From Wikipedia, the free encyclopedia
ମାଢି ପ୍ରଦାହ ବା ଜିଞ୍ଜିଭାଇଟିସ (ଇଂରାଜୀ ଭାଷାରେ Gingivitis) ରୋଗରେ ମାଢିର କୌଣସି ତନ୍ତୁ ନଷ୍ଟ ହୁଏନି ।[1] [4] ଏହାର ଲକ୍ଷଣରେ ମାଢି ଲାଲ୍ ଦେଖାଯାଏ, ଫୁଲିଯାଏ ଓ ସହଜରେ ସେଥିରୁ ରକ୍ତସ୍ରାବ ହୁଏ ।[1] ସାଧାରଣତଃ ଏଥିରେ କୌଣସି ଯନ୍ତ୍ରଣା ହୁଏ ନାହିଁ ।[1] ରୋଗ ଜଟିଳ ହେଲେ ମଧ୍ୟରେ ପେରିଓଡୋଣ୍ଟାଇଟିସ୍ ଏବଂ ଦାନ୍ତ କ୍ଷୟ ହୋଇ ନଷ୍ଟ ହୋଇଯାଇପାରେ। [1]
Gingivitis | |
---|---|
ବିଭାଗ | Dentistry |
ଲକ୍ଷଣ | Red swollen gums which bleed easily[1] |
କାରଣ | Bacterial film, lack of vitamin C, pregnancy, certain medications[1] |
ବିପଦ କାରକ | Smoking, dry mouth, genetics[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Dental exam[2] |
ଚିକିତ୍ସା | Oral hygiene, professional teeth cleaning[3] |
Prognosis | Good with treatment[1] |
ପୁନଃପୌନିକ | Common[1] |
ଏହାର ସବୁଠାରୁ ସାଧାରଣ କାରଣ ହେଉଛି ଦାନ୍ତରେ ଲାଗିଥିବା ଜୀବାଣୁ ଝିଲ୍ଲି ବା ପ୍ଲେକ ।[1] ଅନ୍ୟାନ୍ୟ କାରଣ ମଧ୍ୟରେ ଭିଟାମିନ୍ 'ସି'ର ଅଭାବ, ଗର୍ଭଧାରଣ ଏବଂ କେତେକ ଔଷଧ ଯେପରିକି ଫେନିଟଏନ ଏବଂ କ୍ୟାଲସିୟମ୍ ଚ୍ୟାନେଲ୍ ବ୍ଲକର ଅନ୍ତର୍ଭୁକ୍ତ ଥାଏ ।[1] ଅନ୍ୟାନ୍ୟ ବିପଦ କାରଣଗୁଡ଼ିକ ହେଉଛି ଧୂମପାନ ଏବଂ ଶୁଖିଲା ପାଟି ।[1] ରୋଗ ନିର୍ଣ୍ଣୟ ସାଧାରଣତଃ ଦାନ୍ତ ପରୀକ୍ଷାଦ୍ୱାରା ହୋଇଥାଏ ।[2] ଏହା ପେରିଓଡୋଣ୍ଟାଲ ରୋଗର ଏକ ମୃଦୁ ରୂପ ।[2]
ଏହି ରୋଗର ଚିକିତ୍ସାରେ ପାଟି ସ୍ୱଚ୍ଛ ରଖିବା ଏବଂ ଭଲ ଭାବରେ ଦାନ୍ତ ସଫା କରିବାକୁ ହୁଏ ।[3] ଗୁରୁତର ପରିସ୍ଥିତିରେ ଆଣ୍ଟିବାୟୋଟିକ୍ କିମ୍ବା ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ। [5] ଉପଯୁକ୍ତ ଚିକିତ୍ସାରେ ଫଳାଫଳ ସାଧାରଣତଃ ଭଲ ହୁଏ ।[1]
ମାଢି ପ୍ରଦାହ ବା ଜିଞ୍ଜିଭାଇଟିସ ହେଉଛି ପେରିଓଡୋଣ୍ଟାଲ ରୋଗର ସବୁଠାରୁ ସାଧାରଣ ପ୍ରକାର ରୋଗ ।[1] ଏହି ରୋଗରେ ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।[1] ଉଭୟ ଶିଶୁ ଏବଂ ବୟସ୍କମାନେ ସାଧାରଣତଃ ପ୍ରଭାବିତ ହୁଅନ୍ତି । [1] ଅନ୍ତତଃ ପକ୍ଷେ ଖ୍ରୀଷ୍ଟପୂର୍ବ ୪୦୦ରୁ ହିପୋକ୍ରାଟସ୍ ଏହି ରୋଗର ବର୍ଣ୍ଣନା କରିଥିଲେ ।[6]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.