ମାତୃ ମୃତ୍ୟୁ
ଗର୍ଭାବସ୍ଥାରେ ବା ଗର୍ଭ ସମାପ୍ତି ପରଠାରୁ ୪୨ ଦିନ ପର୍ଯ୍ୟନ୍ତ ମହିଳାର ମୃତ୍ୟୁକୁ ମାତୃ ମୃତ୍ୟୁ କୁହାଯାଏ । / From Wikipedia, the free encyclopedia
ମାତୃ ମୃତ୍ୟୁ (ଇଂରାଜୀ ଭାଷାରେ Maternal death ବା maternal mortality) ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଦ୍ୱାରା ସଂଜ୍ଞାକରଣ କରାଯାଇଛି:- ଗର୍ଭାବସ୍ଥାରେ ବା ଗର୍ଭ ସମାପ୍ତି ପରଠାରୁ ୪୨ ଦିନ ପର୍ଯ୍ୟନ୍ତ ମହିଳାର ଗର୍ଭକାଳ, ଗର୍ଭର ସ୍ଥାନ, ଯେ କୌଣସି ଗର୍ଭ କାରଣରୁ ଅବସ୍ଥାର ଅବନତି ବା ଏହାର ଚିକିତ୍ସା ଇତ୍ୟାଦି କାରଣମାନଙ୍କ ଯୋଗୁ ମୃତ୍ୟୁ ହେଲେ ତାହାକୁ ମାତୃ ମୃତ୍ୟୁ କୁହାଯିବ କିନ୍ତୁ ଦୁର୍ଘଟଣା ବା ସମସାମୟିକ କାରଣରୁ ନୁହେଁ ।[1][2]
ଡବ୍ଲ୍ୟୁଏଚଓର ଏହି ସଂଜ୍ଞାରେ ଗର୍ଭ ସମାପ୍ତି ପରେ ସମୟ ଅବଧିକୁ ସିଡିସି ଏକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।[3]
ଇଂରାଜୀ ଭାଷାରେ ମ୍ୟାଟରନାଲ ମର୍ଟାଲିଟି ରେଟ୍ (ମାତୃ ମୃତ୍ୟୁ ହାର) ଓ ମ୍ୟାଟରନାଲ ମର୍ଟାଲିଟି ରେସିଓ (maternal mortality ratio - ମାତୃ ମୃତ୍ୟୁ ଅନୁପାତ) ସୂଚକ ଦୁଇଟିକୁ ଏମଏମଆର ("MMR") ଭାବରେ ବ୍ୟବହାର କରାଯାଏ ଯାହା ଦ୍ୱନ୍ଦ୍ୱ ସୃଷ୍ଟି କରେ ।[4] ୧୯୯୦ ମସିହାରୁ ୨୦୧୭ ମସିହା ସୁଦ୍ଧା ମାତୃ ମୃତ୍ୟୁ ହାର ୪୪% କମିଯାଇଛି କିନ୍ତୁ ପ୍ରତି ଦିନ ୮୩୦ ଜଣ ମହିଳ ଗର୍ଭ ଓ ଶିଶୁଜନ୍ମ କାରଣରୁ ମୃତ୍ୟୁ ମୁଖରେ ପତିତ ହେଉଛନ୍ତି ।[5] ମିଳିତ ଜାତିସଂଘ ଜନସଂଖ୍ୟା ଫଣ୍ଡ (UNFPA)ଦ୍ୱାରା ୨୦୧୭ ମସିହାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଜଣେ ମହିଳା ପ୍ରତି ଦୁଇ ମିନିଟରେ ଓ ମୃତ୍ୟୁ ବରଣ କରୁଥିବା ପ୍ରତ୍ୟେକ ମହିଳା ୨୦-୩୦ ସଂଖ୍ୟକ ଜଟିଳ ସମସ୍ୟାର ସମ୍ମୁଖୀନ ହୁଅନ୍ତି ବା ଦୀର୍ଘକାଳୀନ କୁଫଳ ପ୍ରାପ୍ତ ହୁଅନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ସମସ୍ୟାର ପ୍ରତିଷେଧ ହୋଇପାରିବ ।[5]
