![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/0/02/Hypogranular_neutrophil_with_a_pseudo-Pelger-Huet_nucleus_in_MDS.jpg/640px-Hypogranular_neutrophil_with_a_pseudo-Pelger-Huet_nucleus_in_MDS.jpg&w=640&q=50)
ମାୟେଲୋଡିସପ୍ଲାସ୍ଟିକ ସିଣ୍ଡ୍ରୋମ
From Wikipedia, the free encyclopedia
ମାୟେଲୋଡିସପ୍ଲାସ୍ଟିକ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Myelodysplastic syndromes ବା MDS) ଏକ ପ୍ରକାର କର୍କଟ ରୋଗ ଦଳ ଯେଉଁଥିରେ ଅସ୍ଥି ମଜ୍ଜାରେ (bone marrow) ଥିବା ରକ୍ତ କୋଷଗୁଡ଼ିକ (blood cell) ବିକଶିତ ବା ସୁସ୍ଥ ହୁଅନ୍ତି ନାହିଁ । ପ୍ରାରମ୍ଭରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ । ପରବର୍ତ୍ତୀ ସମୟରେ ଥକ୍କାଣ (feeling tired), ଅଣନିଶ୍ୱାସୀ (shortness of breath), ସହଜ ରକ୍ତସ୍ରାବ (bleeding) ଓ ବାରମ୍ବାର ସଂକ୍ରମଣ (infections) ହୁଏ । କେତେକ ରୋଗ ଆକ୍ୟୁଟ ମାୟେଲଏଡ ଲିଉକେମିଆ (acute myeloid leukemia) ରୋଗକୁ ପରିବର୍ତ୍ତିତ ହୋଇଯାଏ ।[2]
ମାୟେଲୋଡିସପ୍ଲାସ୍ଟିକ ସିଣ୍ଡ୍ରୋମ | |
---|---|
ଇଂରାଜୀ ପ୍ରତିଶବ୍ଦ - ପ୍ରିଲିଉକେମିଆ/preleukemia, ମାୟେଲୋଡିସପ୍ଲାସିଆ/myelodysplasia[1] | |
![]() ମାୟେଲୋଡିସପ୍ଲାସ୍ଟିକ ସିଣ୍ଡ୍ରୋମ ରୋଗୀର ରକ୍ତ ସ୍ମିଅର (Blood smear) ଚିତ୍ର । ସ୍ୱଳ୍ପ ନିଉଟ୍ରୋଫିଲ ଗ୍ରାନ୍ୟୁଲ ଓ ସୁଡୋ-ପେଲଗେର-ହୁଏଟ ନ୍ୟୁକ୍ଲିଅସ (pseudo-Pelger-Huet nucleus) ଦେଖାଯାଉଛି । ପଏକିଲୋସାଇଟୋସିସ ବା ଅସାଧାରଣ ଆକାରର ଲୋହିତ ରକ୍ତ କଣିକା (abnormally shaped red blood cells) ଦେଖାଯାଉଛି । | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Haematology, oncology |
ଆଇସିଡ଼ି-୧୦ | D46. |
ଆଇସିଡ଼ି-୯-ସିଏମ୍ | 238.7 |
ଆଇସିଡ଼ି-ଓ | 9980/0-ଛାଞ୍ଚ:ICDO |
ରୋଗ ଡାଟାବେସ | 8604 |
ଇ-ମେଡ଼ିସିନ | med/2695 ped/1527 |
MeSH | D009190 |
Orphanet | 52688 |
