ମାଗୁଣି ଚରଣ ଦାସ
ଗୋଟିପୁଅ ନର୍ତ୍ତକ ଓ ଗୁରୁ / From Wikipedia, the free encyclopedia
ମାଗୁଣି ଚରଣ ଦାସ ଜଣେ ଭାରତୀୟ ପାରମ୍ପରିକ ନୃତ୍ୟଶିଳ୍ପୀ ଥିଲେ ।[1] ସେ ପୁରୀ ଜିଲ୍ଲାର ରଘୁରାଜପୁରରେ ଜନ୍ମ ଗ୍ରହଣ କରିଥିଲେ । ଓଡ଼ିଶାର ପାରମ୍ପରିକ ନୃତ୍ୟ ଗୋଟିପୁଅ ପାଇଁ ସେ ଭାରତ ପ୍ରସିଦ୍ଧ ଅଟନ୍ତି । ଦଶଭୁଜା ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦ (ଗୋଟିପୁଅ ନୃତ୍ୟ ପାଇଁ ବିଦ୍ୟାଳୟ)ର ସେ ପ୍ରତିଷ୍ଠାତା ଥିଲେ ।[2] ଲୋପ ପାଇ ଆସୁଥିବା ଗୋଟିପୁଅ ନୃତ୍ୟର ସେ ପୁନଃରୁଦ୍ଧାର କରିଥିଲେ । ତାଙ୍କ ନୃତ୍ୟ ଶୈଳୀ ଗୋଟିପୁଅର ରଘୁରାଜପୁର ଘରଣା ଭାବରେ ପରିଚିତ (Raghurajpur Gharana of Gotipua) । ତାଙ୍କ ବିଦ୍ୟାଳୟରେ ନୃତ୍ୟ ତାଲିମ ଦିଆ ଯିବା ସହ ପାଠ ମଧ୍ୟ ପଢ଼ା ଯାଉଥିଲା । ୫ ଡିସେମ୍ବର ୨୦୦୮ରେ ସେ ମୃତ୍ୟୁ ବରଣ କରିଥିଲେ ।