୨୦୧୫ ମସିହାରେ ସର୍ବମୋଟ ୩୦୩୦୦୦ ମହିଳା ପ୍ରସବ ବା ଗର୍ଭାବସ୍ଥାଜନିତ ସମସ୍ୟାରୁ ମୃତ୍ୟୁବରଣ କରିଥିବା ମିଳିତ ଜାତିସଂଘ ଜନସଂଖ୍ୟା କୋଷ ପ୍ରକାଶ କରିଥିଲା ।[5] ଏଥିରୁ କିଛି କାରଣ ଯଥା – ପ୍ରସବ ପରବର୍ତ୍ତୀ ରକ୍ତସ୍ରାବ ଓ ପ୍ରସବ ବାଧାପ୍ରାପ୍ତ ହେବା[6] ଇତ୍ୟାଦି ଅବସ୍ଥାର ପ୍ରତିରୋଧ ସମ୍ଭବପର । ବହୁ ମହିଳାମାନଙ୍କୁ ପରିବାର ନିୟୋଜନ ଓ ପ୍ରସବ ଯତ୍ନ ସମ୍ପର୍କୀୟ ସୁବିଧା ଉପଲବ୍ଧ ହୋଇପାରିଥିବାରୁ ବିଶ୍ୱ ସ୍ତରରେ ମାତୃ ମୃତ୍ୟୁ ହାର ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି । ୧୯୯୦ ମସିହାରେ ଲକ୍ଷେ ପ୍ରସବରେ ୩୮୫ଟି ମାତା ମୃତ୍ୟୁମୁଖରେ ପଡ଼ୁଥିଲେ, କିନ୍ତୁ ୨୦୧୫ ମସିହା ବେଳକୁ ଲକ୍ଷେ ପ୍ରସବରେ ଏହି ସଂଖ୍ୟା ୨୧୬କୁ ହ୍ରାସ ପାଇଛି । ବିଗତ ଦଶ ବର୍ଷରେ ଅନେକ ଦେଶ ଏହି ମୃତ୍ୟୁ ହାରକୁ ୫୦% କମାଇବାରେ ସଫଳ ହୋଇପାରିଛନ୍ତି ।[5]
ମାତୃ ମୃତ୍ୟୁ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇ ଏହି ହାର ହ୍ରାସ ପାଇଛି ସତ, କିନ୍ତୁ ଅବିକଶିତ ଓ ଗରିବ ଦେଶମାନଙ୍କରେ ଏହି ଦିଗରେ ବହୁ ମାତ୍ରାରେ ଉନ୍ନତି ଆବଶ୍ୟକ । ଏସିଆ ଓ ଆଫ୍ରିକା ମହାଦେଶର ଅବିକଶିତ ଦେଶମାନଙ୍କର ମାତୃ ମୃତ୍ୟୁ ହାର ସମଗ୍ର ବିଶ୍ୱର ମାତୃ ମୃତ୍ୟୁ ହାରର ୮୫% ।[5] ମାତାଙ୍କ ମୃତ୍ୟୁର ପ୍ରଭାବ ପରିବାର ଉପରେ ମଧ୍ୟ ପଡ଼ିଥାଏ । ଯଦିଓ କିଛି ଶିଶୁ ଗର୍ଭରୁ ଜୀବିତ ବାହାରିବାରେ ସଫଳ ହୁଅନ୍ତି, କିନ୍ତୁ ସେମାନେ ଦୁଇ ବର୍ଷ ମଧ୍ୟରେ ମୃତ୍ୟୁବରଣ କରିବାର ସମ୍ଭାବନା ଅଧିକ ।[5]