ବାରେଟ ଏସୋଫେଗସ
ଗ୍ରାସନଳୀର ନିମ୍ନ ଭାଗରେ ଥିବା ଏଇପିଥେଲିଅମର ରୂପାନ୍ତରିତ ହୋଇଥାଏ । / From Wikipedia, the free encyclopedia
ବାରେଟ ଏସୋଫେଗସ ( BE ) ରୋଗରେ ଗ୍ରାସନଳୀର ନିମ୍ମ ଭାଗରେ ଥିବା ସ୍କ୍ୱାମସ ଏପିଥେଲିଅମ ଗୁଡ଼ିକ ଅସ୍ୱାଭାବିକ ଭାବରେ କଲମନାର ଏପିଥେଲିଅମକୁ ପରିବର୍ତ୍ତିତ ହୋଇଥାଏ । [2] ଯଦିଓ ଏହା ନିଜେ ଲକ୍ଷଣ ସୃଷ୍ଟି କରେ ନାହିଁ, କିନ୍ତୁ କେତେକ ଆନୁସଙ୍ଗିକ ଲକ୍ଷଣଗୁଡ଼ିକ ଦେଖାଯାଏ ଯେପରିକି ବୁକୁଜ୍ୱାଳା, ଏସିଡ୍ ରିଫ୍ଲକ୍ସ ଏବଂ ଗିଳିବାଅରେ ଅସୁବିଧା ହୋଇପାରେ | [1] [3] ଏହା ଏକ କର୍କଟ-ପୂର୍ବ ଅବସ୍ଥା ଯେଉଁଥିରେ ୫%ରୁ କମ କ୍ଷେତ୍ରରେ ଏସୋଫେଜ୍ ଆଡେନୋକାର୍କିନୋମା ବିକଶିତ ହୁଏ | [4] [1]
Barrett esophagus | |
---|---|
Barrett's oesophagus, Allison-Johnstone anomaly, columnar epithelium lined lower oesophagus (CELLO) | |
ବିଭାଗ | Gastroenterology, general surgery |
ଲକ୍ଷଣ | Heartburn, acid reflux[1] |
କାରଣ | Gastroesophageal reflux disease[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Endoscopy, tissue biopsy[1] |
ସଠିକ ରୋଗ ନିର୍ଣ୍ଣୟ | Gastritis, esophageal spasm, Helicobacter pylori infection, gallstones, heart disease[1] |
ଔଷଧ | Proton pump inhibitor[1] |
ଚିକିତ୍ସା | Surveillance, ablation, resection[1] |
ପୁନଃପୌନିକ | 1.5%[1] |
ଦୀର୍ଘକାଳୀନ ଗ୍ୟାଷ୍ଟ୍ରୋଏସୋଫେଜ୍ ରିଫ୍ଲକ୍ସ ରୋଗ (GERD) ସଂପ୍ରୁକ୍ତି ହେତୁ ରୋଗ ସହିତ ଖାପ ଖୁଆଇବାକୁ ଗ୍ରାସନଳୀରେ ଅନ୍ତର୍ନିହିତ ପରିବର୍ତ୍ତନ ହୋଇ ଏହି ପରିବର୍ତ୍ତନ ହେଉଥିବା ସନ୍ଦେହ କରାଯାଏ | [2] କେତେକ ମାମଲା ପରିବାରରେ ମଧ୍ୟ ଚାଲିପାରେ | [1] ବିପଦ କାରଣଗୁଡିକ ମଧ୍ୟରେ ହିଆଟାଲ୍ ହର୍ନିଆ, ଗର୍ଭଧାରଣ, ମୋଟାପଣ, ଆଜମା, ଡାଇବେଟିସ୍ ଏବଂ ପେପ୍ଟିକ୍ ଅଲସର୍ ରୋଗ ଅନ୍ତର୍ଭୁକ୍ତ | [1] ଏହାକୁ ଚାରୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି: