ପ୍ରତିଭା ରାୟ
ଓଡ଼ିଆ ସାହିତ୍ୟିକା / From Wikipedia, the free encyclopedia
ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା ।[2] ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା ।[3] ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା ।[4] ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।[5] ପରବର୍ତ୍ତୀ ସମୟରେ ଏହ ପୁସ୍ତକଟି ସାତଟି ଭାଷାରେ ଅନୂଦିତ ହୋଇଥିଲା ।[6]
Quick Facts ପଦ୍ମଶ୍ରୀ ପ୍ରତିଭା ରାୟ, ଜନ୍ମ ଓ ଜନ୍ମସ୍ଥାନ ...
ପଦ୍ମଶ୍ରୀ ପ୍ରତିଭା ରାୟ | |
---|---|
ଜନ୍ମ ଓ ଜନ୍ମସ୍ଥାନ | (1943-01-21) ୨୧ ଜାନୁଆରୀ ୧୯୪୩ (ବୟସ ୮୧) ଅଳାବୋଳ, ଜଗତସିଂହପୁର ଜିଲ୍ଲା |
ବୃତ୍ତି | ଗାଳ୍ପିକ, ଔପନ୍ୟାସିକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତ୍ତକୋତ୍ତର (ଶିକ୍ଷା), ଡକ୍ଟରେଟ (ଶୈକ୍ଷିକ ମନସ୍ତତ୍ତ୍ୱ) [1] |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ସାହିତ୍ୟ କୃତି | ଯାଜ୍ଞସେନୀ, ଶିଳାପଦ୍ମ |
ପୁରସ୍କାର | ଜ୍ଞାନପୀଠ ପୁରସ୍କାର, ଶାରଳା ପୁରସ୍କାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
ଜୀବନସାଥୀ | ଅକ୍ଷୟ ଚନ୍ଦ୍ର ରାୟ |
ସନ୍ତାନ | ଆଦ୍ୟାଶା, ଅନ୍ୱେଷ, ଅୟସକାନ୍ତ |
ୱେବସାଇଟ | |
pratibharay.org |
Close
ସେ ବିଦ୍ୟାଳୟର ଶିକ୍ଷକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ଓ ପରେ ୧୯୯୮ ମସିହାରେ ପ୍ରାଧ୍ୟ୍ୟାପକ ଭାବେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରି ଓଡ଼ିଶା ଲୋକ ସେବା ଆୟୋଗରେ (ଓପିଏସସି) ସଦସ୍ୟ ଭାବେ ଯୋଗଦାନ କରିଥିଲେ ।[7]