From Wikipedia, the free encyclopedia
ଫାଇଲେରିଆ (ଆୟୁର୍ବେଦ ଶାସ୍ତ୍ରରେ ଲସିକା ଶ୍ଲୀପଦ ଜ୍ୱର) ଏକ ପରଜୀବୀ (parasitic disease) ରୋଗ ଯାହା ଫାଇଲେରଏଡିଆ (Filarioidea) ଶ୍ରେଣୀର ସଂକ୍ରମଣ ଯୋଗୁ ହୁଏ ।[1] ଏହା ମଶା ଓ ବ୍ଲାକ ଫ୍ଲାଇ ସଂକ୍ରମିତ ରକ୍ତ ଶୋଷି ସୁସ୍ଥ ଲୋକକୁ କାମୁଡ଼ିବା ଫଳରେ ଏହି ରୋଗ ବ୍ୟାପିଥାଏ । ଏହାକୁ ହେଲମିନ୍ଥିଆସିସ (helminthiases) ଦଳର ରୋଗ ଭାବରେ ବର୍ଗୀକରଣ କରାଯାଏ ।
ମାନବକୁ ଆଠ ପ୍ରକାର ଫାଇଲେରିଆ ନେମାଟୋଡ ଡେଫିନିଟିଭ ହୋଷ୍ଟ ଭାବରେ ବ୍ୟବହାର କରନ୍ତି । ଏଗୁଡ଼ିକୁ ତିନି ଭାଗରେ ବିଭକ୍ତ କରାଯାଇଥାଏ ।
ଏହା ଶତକଡା ୯୦ଭାଗ ଉଚେରିଆ ବ।ଙ୍କ୍ରୋଫ୍ଟିଦ୍ୱାରା ବ୍ୟାପ୍ତ ହୋଇଥାଏ । ଉଭୟ ପୁରୁଷ ଏବଂ ସ୍ତ୍ରୀ କୀଟାଣୁ ଲସିକା ଗ୍ରନ୍ଥି ଓ ତନ୍ତ୍ରରେ ଗୁଚ୍ଛ ବାନ୍ଧି ରହିଥାନ୍ତି, ଯାହାଦ୍ୱାରା କି ଲସିକା ପରିବହନରେ ବାଧା ଶୃଷ୍ଟି ହୋଇଥାଏ ଓ ସ୍ଥାନ ଅନୁଯାୟୀ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଫୁଲିଥାଏ । ପୁରୁଷ କୀଟର ଦୈର୍ଘ୍ୟ ୩-୪ ସେଣ୍ଟିମିଟର ହୋଇଥିବା ବେଳେ ସ୍ତ୍ରୀକୀଟର ଦୈର୍ଘ୍ୟ ୮-୧୦ ସେଣ୍ଟିମିଟର ହୋଇଥାଏ । ବ୍ୟକ୍ତିରୁ ବ୍ୟକ୍ତି ପର୍ଯ୍ୟନ୍ତ ଏହା ମଶା କାମୁଡିବାଦ୍ୱାରା ବ୍ୟାପ୍ତ ହୋଇଥାଏ । ୨୦୦୫ ମସିହାରେ ଏକ ପରିସଙ୍ଖ୍ୟାନ ତଥ୍ୟ ଅନୁଯାୟୀ ଲସିକା ଶ୍ଲୀପଦ ପ୍ରଭାବିତ ଚିହ୍ନଟ ସ୍ଥାୟୀ ଜିଲ୍ଲାଗୁଡ଼ିକ ହେଲେ ଅନୁଗୁଳ, ବାଲେଶ୍ୱର, ବୌଦ, କଟକ, ଦେବଗଡ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଯାଜପୁର, ଝାରସୁଗୁଡା, ଖୋର୍ଦ୍ଧା, ନୟାଗଡ, ପୁରୀ । ପ୍ରଥମେ ବିଶ୍ୱାସ କରାଯାଉଥିଲା ଯେ ପଶ୍ଚିମ ଓଡ଼ିଶା ଏହି ରୋଗଦ୍ୱାରା ଏତେଟା ପ୍ରଭାବିତ ନୁହେଁ, କିନ୍ତୁ ୨୦୦୭-୨୦୦୯ ମସିହାରେ ଏକ ଗଣନାଦ୍ୱାରା ଚମକପ୍ରଦ ତଥ୍ୟ ହସ୍ତଗତ ହୋଇଥିଲା । ଏହି ତଥ୍ୟ ଅନୁସାରେ ଇମ୍ୟୁନୋକ୍ରୋମାଟୋଗ୍ରାଫି ଟେଷ୍ଟ (ICT) ରିପୋର୍ଟ ଅନୁଯାୟୀ ସମଗ୍ର ଗଣନା ସଂଖ୍ୟାରୁ ବିଭିନ୍ନ ଜିଲ୍ଲାରେ ସଂକ୍ରମଣ ଯୁକ୍ତIତ୍ମକ ବ୍ୟକ୍ତିଙ୍କ ସଂଖ୍ୟା ହେଲା –
