ମଧୁମେହ ସମ୍ବନ୍ଧୀୟ ବୃକ୍କ ରୋଗ, ମଧୁମେହ ସମ୍ବନ୍ଧୀୟ ନିଉରୋପାଥି ଭାବରେ ମଧ୍ୟ ପରିଚିତ, ଏକ ଦୀର୍ଘମିଆଦୀ ବୃକ୍ From Wikipedia, the free encyclopedia
ମଧୁମେହ ସମ୍ବନ୍ଧୀୟ ବୃକ୍କ ରୋଗ (DKD), ମଧୁମେହ ସମ୍ବନ୍ଧୀୟ ନିଉରୋପାଥି ଭାବରେ ମଧ୍ୟ ପରିଚିତ, ଏକ ଦୀର୍ଘମିଆଦୀ ବୃକ୍କ ବିଫଳ ରୋଗ ଯାହା ମଧୁମେହ ରୋଗ ଯୋଗୁ ହୁଏ । [1] [2] ପ୍ରାରମ୍ଭରେ ସାଧାରଣତଃ କୌଣାସି ଲକ୍ଷଣ ଦେଖାଯାଏ ନାହିଁ, ପରବର୍ତ୍ତୀ ସମୟରେ ଥକ୍କା, ଫେଣମୟ ପରିସ୍ରା ଏବଂ ଫୁଲା ହୋଇପାରେ | [1] [2] ମଧୁମେହ ଆରମ୍ଭ ହେବାର ଅନେକ ବର୍ଷ ପରେ ଏହି ରୋଗ ଆରମ୍ଭ ହୁଏ ଏବଂ ଧୀରେ ଧୀରେ ଅବନତି ହୋଇଯାଏ | [1] [2] ରୋଗ ଜଟିଳ ହେଲେ ଉଚ୍ଚ ରକ୍ତଚାପ, ବୃକ୍କ ବିଫଳତା ଏବଂ ହୃଦରକ୍ତନାଳୀ ରୋଗ ହୋଇପାରେ । [2]
Diabetic nephropathy (DN)[1] | |
ବିଭାଗ | Nephrology |
---|---|
ଲକ୍ଷଣ | None, tiredness, foamy urine, swelling[1][2] |
ଆକ୍ରାନ୍ତ ସମୟ | Over years[1] |
ଅବଧି | Long-term[2] |
କାରଣ | Diabetes[1] |
ବିପଦ କାରକ | High blood pressure, high blood sugar, smoking, high salt diet[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Blood and urine testing[1] |
ସଠିକ ରୋଗ ନିର୍ଣ୍ଣୟ | Other causes of nephrotic syndrome, renal artery stenosis, urinary tract infection, multiple myeloma[2] |
ପ୍ରତିକାର | Healthy lifestyle, sugar and blood pressure management[1] |
ଔଷଧ | ACE inhibitors, angiotensin receptor blockers[1] |
Prognosis | Decreased life expectancy[2] |
ପୁନଃପୌନିକ | 33% of adults with diabetes[1] |
ଏହା ଉଭୟ ଟାଇପ ୧ ଏବଂ ଟାଇପ ୨ ମଧୁମେହ ଯୋଗୁ ହୋଇପାରେ | [2] ଏହି ରୋଗର ସଙ୍କଟ ଉଚ୍ଚ ରକ୍ତ ଶର୍କରା, ଉଚ୍ଚ ରକ୍ତଚାପ, ପାରିବାରିକ ଇତିହାସ, ଧୂମପାନ ଏବଂ ଉଚ୍ଚ ଲୁଣଯୁକ୍ତ ଖାଦ୍ୟ ଗ୍ରହଣ କାରଣମାନଙ୍କ ଯୋଗୁ ସୃଷ୍ଟି ହୁଏ । [1] [2]ଉଚ୍ଚ ରକ୍ତ ଶର୍କରା ସ୍ତର ଯୋଗୁ ବୃକ୍କରେ ଥିବା କ୍ଷୁଦ୍ର ରକ୍ତନଳୀ କ୍ଷତିଗ୍ରସ୍ତ ହୁଏ ଏବଂ ପୋଡୋସାଇଟ ଅକ୍ଷମତା ହୋଇଥାଏ | [1] [2] ଗ୍ଲୋମେରୁଲାର ଫିଲଟ୍ରେସନ ହାର କମ୍ ଓ ପରିସ୍ରାରେ ଆଲବୁମିନ ହ୍ରାସ ହେଉଥିଲେ ତଥା ଅନ୍ୟାନ୍ୟ ସମ୍ଭାବ୍ୟ ରୋଗର ଅନୁପସ୍ଥିତି ନିଶ୍ଚିତ କରିବା ପରେ ଏହି ରୋଗ ନିର୍ଣ୍ଣୟ କରାଯାଏ। [2]
ଉପଯୁକ୍ତ ଚିକିତ୍ସା ରୋଗର ପ୍ରଗତିକୁ ମନ୍ଥର କରିପାରେ | [2] ଜୀବନ ଶୈଳୀ ଏବଂ ଖାଦ୍ୟପେୟର ପରିବର୍ତ୍ତନ, ରକ୍ତଚାପ ନିୟନ୍ତ୍ରଣ ଏବଂ ରକ୍ତରେ ଶର୍କରା ନିୟନ୍ତ୍ରଣ କଲେ ଏହା ସମ୍ଭବ ହୋଇପାରେ | [2] ଏହି ରୋଗରେ ବାରମ୍ବାର ବ୍ୟବହୃତ ହେଉଥିବା ଔଷଧମାନଙ୍କର ନାମ ଏସିଇ ଇନହିବିଟର କିମ୍ବା ଆଞ୍ଜିଓଟେନସିନ ରିସେପ୍ଟର ବ୍ଲକର (ଏଆରବି) ନାମ ଉଲ୍ଲେଖଯୋଗ୍ୟ | [1] ବୃକ୍କ ବିଫଳ ହେଲେ ଡାଏଲିସିସ ବା ବୃକ୍କ ପ୍ରତିରୋପଣ କରାଯାଇପାରେ। [2]
ମଧୁମେହ ରୋଗ ପୀଡ଼ିତ ଯୁବକମାନଙ୍କ ମଧ୍ୟରୁ ମଧୁମେହ ବୃକ୍କ ରୋଗ ପ୍ରାୟ ୩୩% ଲୋକଙ୍କୁ ପ୍ରଭାବିତ କରିଥାଏ | [1] ଯୁକ୍ତରାଷ୍ଟ୍ରରେ ରହୁଥିବା ଆଫ୍ରିକୀୟ ଓ ମୂଳ ଆମେରିକୀୟ ନିବାସୀ ଲୋକଙ୍କର ଏହି ରୋଗ ଅଧିକ ହେଉଥିବା ଦେଖାଯାଏ | [2] ବିକଶିତ ଦେଶମାନଙ୍କରେ ବୃକ୍କ ବିଫଳତା ସାଧାରଣତଃ ଅଧିକ ହୁଏ ଓ ମୃତ୍ୟୁ ସଙ୍କଟ ବୃଦ୍ଧି ପାଏ । [2] ୧୭୦୦ ଓ ୧୮୦୦ ଶତକରେ ଏରାମସ ଡାରୱିନ ଓ ରିଚାର୍ଡ଼ ବ୍ରାଇଟଙ୍କ କାମ ଯୋଗୁ ଏହି ରୋଗ ଧୀରେ ଧୀରେ ପରିସ୍ଫୁଟ ହେବାକୁ ଲାଗିଥିଲା । [3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.