ପେରିକାର୍ଡିଓସେଣ୍ଟେସିସ ( PCC, ଅନ୍ୟନାମ ପେରିକାର୍ଡିଆଲ୍ ଟ୍ୟାପ୍) ଏକ ପ୍ରଣାଳୀ ଯାହାଦ୍ୱାରା ହୃତ୍ପିଣ୍ଡ ଚାରି From Wikipedia, the free encyclopedia
ପେରିକାର୍ଡିଓସେଣ୍ଟେସିସ ( PCC, ଅନ୍ୟନାମ ପେରିକାର୍ଡିଆଲ୍ ଟ୍ୟାପ୍) ଏକ ପ୍ରଣାଳୀ ଯାହାଦ୍ୱାରା ହୃତ୍ପିଣ୍ଡ ଚାରିପାଖରେ ଥିବା ପେରିକାର୍ଡିଅମ (ପେରିକାର୍ଡିଆଲ୍ ସ୍ୟାକ୍) ମଧ୍ୟସ୍ଥ ଅସ୍ୱାଭାବିକ ଭାବରେ ଜମିଥିବା ତରଳ ପଦାର୍ଥ ବାହାର କରାଯାଇଥାଏ | [1] ଜରୁରୀକାଳୀନ ଭାବରେ ଏହା ସାଧାରଣତଃ ପେରିକାର୍ଡିଆଲ୍ ଟାମ୍ପୋନେଡ ପାଇଁ କରାଯାଏ ଯାହାଦ୍ୱାରା ରୋଗୀର ନିମ୍ନ ଚକ୍ତଚାପ ହୋଇଥାଏ ।[2] ସାଧାରଣତଃ ଛାତି ଭୁଷିଥିବା କାରଣରୁ ଏହା ହୁଏ, ଛାତିର ମାଡ଼ ଯୋଗୁ ନୁହେଁ । [3] ସାଧାରଣ ଲକ୍ଷଣ ଥିବା ମଧ୍ୟମ ଧରଣର ତରଳ ପଦାର୍ଥ ଥିଲେ ଜରୁରୀକାଳୀନ ପ୍ରଣାଳୀ ଆବଶ୍ୟକ ହୋଇନପାରେ | [4]
ଅଧିକାଂଶ ସମୟରେ ଛାତି ସମ୍ମୁଖ ଭାଗରେ ଥିବା ବକ୍ଷାସ୍ଥି ବା ସ୍ଟର୍ନମର ନିମ୍ନରୁ ଛୁଞ୍ଚି ଭର୍ତ୍ତି କରାଯାଇପାରେ | [2] ଏହି ପଦ୍ଧତି ଆରମ୍ଭ କରିବା ପୂର୍ବରୁ ସେହି ସ୍ଥାନ ଉତ୍ତମ ରୂପେ ଜୀବାଣୁମୁକ୍ତ କରି ସ୍ଥାନୀୟ ନିଶ୍ଚେତକ ଦିଆଯାଏ । [2] [5] ଏକ କେନ୍ଦ୍ରୀୟ କିଟରୁ ୧୦ମିଲି ସିରିଞ୍ଜ ସହିତ ଏକ ୨୦ଗ୍ରା ମେରୁଦଣ୍ଡ ଛୁଞ୍ଚି ନିଆଯାଇ ବ୍ୟବହାର କରାଯାଇପାରେ | [6] ଅଲଟ୍ରାସାଉଣ୍ଡ ମାର୍ଗଦର୍ଶକ ସାହାଯ୍ୟ ନେଇ ଏହି ପଦ୍ଧତି କରାଯାଏ ।[2] ସେଲଡିଞ୍ଜର ପ୍ରଥା ଅବଲମ୍ବନ କରି ଏକ ପିଗଟେଲ ଡ୍ରେନ ସେଠାରେ ରଖାଯାଏ ।[2] [6]
ରୋଗ ଜଟିଳ ହେଲେ ହୃତ୍ପିଣ୍ଡରେ ଆଘାତ, ଅନିୟମିତ ହୃତ୍ ସ୍ପନ୍ଦନ, ନିମୋଥୋରାକ୍ସ ଏବଂ ଯକୃତରେ ଆଘାତ ହୋଇପାରେ | [2] ପଦ୍ଧତି ପୂର୍ବରୁ ଆଘାତରୁ ରକ୍ଷା କରିବାକୁ ପାକସ୍ଥଳୀକୁ ଖାଲି ରଖିବା ନିମନ୍ତେ ଏକ ନାସୋଗାଷ୍ଟ୍ରିକ ନଳି ଭର୍ତ୍ତି କରିଦିଆଯାଏ ।[2] ସଫଳତାର ଲକ୍ଷଣରେ ଉନ୍ନତ ରକ୍ତଚାପ ସୃଷ୍ଟି ଦ୍ରୁତ ଗତିରେ ଘଟେ | [2] [7] ପ୍ରଣାଳୀ ପରେ ବ୍ୟକ୍ତିଙ୍କୁ ଅସ୍ତ୍ରୋପଚାର ରୁମକୁ ଅଣାଯାଇପାରେ ଯେପରି ଆବଶ୍ୟକ ସ୍ଥଳେ ଥୋରାକୋଟୋମି ବା ପେରିକାର୍ଡିଆଲ ଉଇଣ୍ଡୋ କରିହେବ ।[2] ଏହି ପ୍ରଣାଳୀ ପ୍ରଥମେ ୧୯୧୧ ମସିହାରେ ମାର୍ଫାନ ବର୍ଣ୍ଣନା କରିଥିଲେ | [7]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.