ଅଞ୍ଚଳ | ଶତକଡ଼ା ହାର |
---|---|
ସମ୍ବଲପୁର | ୩୨.୨% |
ବଲାଙ୍ଗିର | ୨୬.୭ % |
ବରଗଡ଼ | ୧୫.୩% |
କେଉଁଝର | ୧୫.୬% |
କନ୍ଧମାଳ | ୧୫.୫% |
ସମଗ୍ର ପଶ୍ଚିମ ଓଡ଼ିଶା | ୨୦.୯%[2] |
୧୯୯୮-୧୯୯୯ ମସିହାରେ ଜାତୀୟ ପରିବାର ସ୍ୱାସ୍ଥ୍ୟ ପରିସଙ୍ଖ୍ୟାନ ବିଭାଗ (NFHS-II)ର ଏକ ଆକଳନ ଅନୁଯାୟୀ ସ୍ତ୍ରୀଲୋକମାନେ ଏହାଦ୍ୱାରା ଅଧିକ ସଂକ୍ରମିତ । ଏବେ ଏହା ଏକ ପ୍ରମାଣିତ ତଥ୍ୟ ଯେ;-ଲସିକା ଶ୍ଲୀପଦ କେବଳ ଉପକୂଳ ଓଡ଼ିଶାରେ ସୀମିତ ନୁହେଁ । ମଶାଦ୍ୱାରା ସଂକ୍ରମିତ ଏହି ରୋଗର ଚଞ୍ଚୁ କବଳରେ ସମଗ୍ର ଓଡ଼ିଶା I ଅନ୍ୟାନ୍ୟ ଭୌଗଳିକ ସ୍ଥାନ – ଲସିକା ଶ୍ଲୀପଦ (lymphatic filariasis ) ପୃଥିବୀରେ ବହୁ ସ୍ଥାନରେ ନିଜର କାୟା ବିସ୍ତାର କରିଥାଏ । ଏହା ଆଫ୍ରିକା, ଦକ୍ଷିଣପୂର୍ବ ଏସିଆ, ପ୍ରଶାନ୍ତାମହାସାଗରୀୟ ଦ୍ୱୀପ ସମୂହ, ଦକ୍ଷିଣ ଆମେରିକା, ଭାରତ ଆଦି ଦେଶରେ ଦେଖାଯାଇଥାଏ । କେବଳ ଭାରତରେ ୪୫କୋଟି ଲୋକ ଏହି ରୋଗଦ୍ୱାରା ସଂକ୍ରମିତ ଓ ତନ୍ମଧ୍ୟରୁ ୨.୬୪କୋଟି ଲୋକ ଓଡ଼ିଶାରେ ଆକ୍ରାନ୍ତ।
ଏହି କୀଟାଣୁଦ୍ୱାରା ଆକ୍ରାନ୍ତ ଅଧିକାଂଶ ବ୍ୟକ୍ତିଙ୍କ ଦେହରେ କୌଣସି ପ୍ରକାର ପ୍ରାରମ୍ଭିକ ଲକ୍ଷଣ ଦେଖା ଦେଇନପାରେ । ଅନେକ ଆକ୍ରାନ୍ତ ବ୍ୟକ୍ତି ଏହାର କୌଣସି ଲକ୍ଷଣ ବା ବିକୃତି ଅନେକ ଦିନ ଯାଏଁ ଜାଣି ପାରନ୍ତି ନାହିଁ । ସାଧାରଣ ଜ୍ୱର ପରି ଏହି ରୋଗରେ ବାନ୍ତି, ଉଚ୍ଚତାପ, ଅଙ୍ଗ ପ୍ରତ୍ୟଙ୍ଗ ପୀଡ଼ା ଆଦି ଲକ୍ଷଣ ପ୍ରକାଶ ହୋଇନପାରେ । କେବଳ ଅନେକ ଦିନ ଆକ୍ରାନ୍ତ ପରେ କ୍ୱଚିତ ବ୍ୟକ୍ତିଙ୍କଠାରେ ଲସିକା ଗ୍ରନ୍ଥି ପ୍ରଦାହ ଓ ଶୋଥ (swelling and inf।ammations) ଦେଖା ଯାଇପାରେ ।
