୍ୟୁବୁଲ ଭିତରକୁ ତରଳ ପଦାର୍ଥ ପମ୍ପ ହୋଇଗଲେ ଏହି ସିଷ୍ଟ ସୃଷ୍ଟି ହୋଇଥାଏ । [9] ଦୁଇ ପ୍ରକାର ରୋଗ ଥାଏ ଯଥା:- ଅଟୋସୋମାଲ ଡୋମିନାଣ୍ଟ ଏଡିପିକେଡି (ADPKD) ପଲିସିଷ୍ଟିକ ବୃକ୍କ ରୋଗ ଓ ଅଟୋସୋମାଲ ରିସିସିଭ ପଲିସିଷ୍ଟିକ ବୃକ୍କ ରୋଗ/ ଏଆରପିକେଡି (ARPKD)/ । [4] ମେଡିକାଲ ଇମେଜିଙ୍ଗ ବା ଜେନେଟିକ ପରୀକ୍ଷା ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ ନିଶ୍ଚିତ କରାଯାଏ | [2] [3]
ଏହି ରୋଗ ଆରୋଗ୍ୟ ସାଧ୍ୟ ନୁହେଁ | [2] [3] ଏହାର ଚିକିତ୍ସାରେ ଜୀବନ ଶୈଳୀରେ ପରିବର୍ତ୍ତନ ଓ ଉଚ୍ଚ ରକ୍ତଚାପ କମ୍ କରିବା ପାଇଁ ଏସିଇ ଇନହିବିଟର ଭଳି ଔଷଧ ଦିଆଯାଏ । [4] ବୂକ୍କ ବିଫଳତା ନିମନ୍ତେ ଡାଏଲିସିସ ବା ବୃକ୍କ ପ୍ରତିରୋପଣ କରାଯାଇପାରେ | [4] ଏଆରପିକେଡି ଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୩୦% ରୋଗୀଙ୍କର ଜୀବନର ପ୍ରଥମ କିଛି ସପ୍ତାହ ମଧ୍ୟରେ ମୃତ୍ୟୁ ହୁଏ | [3] ଏଡିପିକେଡି ରୋଗୀଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ରୋଗୀଙ୍କର ୭୦ ବର୍ଷ ବୟସ ସୁଦ୍ଧା ବୃକକ୍ ବିଫଳତା ସୃଷ୍ଟି ହୋଇଥାଏ ।[2]
ଯୁକ୍ତରାଷ୍ଟ୍ରର ପ୍ରାୟ ଅଧ ନିୟୁତ ଲୋକଙ୍କୁ ପିକେଡି ପ୍ରଭାବିତ କରିଥାଏ | [4] ଏଡିପିକେଡି ରୋଗ ପ୍ରାୟ ୭୦୦ ଲୋକଙ୍କ ମଧ୍ୟରୁ ଜଣକୁ ପ୍ରଭାବିତ କରିଥାଏ ଏବଂ ଏଆରପିକେଡି ପ୍ରାୟ ୨୦,୦୦୦ ପିଲାଙ୍କ ମଧ୍ୟରୁ ଜଣକ ଉପରେ ପ୍ରଭାବ ପକାଇଥାଏ | [4] ପୁରୁଷ ଏବଂ ମହିଳା ସମାନ ଭାବରେ ବାରମ୍ବାର ପ୍ରଭାବିତ ହୁଅନ୍ତି [4] ଷୋଡ଼ଶ ଓ ସପ୍ତଦଶ ଶତାବ୍ଦୀରେ ଏହି ଅବସ୍ଥା ପ୍ରଥମେ ବର୍ଣ୍ଣନା କରାଯାଇଥିଲା | [10]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.