ମାଗନେସିଅମ ସଲଫେଟ (ଡାକ୍ତରୀ ବ୍ୟବହାର)
ରକ୍ତରେ ମ୍ୟାଗ୍ନେସିୟମ ଅଭାବ ଏବଂ ଏକ୍ଲାମ୍ପସିଆ ରୋଗୀଙ୍କର ବାତ ସମ୍ଭାବନା ରୋକିବା ପାଇଁ ବ୍ୟବହୃତ ହୁଏ । / From Wikipedia, the free encyclopedia
ମାଗନେସିଅମ ସଲଫେଟ (ଡାକ୍ତରୀ ବ୍ୟବହାର) (ଇଂରାଜୀ ଭାଷାରେ Magnesium sulfate) ଏକ ଔଷଧ ଯାହା ଅଳ୍ପ ରକ୍ତ ମାଗନେସିଅମ (low blood magnesium) ଓ ମହିଳାଙ୍କର ଏକ୍ଲାମ୍ପସିଆ (eclampsia) ରୋଗରେ ବାତ (seizures) ମାରିଲେ ଦିଆଯାଏ ।[2] ଆହୁରି ମଧ୍ୟ ଟରସା ଡେ ପଣ୍ଟ (ଫରାସୀ ଶବ୍ଦ) (en;torsades de pointes), ସାଂଘାତିକ ଆଜ୍ମା, କୋଷ୍ଠକାଠିନ୍ୟ (constipation) ଓ ବେରିଅମ ବିଷକ୍ରିୟା (barium poisoning) ରୋଗମାନଙ୍କରେ ଏହା ଦିଆଯାଏ ।[2][3] ଏହା ପାଟିରେ ଓ ଶିରାଭ୍ୟନ୍ତର ତଥା ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ । [2][3] ମିନେରାଲ ସ୍ନାନ) (mineral baths)ରେ ଏହା ଏପସମ ଲବଣ ଆକାରରେ ଦିଆଯାଏ ।[4]
Clinical data | |
---|---|
Trade names | Epsom salt, others |
AHFS/Drugs.com | monograph |
Pregnancy category | |
Routes of administration | IV, IM, by mouth, topical |
ATC code |
|
Identifiers | |
CAS Number | |
PubChem CID | |
DrugBank | |
ChemSpider | |
UNII | |
ChEBI | |
ChEMBL | |
Chemical and physical data | |
Formula | MgSO4 - 7H2O |
Molar mass | 120.366 |
3D model (JSmol) | |
SMILES
| |
InChI
|
ମାଗନେସିଅମ ସଲଫେଟର ପାର୍ଶ୍ୱ ପ୍ରତିକ୍ରିୟାରେ ଅଳ୍ପ ରକ୍ତଚାପ (low blood pressure), ଲାଲ ଚମ (skin flushing) ଓ ଅଳ୍ପ ରକ୍ତ କ୍ୟାଲସିଅମ (low blood calcium) ହୋଇପାରେ ।[2] ଅନ୍ୟାନ୍ୟ ପ୍ରତିକ୍ରିୟାରେ ବାନ୍ତି, ମାଂସପେଶୀ ଦୁର୍ବଳତା ଓ ଅଳ୍ପ ଶ୍ୱାସକ୍ରିୟା ହୋଇପାରେ ।[5] ଗର୍ଭାବସ୍ଥାରେ ଏହା ଶିଶୁ ପ୍ରତି ବିପଦଜନକ ହୋଇଥିଲେ ମଧ୍ୟ ସଙ୍କଟ ଅପେକ୍ଷା ଅଧିକ ଉପକାର ମିଳେ । ସ୍ତନ୍ୟପାନ ସମୟରେ ଏହା ବିପଦମୁକ୍ତ ଥିବା ଜଣାଯାଏ ।[6] ଡାକ୍ତରୀ ବ୍ୟବହାର ନିମନ୍ତେ ମାଗନେସିଅମ ସଲଫେଟର ଏକ ଲବଣ ମାଗନେସିଅମ ସଲଫେଟ ହେପ୍ଟାହାଇଡ୍ରେଟ (magnesium sulfate heptahydrate) ବ୍ୟବହାର କରାଯାଏ ।[3] ଏହାର କାର୍ଯ୍ୟବିଧି ସମ୍ପୁର୍ଣ୍ଣ ଭାବେ ଅବଗତ ହୋଇନଥିଲେ ମଧ୍ୟ ନିଉରନର କାମକୁ ଧିମେଇ ଦେଉଥିବା ବିଶ୍ୱାସ କରାଯାଏ ।
ମାଗନେସିଅମ ସଲଫେଟ ବ୍ୟବହାର ଅତି କମ୍ରେ ସନ ୧୬୧୮ରୁ ଆରମ୍ଭ ହୋଇଥିବା ଜଣାଯାଏ ।[7] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[8] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୫୦% ୧୦ମି:ଲି:ର ହୋଲସେଲ ମୂଲ୍ୟ ୦.୩୫ରୁ ୮.୭୩ ଆମେରିକୀୟ ଡଲାର ।[9] ସଂଯୁକ୍ତ ରାଷ୍ଟ୍ରରେ ୨୦% ୪ମି:ଲି: ମାଗନେସିଅମ ସଲଫେଟର ମୂଲ୍ୟ ୧୦.୨୩ ପାଉଣ୍ଡ ।[3] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧର ଏକ କୋର୍ଷ ନିମନ୍ତେ ୨୫ ଆମେରିକୀୟ ଡଲାରରୁ କମ୍ ଖର୍ଚ୍ଚ ହୁଏ ।[1]