ଏହାର ଦୁଇଟି ପ୍ରମୁଖ ଲକ୍ଷଣ ହେଲା; ଚର୍ମ କଠିଣ ଏବଂ ମୋଟା ହୋଇ ଫୁଲିଯିବା ଏବଂ ହସ୍ତ, ଅଙ୍ଗୁଳି, ଗୋଡ, ପାଦ, ସ୍ତନ୍ୟ, ଯନନାଙ୍ଗ ଆଦି ଫୁଲି ଯିବା । ଏହି ଦୁଇଟି ସ୍ୱତନ୍ତ୍ର ଚିହ୍ନଟ ଯୁକ୍ତ ଲକ୍ଷଣରୁ ଏହି ରୋଗକୁ ଚିହ୍ନିହୁଏ । ବାରମ୍ବାର ଜ୍ୱର, ଦେହ କଂପିବା ଏବଂ ଥରିବା, ଶିତେଇବା, ମୁଣ୍ଡ ବିନ୍ଧିବା, ବାନ୍ତିହେବା, ତୀବ୍ର ଜ୍ୱର, ମାଂସପେଶୀ ପୀଡ଼ା ଓ ମୋଡି ହେବ। ଇତ୍ୟାଦି ଲକ୍ଷଣ ଦେଖାଯିବାଦ୍ୱାରା ତୁରନ୍ତ ଡାକ୍ତରୀ ପରାମର୍ଶଦ୍ୱାରା ଏହି ରୋଗକୁ ବେଳ ଆଗରୁ ଚିହ୍ନଟ କରାଯାଇ ପାରେ ।
ପୁରୁଣା ହେବ।ଦ୍ୱାରା ଏହି ରୋଗରେ ବିଭିନ୍ନ ଜଟିଳତା (comp।ications) ଦେଖା ଦେଇଥାଏ ଯଥା: ହସ୍ତିପାଦ (Elephantiasis), ବୃକ୍କକ ନଷ୍ଟ (Kidney damage), ଯନନାଙ୍ଗ ଫୁଲିବା (Swelling of the genitals), ହାତ ଗୋଡ ଅତ୍ୟଧିକ ଫୁଲିଯିବା । ଏହାଛଡା ସ୍ଥାୟୀ ଅଙ୍ଗ ବିକୃତି ହୋଇ ଅକର୍ମଣ୍ୟ ହେବାର ସମ୍ଭାବନା ମଧ୍ୟ ଥାଏ । ଯେହେତୁ ଆମ ଲସିକା ତନ୍ତ୍ର ଶରୀରର ରୋଗ ପ୍ରତିରୋଧ କ୍ଷମତା ସହିତ ଜଡ଼ିତ ଥାଏ ଏହି ତନ୍ତ୍ରରେ ବିକୃତି ଯୋଗୁଁ ଏହା ସ୍ୱାଭାବିକ ଭାବେ କାର୍ଯ୍ୟ କରିବାର କ୍ଷମତା ହରାଇଥାଏ ଏବଂ ଆକ୍ରାନ୍ତ ବ୍ୟକ୍ତିକୁ ବାରମ୍ବାର ଜର, ଥଣ୍ଡା, କାସ ଇତ୍ୟାଦି ଲାଗି ରହିଥାଏ । ଲସିକା ଗ୍ରନ୍ଥିଗୁଡ଼ିକ ଅବରୋଧ ହେବ।ଦ୍ୱାରା ବିଭିନ୍ନ ସ୍ଥାନରେ ଫୁଲା ଦେଖାଯାଇଥାଏ । ପୁରୁଷମାନଙ୍କ କ୍ଷେତ୍ରରେ ଅଣ୍ଡକୋଷ ଅତ୍ୟନ୍ତ ବିକୃତ ଭାବେ ଫୁଲି ଯାଇ ଥାଏ ।
ଚିହ୍ନଟ – ଏହି କୀଟାଣୁ କେବଳ ରାତ୍ରି ସମୟରେ ସଂକ୍ରମିତ ରୋଗୀର ରକ୍ତରେ କ୍ରିୟାଶୀଳ ଥାଏ (nocturna। periodicity) ଓ ଏହି ସମୟରେ ରକ୍ତ ସଂଗ୍ରହ କରି ଅଣୁବୀକ୍ଷଣ ଯନ୍ତ୍ରରେ ଜିମ୍ସା ରଞ୍ଜକଦ୍ୱାରା ଦେଖି ଓ ଚିହ୍ନଟ କରି ହୁଏ । ଏହାକୁ ଚିହ୍ନଟ କରିବାର ଅନ୍ୟ ଉପାୟ ହେଲା ରକ୍ତରେ ଆଣ୍ଟିଫାଇଲେରିଆଲ IgG4ର ଉପସ୍ଥିତି ।
