ମିଫେପ୍ରିସ୍ଟୋନ
From Wikipedia, the free encyclopedia
ମିଫେପ୍ରିସ୍ଟୋନ, ଅନ୍ୟ ନାମ ଆରୟୁ-୪୮୬ (RU-486), ଏକ ଔଷଧ ଯାହା ଗର୍ଭପାତ କରିବା ନିମନ୍ତେ ମିସୋପ୍ରିସ୍ଟଲ ସହିତ ମିଶେଇ ଦିଆଯାଏ ।[1] ଏହି ସଂଯୁକ୍ତ ଔଷଧ ଗର୍ଭାବସ୍ଥାର ପ୍ରଥମ ୫୦ ଦିନ ମଧ୍ୟରେ ୯୫ % ଫଳପ୍ରଦ ରହେ । ଦ୍ୱିତୀୟ ତ୍ରୈମାସିକରେ ମଧ୍ୟ ଏହା ଫଳପ୍ରଦ ହୁଏ ।[2][3] ବ୍ୟବହାରର ୨ ସପ୍ତାହ ପରେ ଏହାର ପ୍ରଭାବ ପରୀକ୍ଷା କରି ଦେଖିବା ଆବଶ୍ୟକ । ଏହା ପାଟିରେ ଦିଆଯାଏ । [1]
Clinical data | |
---|---|
Trade names | Mifeprex |
AHFS/Drugs.com | monograph |
MedlinePlus | a600042 |
Pregnancy category |
|
Routes of administration | By mouth |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 69% |
Protein binding | 98% |
Metabolism | Liver |
Elimination half-life | 18 hours |
Excretion | Fecal: 83%; Kidney: 9% |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.127.911 |
Chemical and physical data | |
Formula | C29H35NO2 |
Molar mass | 429.60 g/mol |
3D model (JSmol) | |
Density | 1.189 g/cm3 |
Melting point | 194 °C (381 °F) |
Boiling point | 629 °C (1,164 °F) |
SMILES
| |
InChI
| |
(verify) |
ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ପେଟ ଯନ୍ତ୍ରଣା, ଥକ୍କା ଲାଗିବା ଓ ଯୋନୀରୁ ରକ୍ତସ୍ରାବ ହୁଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅତ୍ୟଧିକ ଯୋନୀ ରକ୍ତସ୍ରାବ, ଜୀବାଣୁ ସଂକ୍ରମଣ ଓ ଗର୍ଭପାତ ନ ହେଲେ ବିକଳାଙ୍ଗ ଶିଶୁ ସୃଷ୍ଟି ହୁଏ । ଉପଯୁକ୍ତ ଅନୁସରଣ ଯତ୍ନ ସୁବିଧା ଥିଲେ ଏହା ବ୍ୟବହାର କରିବା ଉଚିତ । ପ୍ରୋଜେସ୍ଟେରନର ପ୍ରଭାବ ବାଧା ଦେଇ ଏହା ଜରାୟୁ ସଙ୍କୋଚନ କରେ ।[1]
ସନ ୧୯୮୦ରେ ଏହା ପ୍ରସ୍ତୁତ ହୋଇ ଫ୍ରାନ୍ସରେ ସନ ୧୯୮୭ରେ ବ୍ୟବହାର କରାଗଲା ।[4] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ସନ ୨୦୦୦ରେ ଉପଲବ୍ଧ ହେଲା । [2] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[5] ସନ ୨୦୧୪ ସୁଦ୍ଧା ଏହା କାନାଡ଼ା ଓ ଅଷ୍ଟ୍ରେଲିଆରେ ମିଳିପାରି ନାହିଁ । [6] ବିକାଶଶୀଳ ପୃଥିବୀରେ ଏହାର ଅଧିକ ମୂଲ୍ୟ ଯୋଗୁ ମିଳୁନାହିଁ ।[7][8] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଡୋଜ ପ୍ରତି ସନ ୨୦୧୫ରେ ୨୦୦ଡଲାରରୁ ଅଧିକ ମୂଲ୍ୟ ହେଉଛି । [9]