ରାସାୟନିକ ଯୌଗିକ ପଦାର୍ଥ From Wikipedia, the free encyclopedia
ପ୍ରିଗାବାଲିନ (ଇଂରାଜୀ ଭାଷାରେ Pregabalin, ଏକ ବିକ୍ରୟ ନାମ ଲିରିକା/ Lyrica) ଏକ ଔଷଧ ଯାହା ଅପସ୍ମାର ବାତ, ସ୍ନାୟୁ ଯନ୍ତ୍ରଣା (neuropathic pain), ଫାଇବ୍ରୋମ୍ୟାଲ୍ଜିଆ, ରେସ୍ଟଲେସ ଲେଗ୍ସ ସିଣ୍ଡ୍ରୋମ ଓ ଜେନେରାଲାଇଜ୍ଡ ଆଙ୍ଗଜାଇଟି ଡିଜଅର୍ଡ଼ର (generalized anxiety disorder) ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ ।[9][10][11] ଆଂଶିକ ବାତ (partial seizure) ନିମନ୍ତେ ମଧ୍ୟ ଦିଅଯାଇପାରେ ।[9] ଅପରେଶନ ପୂର୍ବରୁ ବ୍ୟବହାର କଲେ ଯନ୍ତ୍ରଣା କମିଯାଏ କିନ୍ତୁ ପ୍ରଶାନ୍ତି ତଥା ନିଦ୍ରା ଆସେ ଓ ଚକ୍ଷୁ ସମସ୍ୟା ଉତ୍ପନ୍ନ ହୁଏ ।[12] ପାଟିରେ ଏହି ଔଷଧ ଦିଆଯାଏ ।[9]
Clinical data | |
---|---|
Pronunciation | /priˈɡæbəlɪn/ |
Trade names | Lyrica, others[1] |
Synonyms | 3-isobutyl GABA, (S)-3-isobutyl-γ-aminobutyric acid |
AHFS/Drugs.com | monograph |
MedlinePlus | a605045 |
data |
|
Pregnancy category |
|
Dependence liability | Physical: Moderate[2] Psychological: Moderate[2] |
Addiction liability | Low[2] |
Routes of administration | By mouth |
Drug class | Gabapentinoid |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | High (≥90% rapidly absorbed; administration with food has no significant effect on bioavailability) |
Protein binding | <1%[3] |
Metabolites | N-methylpregabalin |
Onset of action | May occur within a week (pain)[4] |
Elimination half-life | 6.3–11.5 hours[5][6][7] |
Duration of action | Unknown[8] |
Excretion | Kidney |
Identifiers | |
IUPAC name
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.119.513 |
Chemical and physical data | |
Formula | C8H17NO2 |
Molar mass | 159.229 g/mol |
3D model (JSmol) | |
SMILES
| |
InChI
| |
(verify) |
ପ୍ରିଗାବାଲିନର ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, ମୁଣ୍ଡ ଓଜନିଆ (dizziness), ନିଦ୍ରାଳୁ ଭାବ (sleepiness|, ଦ୍ୱନ୍ଦ୍ୱ, କମ ସ୍ମରଣ ଶକ୍ତି, ମୋଟର ବା ପ୍ରେରକ ଅନିୟନ୍ତ୍ରଣ, ଶୁଷ୍କ ପାଟି, ଦୃଷ୍ଟି ସମସ୍ୟା ଓ ଓଜନ ବୃଦ୍ଧି ହୋଇପାରେ ।[9][13] ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ହେଲେ ଆଞ୍ଜିଓଇଡିମା, ଔଷଧ ଅପବ୍ୟବହାର (drug misuse), ଆତ୍ମହତ୍ୟା ସଙ୍କଟ ହୋଇପାରେ ।[9] ଅଧିକ ମାତ୍ରାରେ ଓ ଅଧିକ ଅବଧି ନିମନ୍ତେ ଔଷଧ ବ୍ୟବହାର କଲେ ଆସକ୍ତ ହୋଇଯାଏ କିନ୍ତୁ ସଠିକ୍ ମାତ୍ରାରେ (usual doses) ଖାଇଲେ ଏହି ସଙ୍କଟ କମିଯାଏ ।[2] ଗର୍ଭାବସ୍ଥା ଓ ସ୍ତନ୍ୟପାନ (breastfeeding) ସମୟରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ।[14] ପ୍ରିଗାବାଲିନ ଏଇ ପ୍ରକାର ଗାବାପେଣ୍ଟନଏଡ (gabapentinoid) ଔଷଧ ଯାହା କ୍ୟାଲସିଅମ ଚ୍ୟାନେଲ (inhibiting) ଅବରୋଧ (inhibiting) କରେ ।[15][16]
ପ୍ରିଗାବାଲିନ ସନ ୨୦୦୪ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ରରେ ସ୍ୱୀକୃତ ହୋଇଥିଲା ।[9] ଏହା ଗାବାପେଣ୍ଟିନର (gabapentin) ପରବର୍ତ୍ତୀ ସଂସ୍କରଣ ।[17] ସନ ୨୦୧୮ ସୁଦ୍ଧା ଏହା ଯୁକ୍ତରାଷ୍ଟ୍ର ଆମେରିକା ବ୍ୟତୀତ ଅନେକ ଦେଶମାନଙ୍କରେ ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[13][18] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧର ହୋଲସେଲ ବାବଦ ଏକ ମାସରେ ପ୍ରାୟ ୪୫୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[19] ଏହି ସମୟରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ପ୍ରାୟ ୬ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[13] ସନ ୨୦୧୬ରେ ଏହାର ୯ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୮୩ତମ ସ୍ଥାନରେ ଥିଲା ।[20] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଏକ ସିଡ୍ୟୁଲ ୫ (Schedule V) ଅନୁସାରେ ନିୟନ୍ତ୍ରିତ ପଦାର୍ଥ (Controlled Substances Act of 1970) ।[9]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.