ଏହା ସ୍ତ୍ରୀ –ଏଇଡିଶ୍ ଏଇଜିପଟି ମଶା ଓ କ୍ୟୁଲେକ୍ସ ଫେଟିଜେଂସ୍ ସଙ୍କ୍ରମଣକାରି କୀଟାଣୁ ଲାର୍ଭା ମଶା କାମୁଡିବାଦ୍ୱାରା ମଣିଷ ଶରୀର ରକ୍ତସ୍ରୋତକୁ ଆସିଥାଏ । ଏହି ଲାର୍ଭା ଲସିକା ଗ୍ରନ୍ଥି ଓ ତନ୍ତ୍ରକୁ ପ୍ରତିସରଣ କରିଥାଏ । ଏହି ଲସିକା ତନ୍ତ୍ରରେ ଲାର୍ଭା ବୟସ୍କ କୀଟାଣୁରେ ପରିବର୍ତ୍ତିତ ହୋଇଥାଏ ଓ ବହୁ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାଏ । ଏହି ସ୍ତରରେ ସ୍ତ୍ରୀ –କୀଟାଣୁ ମାଇକ୍ରୋ-ଫାଇଲାରୀ (microfilariae) ଉତ୍ପନ୍ନ କରିଥାଏ, ଯାହା ରକ୍ତରେ ପ୍ରତିସରିତ ହେଉଥାଏ । ଏହି ସଂକ୍ରମିତ ରକ୍ତ ବିଶିଷ୍ଟ ମଣିଷକୁ, ମଶା କାମୁଡିବାଦ୍ୱାରା ଏହା ପୁନଃ ଜୀବନ ଚକ୍ର କ୍ରମରେ ମଶାର ଶରୀରକୁ ପ୍ରତିସରିତ ହୋଇଥାଏ ।ମଶା ଦେହରେ ଏହି କୀଟାଣୁ ୧-୩ ସପ୍ତାହ ଅବଧି ମଧ୍ୟରେ ସଂକ୍ରମଣକ୍ଷମ ଫାଇଲାରିଫର୍ମ ଲାର୍ଭାରେ (filariform- third-stage larvae) ପରିଣତ ହୋଇଥାଏ । ଚକ୍ରର ପୁନଃ ଅ।ବୃତ୍ତି ସ୍ୱରୂପ କୀଟାଣୁବାହୀ ମଶା, କୌଣସି ମଣିଷ ଶରୀରରୁ ରକ୍ତ ଶୋଷିଲା ବେଳେ, ଏହି ସଂକ୍ରମଣକ୍ଷମ ଫାଇଲାରିଫର୍ମ ଲାର୍ଭା ଗୁଡିକୁ ମଣିଷ ରକ୍ତ ସ୍ରୋତରେ ଛାଡିଦେଇ ଥାଏ ।
ଡାଇଥାଇଲ କାର୍ବାମାଜାଇନ (Diethylcarbamazine), ଆଇଭରମେକ୍ଟିନ ଓ ଆଲ୍ବେଣ୍ଡାଜୋଲ (Ivermectin and Albendazole) ଏକସଙ୍ଗେ ଦିଆଯାଏ କୀଟାଣୁ ଅନୁପ୍ରବେଶ ଓ ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ (ବୋଷ୍ଟନ କଲେଜ ଅଫ ମେଡିସିନ) I କେବଳ ଡାଇଥାଇଲ କାର୍ବାମାଜାଇନ କିମ୍ବା ଆଇଭରମେକ୍ଟିନ ବୟସ୍କ କୀଟାଣୁକୁ ମIରିଥାଏ ଓ ଆଲ୍ବେଣ୍ଡାଜୋଲ ଲIର୍ଭାଗୁଡିକୁ ମାରିଥାଏ । ଆୟୁର୍ବେଦ ଚିକିତ୍ସା-ଭାରତୀୟ ଚିକିତ୍ସା ପଦ୍ଧତିରେ ଏହି ରୋଗ ପାଇଁ ଅନେକ ଔଷଧି ବ୍ୟବସ୍ଥା ରହିଛି। ରସୌଷଧିରେ (meta।।ic drugs) –ନିତ୍ୟାନନ୍ଦ ରସ, ଶ୍ଲୀପଦାରି ରସ, ଶୁଦ୍ଧ ଗନ୍ଧକ, ପୁନର୍ନଭା ମଣ୍ଡୁର ରସ ଇତ୍ୟାଦି ଏବଂ ଉଦ୍ଭିଦଜ ଔଷଧିରେ –ପଞ୍ଚକୋଲ ଚୂର୍ଣ୍ଣ,ବୃଦ୍ଧଦାରୁକ ସମଚୁର୍ଣ୍ଣ ଏବଂ ତ୍ରିଫଳା ଗୁଗ୍ଗୁଳ, କଞ୍ଚନାର ଗୁଗ୍ଗୁଳ ତଥା ଗୋମୁତ୍ରର ପ୍ରୟୋଗ ମଧ୍ୟ କରାଯାଇଥାଏ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.