ବୃହସ୍ପତି (ଜ୍ୟୋତିଷ)
From Wikipedia, the free encyclopedia
ବୃହସ୍ପତି ଯାହାଙ୍କୁ "ପ୍ରାର୍ଥନା କିମ୍ବା ଭକ୍ତିର ସ୍ୱାମୀ" ରୂପେ ପୂଜାକରାଯାଏ,[1] ଏବଂ "ବ୍ରହ୍ମମନସ୍ପତି" ତଥା ଦେବଗୁରୁ (ଦେବତା ମାନଙ୍କ ଗୁରୁ) ମଧ୍ୟ କୁହାଯାଏ । ସେ ହିନ୍ଦୁ ଦେବତା ଏବଂ ବୌଦୀକ ଆରାଧ୍ୟ ଅଟନ୍ତି । ତାଙ୍କୁ ଧର୍ମର ଅବତାର ବୋଲି ବିଶ୍ୱାସ କରାଯାଏ, ସେ ମନୁଷ୍ୟ ଓ ଦେବତା ମାନଙ୍କ ମଧ୍ୟରେ ମଧ୍ୟସ୍ଥତା କରିଥାନ୍ତି ।
Quick Facts ବୃହସ୍ପତି, Affiliation ...
Close
ବୃହସ୍ପତି ହିନ୍ଦୁ ଦେବତାମାନଙ୍କ ଗୁରୁ ଅଟନ୍ତି ଏବଂ ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ କଠୋର ବିରୋଧୀ ରହିଛନ୍ତି । ସେ ନବଗ୍ରହ ସମୂହର ନାୟକ ବୋଲି ଜଣାଯାଏ, ସେଥିପାଇଁ ତାଙ୍କୁ ଗଣପତି ବୋଲି ବିଶ୍ୱାସ କରାଯାଏ । ସେ ଜ୍ଞାନ ଓ ବାଗ୍ମିତାର ଦେବତା ଋପେ ଗ୍ରହଣିୟ ଅଟନ୍ତି । ସେ "ବାର୍ହସ୍ପତ୍ୟ ସୂତ୍ର"ର ରଚନା କରିଥିଲେ । ତାଙ୍କର ବର୍ଣ୍ଣ ସୁବର୍ଣ୍ଣ କିମ୍ବା ହଳଦିଆ ବୋଲି ଜଣାଯାଏ ଏବଂ ତାଙ୍କ ପାଖେ ଦଣ୍ଡ, କମଳ ଏବଂ ଜପମାଳା ରହିଥାଏ । ସେ ସପ୍ତବାରରେ ବୃହସ୍ପତିବାରର ସ୍ୱାମୀ ଭାବେ ବିଶ୍ୱାସ କରାଯାଏ ।[2] ଜ୍ୟୋତିଷରେ ତାଙ୍କୁ ବୃହସ୍ପତି (ଗ୍ରହ)ର ସ୍ୱାମୀ ଭାବେ ବିଶ୍ୱାସ କରାଯାଏ ।