ନନ୍-ଡିସପ୍ଲାଷ୍ଟିକ୍, ଲୋ-ଗ୍ରେଡ୍ ଡିସପ୍ଲାସିଆ, ହାଇ-ଗ୍ରେଡ୍ ଡିସପ୍ଲାସିଆ ଏବଂ ଆକ୍ରମଣକାରୀ ଆଡେନୋକାର୍ସିନୋମା | [1] ପୁରୁଷମାନଙ୍କଠାରେ ଏହି ଅବସ୍ଥା ପାଇଁ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଏ ଯେଉଁମାନଙ୍କର ଅନ୍ୟ ବିପଦ କାରଣଗୁଡ଼ିକ ସହିତ ପାଞ୍ଚ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଲକ୍ଷଣ ଥାଏ ।[1] ଏଣ୍ଡୋସ୍କୋପି ଓ ତନ୍ତୁ ବାୟୋପ୍ସି କରି ରୋଗ ନିର୍ଣ୍ଣୟ କରାଯାଏ | [1]
ଚିକିତ୍ସା ସାଧାରଣତଃ ପ୍ରୋଟୋନ ପମ୍ପ ଇନହିବିଟର ସାହାଯ୍ୟରେ କରାଯାଏ ଓ ଏହାର ପ୍ରକାର ଉପରେ ପରବର୍ତ୍ତୀ ଚିକିତ୍ସା ନିର୍ଭର କରେ ।[2] [5] କୌଣସି ଡିସପ୍ଲେସିଆ ଉପସ୍ଥିତ ନଥିଲେ ପ୍ରତି ୩ରୁ ୫ ବର୍ଷରେ ନିରୀକ୍ଷଣ ପାଇଁ ପରାମର୍ଶ ଦିଆଯାଏ | [1] ଲୋ-ଗ୍ରେଡ୍ ଡିସପ୍ଲାସିଆ ନିରୀକ୍ଷଣ ପାଇଁ ପ୍ରତି ୬ରୁ ୧୨ ମାସ କିମ୍ବା ଏଣ୍ଡୋସ୍କୋପିକ୍ ଆବ୍ଲାସନ ସୁପାରିଶ କରାଯାଏ | [1] ଉଚ୍ଚ-ଗ୍ରେଡ୍ ଡିସପ୍ଲାସିଆ ଚିକିତ୍ସା ପାଇଁ ପ୍ରଭାବିତ ମ୍ୟୁକୋସାର ରିସେକସନ ପରେ ଆବ୍ଲାସନ ଚିକିତ୍ସା କରାଯାଏ | [1] ଯଦି ମକୋସା ସ୍ୱାଭାବିକ ଦେଖାଯାଏ କିନ୍ତୁ ବାୟୋପସି ଚିନ୍ତାଜନକ ଥାଏ ତେବେ ରେଡିଓଫ୍ରିକ୍ୱେନ୍ସି ଆବ୍ଲାସନ କରିବାକୁ ପରାମର୍ଶ ଦିଆଯାଏ | [1] [6] ଯଦି କର୍କଟ ଉପସ୍ଥିତ ଥାଏ ତେବେ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦିଆଯାଇପାରେ | [1]
ସାଧାରଣ ଜନସଂଖ୍ୟାର ପ୍ରାୟ ୧.୫ % ଏବଂ ଜିଇଆରଡି/GERD ଥିବା ଲୋକଙ୍କ ମଧ୍ୟରୁ ୧୦% ଲୋକ ଏହି ରୋଗରେ ପ୍ରଭାବିତ ହୁଅନ୍ତି | ରୋଗ ନିର୍ଣ୍ଣୟ ସମୟରେ ହାରାହାରି ବୟସ ୫୫ ଥାଏ । [2] [7] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି | [1] ଏହି ଅବସ୍ଥା ପ୍ରଥମେ ୧୮୭୯ ମସିହାରେ ହେନ୍ରିଚ୍ କ୍ୱିଙ୍କେ ଏବଂ ୧୯୦୬ ମସିହାରେ ୱାଇଲ୍ଡର୍ ଟିଲେସନଙ୍କଦ୍ୱାରା ବର୍ଣ୍ଣନା କରାଯାଇ ଥିଲା | [8] ୧୯୫୦ ମସିହାରେ ସର୍ଜନ ନର୍ମାନ ବାରେଟ ଏହା ବିଷୟରେ ଅଧିକ ବର୍ଣ୍ଣନା କରିଥିଲେ ଓ ତାଙ୍କ ନାମାନୁସାରେ ଏହାର ନାମକରଣ ହୋଇଥିଲା | [9]