କେମୋଥେରାପି (chemotherapy), ରାଡିଏସନ ଥେରାପି (radiation therapy); କେତେକ ରାସାୟନିକ ଦ୍ରବ୍ୟ ସଂସ୍ପର୍ଶ ଯେପରିକି ଧୁମ୍ରପାନ, ପୋକମାରୀ (pesticides) ଓ ବେଞ୍ଜିନ (benzene); ଓଜନିଆ ଧାତୁ ଯେପରିକି ପାରଦ ଓ ସୀସା ଇତ୍ୟାଦି ସଂସ୍ପର୍ଶରେ ଆସିଲେ ଏହି ରୋଗ ସଙ୍କଟ ସୃଷ୍ଟି କରେ । ରକ୍ତ କୋଷ ତିଆରିରେ ସମସ୍ୟା ହେବା ଯୋଗୁ ଆନିମିଆ, ଥ୍ରୋମ୍ବୋସାଇଟୋପିନିଆ (low platelets) ଓ ଶ୍ୱେତ ରକ୍ତ କଣିକା ସଂଖ୍ୟା କମିଯାଏ । ଅଧିକ ବ୍ଲାସ୍ଟ ସେଲ ବା ଅପରିପକ୍ୱ ରକ୍ତ କୋଷ ଦେଖାଯାଏ । ରକ୍ତ କୋଷ ଓ ଅସ୍ଥି ମଜ୍ଜାର ନିର୍ଦ୍ଦିଷ୍ଟ ପରିବର୍ତ୍ତନ ଅନୁସାରେ ରୋଗକୁ ଶ୍ରେଣୀ ଭୁକ୍ତ କରାଯାଏ । [2]
ସାହାଯ୍ୟକାରୀ ଯତ୍ନ (supportive care), ଔଷଧ ଓ ସ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟ (stem cell transplantation) ସାହାଯ୍ୟରେ ଏହି ରୋଗର ଚିକିତ୍ସା କରାଯାଏ । ସାହାଯ୍ୟକାରୀ ଯତ୍ନ ମଧ୍ୟରେ ରକ୍ତ ଅନ୍ତର୍ଭରଣ (blood transfusions), ଲୋହିତ ରକ୍ତ କଣିକା ସଂଖ୍ୟା ବୃଦ୍ଧି ସହାୟକ ଔଷଧ ଓ ଆଣ୍ଟିବାୟୋଟିକ (antibiotic) ଦିଆଯାଏ । ଲେନାଲିଡୋମାଇଡ (lenalidomide), ଆଣ୍ଟିଥାଇମୋସାଇଟ ଗ୍ଲୋବ୍ୟୁଲିନ (antithymocyte globulin) ଓ ଆଜାସାଇଟିଡିନ (azacitidine) ଇତ୍ୟାଦି ଔଷଧ ଦେଇ ଚିକିତ୍ସା କରାଯାଏ । କେମୋଥେରାପି ଗ୍ରହଣ କରିବା ପରେ ସ୍ଟେମ ସେଲ ପ୍ରତିରୋପଣ ସାହାଯ୍ୟରେ କେତେକ ରୋଗୀ ଆରୋଗ୍ୟ ହେଉଛନ୍ତି । [2]
ପ୍ରତିବର୍ଷ ୧୦୦,୦୦୦ ଲୋକରେ ୪ ଜଣ ଲୋକ ପ୍ରଥମ ଥର ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହି ରୋଗ ୭୦ ବର୍ଷ ବୟସ ବେଳକୁ ଆକ୍ରମଣ କରେ ।[3] କିଭଳି କୋଷ ଆକ୍ରାନ୍ତ ହୋଇଛନ୍ତି, ଅସ୍ଥିମଜ୍ଜାରେ ବ୍ଲାସ୍ଟ ସେଲ ପରିମାଣ ଓ ଆକ୍ରାନ୍ତ କୋଷରେ କ୍ରମୋଜୋମର ପରିବର୍ତ୍ତନ ଉପରେ ଫଳାଫଳ ନିର୍ଭର କରେ । [2] ରୋଗ ନିର୍ଣ୍ଣୟ ପରେ ପରମାୟୁ ପ୍ରାୟ ୨.୫ ବର୍ଷ ବାକି ରହେ । [3] ୧୯୦୦ ଶତାବ୍ଦୀର ପ୍ରାରମ୍ଭରେ ଏହି ରୋଗ ଚିହ୍ନଟ ହୋଇଥିଲା । ପ୍ରଚଳିତ ରୋଗ ନାମ ସନ ୧୯୭୬ରେ ପ୍ରଥମେ ବ୍ୟବହୃତ ହୋଇଥିଲା । [4]