ମଙ୍ଗଳାଯୋଡ଼ି
ଭାରତରେ ଗ୍ରାମ From Wikipedia, the free encyclopedia
ଭାରତରେ ଗ୍ରାମ From Wikipedia, the free encyclopedia
ମଙ୍ଗଳାଯୋଡ଼ି, ଭାରତୀୟ ରାଜ୍ୟ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଅଞ୍ଚଳରେ ଅବସ୍ଥିତ ଏକ ଗ୍ରାମ ।[1] ଏହା ପ୍ରକୃତିକ ସୁନ୍ଦରତା ଓ ବିବିଧ ପକ୍ଷୀରେ ପରିପୂର୍ଣ ଆର୍ଦ୍ରଭୂମି ପାଇଁ ବିଖ୍ୟାତ ।[2]
ଏଠାରେ ଥିବା ବିଶାଳ ଆର୍ଦ୍ରଭୂମି ଅଞ୍ଚଳରେ ବିଦେଶାଗତ ପକ୍ଷୀଙ୍କ ସମାଗମ ହେଇଥାଏ । ବର୍ଷକୁ ପ୍ରାୟ ୧.୫ ଲକ୍ଷ ପକ୍ଷୀ ସୁଦୂର ଦେଶ ମାନଙ୍କରୁ ଏଠାକୁ ଆସିଥାନ୍ତି । ଏହାକୁ ଏକ ଅନ୍ତର୍ଜାତିକ ପକ୍ଷୀ ଅଭୟାରଣ୍ୟ ଘୋଷଣା କରାଯାଇଛି ।
ମଙ୍ଗଳାଯୋଡ଼ି କେବଳ ପକ୍ଷୀ ସଂଗ୍ରହାଳୟ ଭାବରେ ପରିଚିତ ନୁହେ । ଏଠାରେ ଏକ ଅନନ୍ୟା ସାଂସ୍କୃତିକ ପରମ୍ପରାମଧ୍ୟ ରହିଛି । ଚୈତ୍ର ମାସରେ ଏଠାରେ ଦଣ୍ଡ ଯାତ୍ରା ବହୁ ପୁରାକାଳରୁ ପାଳିତ ହୁଏ । ପାଇକ ଆଖଡ଼ା ମଧ୍ୟ ଏଠାରେ ଦର୍ଶନୀୟ ।[3]
ଏଠାରେ ଥିବା ବହୁ ପୁରାତନ ପତିତାପବନ ମନ୍ଦିର ସହ ଗୁପ୍ତେଶ୍ୱର ମନ୍ଦିର, ନୀଳକଣ୍ଠେଶ୍ୱର ମନ୍ଦିର, ଗୁଡିଶ୍ୱର ଦେବା ପୀଠ, ମାଁ ମଙ୍ଗଳା ମନ୍ଦିର, ମାଁ ତରା ଦେବୀ ମନ୍ଦିର, ମା ବଳିମାଝି ମନ୍ଦିର ସବୁ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରେ । ଦର୍ଶନୀୟ ପ୍ରକୃତି ସହ ଏହିସବୁ ମନ୍ଦିର ଗ୍ରାମକୁ ଏକ ପର୍ଯ୍ୟଟକ ସ୍ଥଳୀରେ ପରିଣତ କରେ । [4]
ଏଠାରେ ଦେଶୀ ଡଙ୍ଗା ତିଆରି ହୁଏ ।
ଏଠାରେ ନିକଟରେ ମୁକ୍ତେଶ୍ୱର ରେଳ ଷ୍ଟେସନ ରହିବା ସହ ଜାତୀୟ ରାଜପଥ ୫ ସନ୍ନିକଟରେ ରହିଛି । ଏହା ନିକଟରେ କାଲୁପଡାଘାଟ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ରହଣି ରହିଛି ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.