ବର୍ଷା ଆଗମନ ଓ କଲେରା, ବସନ୍ତ ଓ ହାଡ଼ଫୁଟି ରୋଗରୁ ରକ୍ଷାକାରୀ ଦେବୀ । From Wikipedia, the free encyclopedia
ମାରିଆମ୍ମାଁ (Māri (/mɒrı/, /maari/, Tamil: மாரி), ଅନ୍ୟ ନାମ ( /mɒrı əˈmʌn/ Tamil: மாரியம்மன்) ମାରିଆମ୍ମା ବା ମାରିଆଇ/ Mariaai, ଉଭୟର ଅର୍ଥ "ମା ମାରି"/ "Mother Mari", ଉଚ୍ଚାରଣ ମାରିଆମ୍ମା Maariamma (Tamil: மாரியம்மா), ବା କେବଳ ଆମ୍ମାଁ/ Amman ବା ଆଥା/ Aatha (Tamil: அம்மன், ଯାହାର ଅର୍ଥ କେବଳ 'ମା'/"mother")) ଜଣେ ହିନ୍ଦୁ ଠାକୁରାଣୀ ଓ ବର୍ଷାର ଦେବୀ, ତାମିଲ ନାଡ଼ୁ ଓ ତାହା ଚାରିପାଖର ଇଲାକାରେ ସେ ଜଣେ ବିଖ୍ୟାତ ଦେବୀ । ତାମିଲ ନାଡ଼ୁ (Tamil Nadu) ଓ ତିରୁଚେରାଇର (Thirucherai) ଗ୍ରାମୀଣ ଇଲାକାରେ ସେ ଜଣେ ଅଗ୍ରଣୀ ଦେବୀ । ମାତା ପାର୍ବତୀ, [1] ଦୁର୍ଗା [2] ଓ ଉତ୍ତର ଭାରତୀୟ ଶିତଳା ଦେବୀଙ୍କ (Shitala) ସହ ସମ୍ପର୍କ ଥାଏ । ଗ୍ରୀଷ୍ମ ଶେଷ ବା ଶରତ ଋତୁରେ ତାଙ୍କର ଉତ୍ସବ ପାଳନ କରାଯାଏ । ସେତିକି ବେଳେ ସାରା ତାମିଲ ନାଡ଼ୁ ଓ ଦାକ୍ଷିଣାତ୍ୟରେ ଥିରୁବିଝା ଉତ୍ସବ ମାରିଆମ୍ମାଁଙ୍କ ନାମରେ ପାଳନ କରାଯାଏ । ବର୍ଷା ଆଗମନ ନିମନ୍ତେ ଓ କଲେରା, ବସନ୍ତ ଓ ହାଡ଼ଫୁଟି ରୋଗରୁ ରକ୍ଷାପାଇବା ନିମନ୍ତେ ଏହି ପୂଜା ତାଙ୍କ ନାମରେ ପାଳନ କରାଯାଏ ।
ମାରିଆମ୍ମାଁଙ୍କ ପୂଜା ବିଧି ସ୍ଥାନୀୟ ଗ୍ରାମ ଦେବତା ଓ ପିଦାରି ପୂଜା ଅନୁସାରେ ଅଣବ୍ରାହ୍ମଣ କରନ୍ତି ଓ ସମୟପୁରମ ମାରିୟାମ୍ମାଁ ଭଳି ବଡ଼ ମନ୍ଦିରରେ ବ୍ରାହ୍ମଣମାନେ କରନ୍ତି । ଶାକ୍ତ ମତରେ ତାଙ୍କର ବସିଥିବା ଅବସ୍ଥାର ବର୍ଣ୍ଣନା କରାଯାଏ, ଗଣେଷ ଓ ସୁବ୍ରମନିଅମ ବା ଗଣେଷ ଓ ନାଗ ତାଙ୍କ ଦୁଇ ପାଖରେ ଥାଆନ୍ତି । ରଥ ଯାତ୍ରା କରି ପଟୁଆରରେ ତାଙ୍କୁ ନିଆଯାଏ ।
