From Wikipedia, the free encyclopedia
ପ୍ରଫୁଲ୍ଲ ଦାସ (୩୦ ସେପ୍ଟେମ୍ବର ୧୯୨୭ - ୪ ମାର୍ଚ୍ଚ ୨୦୧୮)[1] ଜଣେ ଓଡ଼ିଆ ଲେଖକ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ତାଙ୍କ ରଚିତ 'ବହ୍ନିମାନ' ପୁସ୍ତକ ନିମନ୍ତେ ତାଙ୍କୁ ଶାରଳା ପୁରସ୍କାରରେ ସମ୍ମାନିତ କରାଯାଇଛି ।[2] ମହାତ୍ମା ଗାନ୍ଧୀ ଓ ବିନୋବା ଭାବେଙ୍କ ଆଦର୍ଶଦ୍ୱାରା ଅନୁପ୍ରାଣିତ ହୋଇ ଅହିଂସା ଏବଂ ସେବାକୁ ପ୍ରାଧାନ୍ୟ ଦେଇଥିବା ସାମସମୟିକ ପ୍ରସିଦ୍ଧ । ଓଡ଼ିଆଙ୍କ ମଧ୍ୟରେ ପ୍ରଫୁଲ୍ଲ ଦାସ ଅନ୍ୟତମ । ସେ ଏକଧାରରେ ଗାନ୍ଧୀବାଦୀ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ଓ ଲେଖକ । ରାଜକନିକା ଅନ୍ତର୍ଗତ ଜରିସାହିରେ ଜନ୍ମିତ ପ୍ରଫୁଲ୍ଲ ଆଦ୍ୟଶୈଶବରେ ପିତାଙ୍କୁ ହରାଇବା ପରେ ମାମୁଘରେ ବଢ଼ିଥିଲେ। କନିକା, କୁଜଙ୍ଗ, ସାଲେପୁର, ବାଲେଶ୍ୱର, ପାରଳାଖେମୁଣ୍ଡି ଆଦିରେ ତାଙ୍କର ବିଦ୍ୟାର୍ଥୀ ଜୀବନ କଟିଥିଲା । ସେ ଛାତ୍ର-ଜୀବନରେ ଆନନ୍ଦ ଚନ୍ଦ୍ର ଜେନାଙ୍କ ‘ଦୁଃଖିନୀ କନିକା’ ଗୀତ, ତାଙ୍କୁ ବିପ୍ଲବୀ ହେବା ପାଇଁ ପ୍ରେରଣା ଯୋଗାଇଥିଲା। ୧୯୪୮ରେ ସେ କନିକା ଅଞ୍ଚଳର ପ୍ରାୟ ଅଶୀ ଜଣ ଦଳିତଙ୍କ ସହ ଆରଡ଼ି ଆଖଣ୍ଡଳମଣି ମନ୍ଦିରରେ ପ୍ରବେଶ କରି ଚହଳ ସୃଷ୍ଟି କରିଥିଲେ । ୧୯୫୧ରେ ସେ ପୁରୀର ରାମକୃଷ୍ଣ ମିଶନ ପାଠାଗାରରେ ସ୍ନେଚ୍ଛାସେବକ ଭାବେ କାର୍ଯ୍ୟ କରିବା ସହ ତାଙ୍କର ସାରସ୍ୱତ ଜୀବନ ଆରମ୍ଭ ହୋଇଥିଲା। ପୁରୀ ଅବସ୍ଥାନ କାଳରେ ସେ ‘ଶତଦଳ’ ନାମକ ସାହିତ୍ୟ ପତ୍ରିକା ପ୍ରକାଶ କରୁଥିଲେ। ସାହିତ୍ୟର ବିକାଶ ପାଇଁ ସାହିତ୍ୟ ସଭା ଆୟୋଜନ ସହ ପ୍ରସିଦ୍ଧ ସାହିତ୍ୟିକଙ୍କର ଜନ୍ମ ଦିନ ପାଳନ କରୁଥିଲେ। ସନ୍ଥ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନ ସହ ପ୍ରଫୁଲ୍ଲ ସଂପୃକ୍ତ ହୋଇ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। କାଳିକାପୁରରେ ଭୂଦାନ ମେଳା ଆୟୋଜନ କରି ପ୍ରାୟ ଏଗାର ଶହ ଏକର ଜମି ସଂଗ୍ରହ କରିଥିଲେ । ସମାଜସେବା, ଗ୍ରାମ ସଂଗଠନ, ନିଶା ନିବାରଣ, ଦାରିଦ୍ର୍ୟ-ଅଶିକ୍ଷାରୋଗ ବିରୋଧୀ ଆନ୍ଦୋଳନ, ଜମିଦାର ବିରୋଧୀ ଆନ୍ଦୋଳନ, କୁଷ୍ଠ ନିରାକରଣ ଆଦି କ୍ଷେତ୍ରରେ କାର୍ଯ୍ୟ ତାଙ୍କ ମହାନତାର ପରିଚୟ ଦିଏ । 'ନେତାଜୀ ଆଉ ଫେରିନାହାନ୍ତି', 'ଫାଶୀ ମଞ୍ଚରେ ବିପ୍ଳବୀ’, ‘ପ୍ରତାରଣାର ଶହେ ବର୍ଷ’, ‘ସେହି ରକ୍ତାକ୍ତ ଅଗଷ୍ଟ ପନ୍ଦର’, ‘ଭାରତ ବିଭାଜନ', ‘ରାଜଦ୍ରୋହୀ’, ‘ଅଗ୍ନି ଯୁଗର ଆହ୍ଲାନ’, ‘ରକ୍ତସ୍ନାତା’, ‘ବହ୍ନିମାନ' ଆଦି ତାଙ୍କଦ୍ୱାରା ଲିଖିତ ପ୍ରସିଦ୍ଧ ପୁସ୍ତକ ।
ପ୍ରଫୁଲ୍ଲ ଦାସ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଜରିସାହି, କେନ୍ଦ୍ରାପଡ଼ା | ୩୦ ସେପ୍ଟେମ୍ବର ୧୯୨୭
ମୃତ୍ୟୁ | ୩ ମାର୍ଚ୍ଚ ୨୦୧୮ ୯୦) | (ବୟସ
ଭାଷା | ଓଡ଼ିଆ |
ସାହିତ୍ୟ କୃତି | ବହ୍ନିମାନ |
ପୁରସ୍କାର | ଶାରଳା ପୁରସ୍କାର (୨୦୧୪) |
ଦୀର୍ଘ ଦିନ ଧରି ଅସୁସ୍ଥତା ଭୋଗିବା ପରେ ୨୦୧୮ ମସିହା ମାର୍ଚ୍ଚ ମାସ ୩ ତାରିଖରେ କେନ୍ଦ୍ରାପଡ଼ାର ରାଜକନିକାଠାରେ ୯୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।[3]
ଦାସ ୧୯୨୭ ମସିହା ସେପ୍ଟେମ୍ବର ୩୦ ତାରିଖରେ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ଜରିସାହିଠାରେ ଜନ୍ମଗ୍ରହଣ କରିଥିଲେ । ସେ ସେଠାର ନିଜ ମାମୁଁ ଘରେ ପିଲାବେଳୁ ବଢ଼ିଥିଲେ ଓ ସେଠାରେ ରହିଆସୁଥିଲେ ।[3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.