ଭଗବାନ ସାହୁ
ଅଭିନେତା, ଲୋକ ନୃତ୍ୟ ଶିକ୍ଷକ ଓ ଗାୟକ From Wikipedia, the free encyclopedia
ଅଭିନେତା, ଲୋକ ନୃତ୍ୟ ଶିକ୍ଷକ ଓ ଗାୟକ From Wikipedia, the free encyclopedia
ଭଗବାନ ସାହୁ (୨୧ ସେପ୍ଟେମ୍ବର ୧୯୧୪ - ୧୨ ଅଗଷ୍ଟ ୨୦୧୨) ଜଣେ ଓଡ଼ିଆ ଲୋକନୃତ୍ୟ ଶିଳ୍ପୀ, ଅଭିନେତା, ଗାୟକ, ବାଦକ ଓ ନୃତ୍ୟ ନିର୍ଦ୍ଦେଶକ ଥିଲେ । ସେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ବାଘ ନାଚ, ରଣପା, ଦଣ୍ଡ ନାଟ, ଲଉଡ଼ି, ପାଇକ ନାଚ, ଚଢ଼େଇଆ ନାଚ, ଯୋଡ଼ିଶଙ୍ଖ ଆଦି ଲୋକନୃତ୍ୟସବୁକୁ ବିଧିବଦ୍ଧ କରିଥିଲେ ।[1][2][3] ସେ ଲଣ୍ଡନ, ସ୍ପେନ, ଆଫ୍ରିକା, ଭୁଟାନ, ଡାମାସକସ, ଆବୁ ଧାବି ଓ ନିଉଜିଲାଣ୍ଡ ଆଦି ସ୍ଥାନରେ ଓଡ଼ିଶାର ଲୋକନୃତ୍ୟ ପରିବେଷଣ କରିଥିଲେ । ଯୁବା ବୟସରେ ସେ ଏକ ଥିଏଟର ସ୍ଥାପନା କରି କୀର୍ତ୍ତିବୀର୍ଯ୍ୟ, କଳାପାହାଡ଼ ଓ ଶାମ୍ବାସୁର ଆଦି ପୁରାଣ ଚରିତ୍ରରେ ଅଭିନୟ କରିଥିଲେ ।[4] ତାଙ୍କ ଅଭିନୟ ଓ ନୃତ୍ୟରେ ପାରଙ୍ଗମତା ସକାଶେ ତାଙ୍କୁ ୧୯୯୨ ମସିହାରେ ପଦ୍ମଶ୍ରୀ ଉପାଧୀରେ ସମ୍ମାନୀତ କରାଯାଇଥିଲା ।[5] ସାହୁଙ୍କ ଜୀବନ ଚରିତ ସୁଜାତା ପଟ୍ଟନାୟକଙ୍କ ରଚିତ ଜୀବନୀ ବହି Folk Legend Baghaban Sahu ସୂଚନା ଓ ପ୍ରସାରଣ ବିଭାଗଦ୍ୱାରା ପ୍ରକାଶିତ ।[6] ୨୦୦୨ ମସିହା ଅଗଷ୍ଟ ୧୨ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା [1]
ଭଗବାନ ସାହୁ | |
---|---|
ଜନ୍ମ | |
ମୃତ୍ୟୁ | ୧୨ ଅଗଷ୍ଟ ୨୦୧୨ ୯୭) | (ବୟସ
ଜାତୀୟତା | ଭାରତୀୟ |
ବୃତ୍ତି | ଲୋକନୃତ୍ୟ ଶିଳ୍ପୀ ଓ ଶିକ୍ଷକ |
ସାହୁ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ବଡ଼କୁଶସ୍ଥଳୀ ଗାଁରେ ୧୯୧୪ ମସିହା ସେପ୍ଟେମ୍ବର ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[3]
ଗଞ୍ଜାମର ନରେନ୍ଦ୍ରପୁର ଓ ବଡ଼କୁଶସ୍ଥଳୀ ତାଙ୍କର ମୁଖ୍ୟ କର୍ମସ୍ଥଳୀ ଥିଲା । ବାଘ ନାଚ, ରଣପା, ଦଣ୍ଡ ନାଟ, ଲଉଡ଼ି, ପାଇକ ନାଚ, ଚଢ଼େଇଆ ନାଚ, ଯୋଡ଼ିଶଙ୍ଖ ଆଦି ଓଡ଼ିଶାର ପାରମ୍ପରିକ ବିଭିନ୍ନ ନୃତ୍ୟକଳା ଓ ବିଶେଷ କରି ଦକ୍ଷିଣ ଓଡ଼ିଶାର ପ୍ରମୁଖ ଲୋକନାଚସବୁର ବିଦିବଦ୍ଧ କରିବା ତଥା ନଥିକରଣ କରିବାରେ ସେ ପ୍ରମୁଖ ଭୂମିକା ନିଭାଇଥିଲେ । ସେ ଅନେକ ବିଲୁପ୍ତ ନାଚର ପୁନୁଦ୍ଧାର ମଧ୍ୟ କରିଥିଲେ ।[3] ୧୯୫୪ରେ ସେ ନରେନ୍ଦ୍ରପୁରୁଠାରେ କଳାବିକାଶ କେନ୍ଦ୍ର ସ୍ଥାପନ କରିଥିଲେ । ଏହା ୧୯୭୪ରେ ଭାରତ ସରକାରଙ୍କଦ୍ୱାରା "ଆନ୍ତର୍ଜାତିକ ନୃତ୍ୟ ତାଲିମ କେନ୍ଦ୍ର" (International Dance Training Centre)ର ମାନ୍ୟତା ଲାଭ କରିଥିଲେ ।[4]
ସେ ବାଘ ବାହାଦୁର କଥାଚିତ୍ରରେ ଥିବା ବାଘ ନାଚ ନୃତ୍ୟନିର୍ଦ୍ଦେଶନା ଦେଇଥିଲେ ।[3]
୨୦୧୨ ମସିହା ଅଗଷ୍ଟ ୧୨ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା ।[3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.