କେବଳ ବୃକ୍କରେ ହେଉଥିବା କର୍କଟ ରୋଗକୁ ଏହି ଶ୍ରେଣୀଭୁକ୍ତ କରାଯାଏ । From Wikipedia, the free encyclopedia
ବୃକ୍କ କର୍କଟ ଏକ କର୍କଟ ରୋଗ ଯାହା ବୃକ୍କରେ ଆରମ୍ଭ ହୁଏ | [4] ଏହାର ଲକ୍ଷଣମାନଙ୍କ ମଧ୍ୟରେ ମୂତ୍ରରେ ରକ୍ତ, ପେଟରେ ଗୋଟାଳି କିମ୍ବା ପିଠି ଯନ୍ତ୍ରଣା ହୋଇପାରେ । [1] [2] [3] ଜ୍ୱର, ଓଜନ ହ୍ରାସ ଏବଂ ଥକାପଣ ମଧ୍ୟ ହୋଇପାରେ | [1] [2] [3] ରୋଗ ଜଟିଳ ହେଲେ ଫୁସଫୁସ କିମ୍ବା ମସ୍ତିଷ୍କକୁ କର୍କଟ ବିସ୍ତାର ହୋଇପାରେ। [8]
Kidney cancer | |
---|---|
Renal cancer | |
ବିଭାଗ | Oncology, nephrology |
ଲକ୍ଷଣ | Blood in the urine, lump in the abdomen, back pain[1][2][3] |
ଆକ୍ରାନ୍ତ ସମୟ | After the age of 45[4] |
ବିପଦ କାରକ | Smoking, certain pain medications, previous bladder cancer, being overweight, high blood pressure, certain chemicals, family history[1][5] |
ରୋଗ ନିର୍ଣ୍ଣୟ ପଦ୍ଧତି | Tissue biopsy[1][2][3] |
ଚିକିତ୍ସା | Surgery, radiation therapy, chemotherapy, immunotherapy, targeted therapy[1][2][6] |
ପୁନଃପୌନିକ | 403,300 (2018)[7] |
ମୃତ୍ୟୁ ସାନ୍ଦ୍ରତା | 175,000[7] |
ବୃକ୍କ କର୍କଟ ରୋଗର ମୁଖ୍ୟ ପ୍ରକାର ହେଉଛି ବୃକକ୍ କୋଷ କର୍କଟ (ଆରସିସି), ଟ୍ରାଞ୍ଜିସନାଲ କୋଷ କର୍କଟ (ଟିସିସି) ଏବଂ ୱିମ୍ସ୍ ଟ୍ୟୁମର୍ | ସମୁଦାୟ କିଡନୀ କର୍କଟ ରୋଗର ପ୍ରାୟ ୮୦% କେବଳ ଆରସିସି ସୃଷ୍ଟି କରେ ଏବଂ ଅବଶିଷ୍ଟାଂଶ ଟିସିସି ରୋଗ କରେ | [9] ଆରସିସି ଏବଂ ଟିସିସି ପାଇଁ ସଙ୍କଟ ଜନକ କାରଣ ମଧ୍ୟରେ ଧୂମପାନ, କିଛି ଯନ୍ତ୍ରଣା ନିବାରକ ଔଷଧ, ପୂର୍ବତନ ମୂତ୍ରାଶୟ କର୍କଟ, ଅଧିକ ଓଜନ, ଉଚ୍ଚ ରକ୍ତଚାପ, କିଛି ରାସାୟନିକ ପଦାର୍ଥ ଏବଂ ପାରିବାରିକ ଇତିହାସ ସ୍ଥାନ ନେଇଥାଏ । [1] [2] ୱିମ୍ସ୍ ଅର୍ବୁଦ ପାଇଁ ବିପଦ କାରଣଗୁଡିକ ମଧ୍ୟରେ ପାରିବାରିକ ଇତିହାସ ଏବଂ ଡବ୍ଲ୍ୟୁଏଜିଆର (WAGR ) ସିଣ୍ଡ୍ରୋମ ପରି କେତେକ ଜେନେଟିକ୍ ବ୍ୟାଧି ଉତ୍ତରଦାୟୀ ଥାଏ | [3] ଲକ୍ଷଣ, ପରିସ୍ରା ପରୀକ୍ଷା, ଏବଂ ଡାକ୍ତରୀ ଇମେଜିଙ୍ଗ ଉପରେ ଆଧାର କରି ରୋଗ ସନେହ କରାଯାଏ । [1] [2] [3] ଏହା ତନ୍ତୁ ବାୟୋପସି କରି ନିଶ୍ଚିତ କରାଯାଏ | [1] [2] [3]
ଅସ୍ତ୍ରୋପଚାର, ବିକିରଣ ଚିକିତ୍ସା, କେମୋଥେରାପି, ଇମ୍ୟୁନୋଥେରାପି ଏବଂ ଟାର୍ଗେଟେଡ୍ ଥେରାପି ସାହାଯ୍ୟରେ ଏହି ରୋଗର ଚିକିତ୍ସା କରାଯାଏ | [1] [2] [3] ନୂତନ ଭାବରେ ବୃକ୍କ କର୍କଟ ପ୍ରାୟ ୪0୩,୩00 ଲୋକଙ୍କୁ ପ୍ରଭାବିତ କରିଥିଲା ଏବଂ ୨୦୧୮ରେ ସାରା ବିଶ୍ୱରେ ୧୭୫,୦୦୦ ଲୋକ ମୃତ୍ୟୁ ବରଣ କରିଥିଲେ । [7] ସାଧାରଣତଃ ୪୫ ବର୍ଷ ବୟସ ପରେ ଏହି ରୋଗ ଆରମ୍ଭ ହୁଏ। [4] ପୁରୁଷମାନେ ମହିଳାଙ୍କ ଅପେକ୍ଷା ଅଧିକ ପ୍ରଭାବିତ ହୁଅନ୍ତି। [4] ସମୁଦାୟ ପାଞ୍ଚ ବର୍ଷର ବଞ୍ଚିବା ହାର ଯୁକ୍ତରାଷ୍ଟ୍ରରେ ୭୫%, କାନାଡାରେ ୭୧%, ଚାଇନାରେ ୭୦% ଏବଂ ୟୁରୋପରେ ୬୦% ରହିଛି। [4] [10] ବୃକ୍କରେ ସୀମିତ ଥିବା କର୍କଟ ରୋଗ ପାଇଁ ପାଞ୍ଚ ବର୍ଷର ବଞ୍ଚିବାର ହାର ୯୩%, ଯଦି ଏହା ଆଖପାଖର ଲସିକା ଗ୍ରନ୍ଥିରେ ବ୍ୟାପିଥାଏ ତେବେ ଏହା ୭୦% ଅଟେ ଏବଂ ଯଦି ଏହା ବ୍ୟାପକ ହୋଇଥାଏ ତେବେ ୧୨% ହୁଏ | [4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.