ପୀତାମ୍ବର ତରାଇ
ଭାରତୀୟ ଦଳିତ ଓଡ଼ିଆ ଲେଖକ / From Wikipedia, the free encyclopedia
ପୀତାମ୍ବର ତରାଇ ଜଣେ ଭାରତୀୟ ଓଡ଼ିଆ-ଭାଷୀ ଦଳିତ କବି ଓ ଶିଶୁସାହିତ୍ୟିକ । ତାଙ୍କ ରଚିତ ପ୍ରମୁଖ ପୁସ୍ତକ ମଧ୍ୟରେ ବୁନ୍ଦେ ଲୁହର ପିଠିରେ ସମୁଦ୍ର (୧୯୮୭), ନିଜ ନିଶ୍ୱାସରେ ନିଜେ ହିଁ ଜଳୁଛି (୧୯୯୦), ଆଦିପର୍ବ (୧୯୯୪), ଶେଷ ହେବାଯାଏ (୧୯୯୭), ଦେହ ଦଶବିଶା (୧୯୯୭), ଚିରା-ଚଇତର ଚିଠା (୨୦୦୨), ଇତର (୨୦୦୭), ଶୂଦ୍ରକର ଶ୍ଳୋକ (୨୦୦୮), ଅଭାଜନ (୨୦୧୦) ତଥା ଶିଶୁକବିତା ସଂକଳନ ଲହ ଲହକା ପତର ବଙ୍କା ଆଦି ଅନ୍ୟତମ । ତାଙ୍କର ଅଭାଜନ କବିତା ପୁସ୍ତକ ପାଇଁ ସେ ୨୦୧୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଏଥି ସହିତ ସେ ପ୍ରଜାତନ୍ତ୍ର କବିତା ପୁରସ୍କାର, ଚନ୍ଦ୍ରଭାଗା କବିତା ପୁରସ୍କାର, ବସନ୍ତ ମୁଦୁଲି କବିତା ପୁରସ୍କାର, ତୀର ତରଙ୍ଗ କବିତା ପୁରସ୍କାର ତଥା ଓଡ଼ିଶା ଦଳିତ ସାହିତ୍ୟ ଏକାଡେମୀ ପକ୍ଷରୁ ସମ୍ମାନୀତ ।
Quick Facts ପୀତାମ୍ବର ତରାଇ, ଜନ୍ମ ...
ପୀତାମ୍ବର ତରାଇ | |
---|---|
ଜନ୍ମ | ପୀତାମ୍ବର ତରାଇ ୧୯୫୯ |
ଜାତୀୟତା | ଭାରତୀୟ |
ବୈବାହିକ-ସାଥୀ | ସରିତା ତରାଇ |
ସନ୍ତାନ | ଅଗ୍ନି, କ୍ରୀଷ୍ଣା, ଲିପ୍ସା, ବିଦାୟୀ ବର୍ଷା |
ପିତାମାତା | ହାଡ଼ିବନ୍ଧୁ ତରାଇ ପଞ୍ଚେଇ ଦେବୀ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
Close