ବୁମେଟାନାଇଡ
ବୁମେଟାନାଇଡ ଔଷଧ ଇଡିମା ଏବଂ ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | / From Wikipedia, the free encyclopedia
ବୁମେଟାନାଇଡ, ଅନ୍ୟମାନଙ୍କ ମଧ୍ୟରେ ବୁମେକ୍ସ ବାଣିଜ୍ୟ ନାମରେ ବିକ୍ରି ହୁଏ, ଇଡିମା ଏବଂ ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ଏହି ଔଷଧ ବ୍ୟବହୃତ ହୁଏ | [1] ଏଥିରେ ହୃଦ୍ପାତ, ଯକୃତ ସମସ୍ୟା ଓ ବୃକ୍କ ସମସ୍ୟା ଆଦି ରୋଗମାନ ଅନ୍ତର୍ଭୁକ୍ତ | [2] ଫୁଲିବା ପାଇଁ କୌଣସି ଔଷଧ କାମ ନ କଲେ ଏହି ଔଷଧ ସେତେବେଳେ କାମ କରିପାରେ |[2] ଉଚ୍ଚ ରକ୍ତଚାପ ପାଇଁ ଏହା ପସନ୍ଦଯୋଗ୍ୟ ଚିକିତ୍ସା ନୁହେଁ |[1] ଏହା ପାଟି ଦ୍ୱାରା, କିମ୍ବା ଶିରା କିମ୍ବା ମାଂସପେଶୀରେ ଇଞ୍ଜେକସନଦ୍ୱାରା ଦିଆଯାଏ | [2] ପ୍ରଭାବ ସାଧାରଣତଃ ଏକ ଘଣ୍ଟା ମଧ୍ୟରେ ଆରମ୍ଭ ହୁଏ ଏବଂ ପ୍ରାୟ ଛଅ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ | [2]
Clinical data | |
---|---|
Trade names | Bumex, Burinex, others |
AHFS/Drugs.com | monograph |
MedlinePlus | a684051 |
data |
|
Pregnancy category |
|
Routes of administration | By mouth, intravenous, intramuscular |
Legal status | |
Legal status |
|
Pharmacokinetic data | |
Bioavailability | Almost complete (~80%) |
Protein binding | 97% |
Metabolism | Liver |
Elimination half-life | ~0.8 hours |
Excretion | Kidney |
Identifiers | |
IUPAC name
| |
ECHA InfoCard | 100.044.534 |
Chemical and physical data | |
Formula | C17H20N2O5S |
Molar mass | ୩୬୪.୪୨ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ନିମ୍ନ ରକ୍ତଚାପ, ନିମ୍ନ ରକ୍ତ ପୋଟାସିୟମ୍, ମାଂସପେଶୀ କଷ୍ଟ ଏବଂ କିଡନୀ ସମସ୍ୟା ହୋଇପାରେ | [1] ଅନ୍ୟାନ୍ୟ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଶ୍ରବଣ ଶକ୍ତି ହ୍ରାସ ଏବଂ ନିମ୍ନ ରକ୍ତ ପ୍ଲାଟେଲେଟ ଅନ୍ତର୍ଭୁକ୍ତ ହୋଇପାରେ | [2] ସଲଫା ଆଲର୍ଜି ଥିବା ବ୍ୟକ୍ତିମାନଙ୍କର ବୁମେଟାନାଇଡ୍ ପାଇଁ ଆଲର୍ଜି ହୋଇପାରେ | [2] ଚିକିତ୍ସା କରୁଥିବା ଲୋକଙ୍କ ପାଇଁ ନିୟମିତ ଭାବରେ ରକ୍ତ ପରୀକ୍ଷା କରାଯାଏ। [2] ଗର୍ଭାବସ୍ଥା ଏବଂ ସ୍ତନ୍ୟପାନ ସମୟରେ ସୁରକ୍ଷା ଅସ୍ପଷ୍ଟ ଅଟେ | [3] ବୁମେଟାନାଇଡ୍ ହେଉଛି ଏକ ଲପ ଡାଇୟୁରେଟିକ ଏବଂ ବୃକ୍କରେ ସୋଡିୟମର ପୁନର୍ବାର ଅବଶୋଷଣକୁ ହ୍ରାସ କରି କାର୍ଯ୍ୟ କରେ | [4] [2]
୧୯୬୮ ମସିହାରେ ବୁମେଟାନାଇଡ ପେଟେଣ୍ଟ୍ ହୋଇଥିଲା ଏବଂ ୧୯୭୨ ମସିହାର ଏହା ଚିକିତ୍ସା ବ୍ୟବହାରରେ ଆସିଥିଲା |[5] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | ଯୁକ୍ତରାଜ୍ୟରେ ଏକ ମାସର ଯୋଗାଣ ୨୦୧୯ ସୁଦ୍ଧା ଏନଏଚଏସର ମୂଲ୍ୟ ପ୍ରାୟ ୧.୨୦ ପାଉଣ୍ଡ ଥିଲା । [4] [6] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୧୨ ଡଲାର ଅଟେ। [7] ଯୁକ୍ତରାଷ୍ଟ୍ରରେ ୨୦୧୭ ମସିହାରେ ଏହା ୨୭୭ତମ ସାଧାରଣ ଔଷଧ ଥିଲା, ଯେଉଁଥିରେ ଏକ ନିୟୁତରୁରୁ ଅଧିକ ପ୍ରେସକ୍ରିପସନ ରହିଥିଲା | [8] [9]