ମହମ୍ମଦ ଟୋଗଲକ
From Wikipedia, the free encyclopedia
ମହମ୍ମଦ ଟୋଗଲକ ହେଉଛନ୍ତି ଖିଲିଜୀ ବଂଶୀୟ ମୁସଲମାନ ରାଜା ଯିଏ ଦିଲ୍ଲୀ ଅଞ୍ଚଳରେ ରାଜୁତି କରୁଥିଲେ।[1] ଏହାଙ୍କ ପିତା ହେଉଛନ୍ତି ଟୋଗଲକ ରାଜବଂଶର ଆଦି ପୁରୁଷ ଗିୟାସୁଦ୍ଦିନ ଟୋଗଲକ। ସେ ଖ୍ରୀଷ୍ଟାବ୍ଦ ୧୩୨୫ରୁ ୧୩୫୧ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ। ସେ ବିଦ୍ୱାନ, ନିର୍ଦ୍ଦୟ ଓ ବିକୃତ ମସ୍ତିସ୍କ ଥିଲେ। ସେଥିପାଇଁ ତାଙ୍କୁ ଆଡ଼ବାୟା ସୁଲତାନ ବୋଲି କୁହା ଯାଇଥାଏ। ସେ ରାଜଧାନୀକୁ ଦିଲ୍ଲୀରୁ ଉଠାଇନେଇ ୧୬ ମାଇଲ ଦୂର ଟୋଗଲକାବାଦ ଓ ପରେ ୮୦୦ ମାଇଲ ଦୂର ଦେଓଗିରିକୁ ରାଜଧାନୀ କରିଥିଲେ। ଏହାଙ୍କ ଅମଳରେ ମୁସଲମାନ ସାମ୍ରାଜ୍ୟର ଭିନ୍ନ ଭିନ୍ନ ପ୍ରଦେଶରେ ବିଦ୍ରୋହ ଦେଖା ଯାଇଥିଲା। ଏ ୧୩୫୧ ଖ୍ରୀଷ୍ଟାବ୍ଦରେ ସିନ୍ଧୁ ପ୍ରଦେଶରେ ଆତ୍ମହତ୍ୟା କରିଥିଲେ। ପ୍ରୋଥେରା ସାହେବଙ୍କ ଇତିହାସମତେ ଏହାଙ୍କ ଅମଳରେ ଦାକ୍ଷିଣାତ୍ୟରେ ବାହମନୀ ରାଜ୍ୟ ସ୍ୱତନ୍ତ୍ର ମୁସଲମାନ ରାଜ୍ୟ ରୂପେ ପ୍ରତିଷ୍ଠିତ ହୋଇଥିଲା। [2]