ତାମିଲ ଲୋକ କଥାରେ ମାରିଆମ୍ମାଁ ଜଣେ ଦେବୀ ଯାହାଙ୍କର ବେଦ ଯୁଗ ପୂର୍ବରୁ ଭାରତରେ ସୃଷ୍ଟି ହୋଇଛି । ସେ ମୂଖତଃ ତାମିଲ ଲୋକଙ୍କର ବିଶେଷତଃ ତାମିଲ ନାଡ଼ୁର ଗ୍ରାମୀଣ ଲୋକଙ୍କର ଦେବୀ ମାତା । ବେଦର ପରବର୍ତ୍ତୀ ଯୁଗରେ ହିନ୍ଦୁଙ୍କର ପାର୍ବତୀଙ୍କ Parvati,[3] କାଳୀ ଓ ଦୁର୍ଗା ଓ [4] ଉତ୍ତର ଭାରତର ଶିତଳ (Shitala) ଦେବୀ ଓ ପୂର୍ବ ଭାରତର ମନସା (Manasa) ଦେବୀଙ୍କ ସହିତ ତାଙ୍କୁ ସଂଯୁକ୍ତ କରାଯାଇଛି ।
ତାମିଲରେ ମାରି ଶବ୍ଦର ଅର୍ଥ ବର୍ଷା ଓ ଆମ୍ମା ଅର୍ଥ ମାତା । ବର୍ଷା ଓ ସମୃଦ୍ଧି ନିମନ୍ତେ ପୁରାତନ ତାମିଲମାନେ ତାଙ୍କୁ ପୂଜା କରୁଥିଲେ କାରଣ ସେମାନଙ୍କର ଫସଲ ବର୍ଷା ଉପରେ ନିର୍ଭରଶୀଳ ଥିଲା । ତାଙ୍କର ପୂଜା ଅନ୍ୟ ଅର୍ଥରେ ମାତ ଜାତିକୁ ପୂଜା ଓ ସମ୍ମାନ ଦେଖାଇବା ନିର୍ଦ୍ଦେଶ କରୁଛି । ସଙ୍ଗମ କାଳରେ ବିଶେଷତଃ ମଦୁରାଇରେ ମହିଳା ପୁଜାରିଣୀ ତାଙ୍କ ପୂଜା କରୁଥିଲେ । [5] ସଙ୍ଗମ ସାହିତ୍ୟରେ ପାଲାମୁତିରଚୋଲାଇ (Palamutircholai) ମନ୍ଦିରରେ କୁରବ ପୁଜାରିଣୀଙ୍କ ପୁଜାର ବିସ୍ତୃତ ବର୍ଣ୍ଣନା ଅଛି । [6]
ମହାଭାରତ ଅନୁସାରେ ମାରିଆମ୍ମାଁଙ୍କ ସୃଷ୍ଟି ବିଷୟରେ ଗୋଟିଏ କଥା ଲେଖାଯାଇଛି ଯେ ପାଣ୍ଡବଙ୍କ ପତ୍ନୀ ଦ୍ରୌପଦୀ ମହାକାଳୀଙ୍କର ଅବତାର ଥିଲେ । ଏହି କଥା କେବଳ କୃଷ୍ଣଙ୍କୁ ଜଣାଥିଲା । ମହାକାଳୀଙ୍କ ଅବତାର ହୋଇଥିଲେ ମଧ୍ୟ ଦ୍ରୌପଦୀ ତାଙ୍କର ଆଧିଭୌତିକ ଶକ୍ତି ପ୍ରୟୋଗ ନକରି ସାଧାରଣ ମହିଳାଙ୍କ ଭଳି ଜୀବନ ଯାପନ କରୁଥିଲେ । ରାତିରେ ପାଣ୍ଡବମାନେ ନିଦ୍ରା ଯିବା ପରେ ସେ ମହାକାଳୀ ରୁପ ଧାରଣ କରି ବନିୟାର ଗ୍ରାମମାନଙ୍କୁ ଯାଉଥିଲେ । ବନିୟାର ଲୋକମାନେ ତାଙ୍କୁ ପୂଜା କରି ବାର୍ଲି ଦେଉଥିଲେ । ଉତ୍ତର ଭାରତରେ ରାଜପୁତ କ୍ଷତ୍ରିୟମାନ ମଧ୍ୟ ଶିତଳା ଦେବୀଙ୍କୁ ଠିକ ଏହି ଭଳି ପୂଜା କରୁଥିଲେ । ଶିତଳା ଦେବୀଙ୍କର ମଧ୍ୟ ଠିକ୍ ସେହିଭଳି ପୃଷ୍ଟଭୂମି ଥିଲେ ଯେଉଁଥିରେ ସେ ଗ୍ରାମମାନଙ୍କୁ ସୁରକ୍ଷା ଦେଉଥିଲେ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.