ମେଥାଡନ
From Wikipedia, the free encyclopedia
ମେଥାଡନ, ବିକ୍ରୟ ନାମ ଡୋଲୋଫିନ, ଏକ ଅଫିମ ଜାତୀୟ ଔଷଧ ଯାହା ଯନ୍ତ୍ରଣା ଚିକିତ୍ସା, ସଂରକ୍ଷଣ ଥେରାପି ଓ ଅଫିମ ନିର୍ଭରଶୀଳ ଲୋକଙ୍କ ନିଶାବିହୀନ ନିମନ୍ତେ ବ୍ୟବହାର କରାଯାଏ । [3] ଏକ ମାସ ମଧ୍ୟରେ ନିଶାବିହୀନ ହୋଇପାରିବ ବା ୬ ମାସ ମଧ୍ୟ ଲାଗିପାରିବ । ଗୋଟିଏ ଡୋଜ ଶୀଘ୍ର କାମ କଲେ ମଧ୍ୟ ସର୍ବାଧିକ ପ୍ରଭାବ ନିମନ୍ତେ ୫ ଦିନ ଲାଗିପାରେ । ଏହାର ପ୍ରଭାବ ୬ଘଣ୍ଟା ପର୍ଯ୍ୟନ୍ତ ରହେ ଓ ଦୀର୍ଘକାଳୀନ ବ୍ୟବହାରରେ ଦେଢ଼ ଦିନ ରହିପାରେ । ମେଥାଡନ ପାଟିରେ ଦିଆଯାଏ ବା ମାଂସପେଶୀ ଇଞ୍ଜେକସନ ବା ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ । [3]
Clinical data | |
---|---|
Trade names | Dolophine, others |
AHFS/Drugs.com | monograph |
MedlinePlus | a682134 |
Pregnancy category |
|
Routes of administration | Oral, intravenous, insufflation, sublingual, rectal |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 41-99% (oral)[1] |
Protein binding | 85-90%[1] |
Metabolism | Liver (CYP3A4, CYP2B6 and CYP2D6-mediated)[1][2] |
Onset of action | rapid[3] |
Elimination half-life | 7-65 hours[2] |
Duration of action | 4-8 hrs (one dose), 1-2 days (prolonged use)[3] |
Excretion | Urine, faeces[2] |
Identifiers | |
IUPAC name
| |
CAS Number |
|
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.000.907 |
Chemical and physical data | |
Formula | C21H27NO |
Molar mass | 309.445 g/mol |
3D model (JSmol) | |
Chirality | 1 : 1 mixture (racemate) |
SMILES
| |
InChI
| |
NY (what is this?) (verify) |
ଏହି ଔଷଦର ଅଫିମ ଅନୁଜାତୀୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । ଶିରଭ୍ରମ, ନିଦୁଆ ଓ ଝାଳ ବୋହିବା ଆଦି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଓପିଅଏଡ଼ ଆବ୍ୟୁଜ ବା ଶ୍ୱାସକ୍ରିୟା ପ୍ରଚେଷ୍ଟ କମ ହୁଏ । ପ୍ରଲମ୍ବିତ କ୍ୟୁଟି ସହିତ ଅନିୟମିତ ହୃତ୍ପିଣ୍ଡ ହାର ମଧ୍ୟ ଦେଖାଯାଏ ।[3] ସନ ୨୦୧୧ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଅଫିମ ସଂକ୍ରାନ୍ତିୟ ବିଷାକ୍ତତାର ୨୬ % ବା ୪୪୧୮ ଲୋକ ମେଥାଡିନ ଯୋଗୁ ବିଷାକ୍ତ ହୋଇଥିଲେ ।[4] ଅଧିକ ଡୋଜ ଦେଲେ ଅଧିକ ସଙ୍କଟ ରହେ ।[5] ରାସାୟନିକ ପଦ୍ଧତିରେ ମେଥାଡନ ପ୍ରସ୍ତୁତ କରାଯାଏ ଓ ଏହା ଓପିଅଏଡ ରିସେପ୍ଟର ଉପରେ କାମକରେ । [3]
ସନ ୧୯୩୭ରୁ ୧୯୩୯ ଭିତରେ ଜର୍ମାନୀରେ ଗୁସ୍ଟାଭ ଏରହାର୍ଟ (Gustav Ehrhart) ଓ ମାକ୍ସ ବକମୁଲ (Max Bockmühl) ଏହି ମେଥାଡନ ପ୍ରସ୍ତୁତ କରିଥିଲେ । [6][7] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ସନ ୧୯୪୭ରେ ବ୍ୟବହାର ନିମନ୍ତେ ଅନୁମୋଦିତ ହୋଇଥିଲା ।[3] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[8] ପୃଥିବୀରେ ସନ ୨୦୧୩ରେ ୪୧,୪୦୦ କେଜି ମେଥାଡନ ଉତ୍ପାଦିତ ହୋଇଥିଲା ।[9] ଅନ୍ୟ ସମସ୍ତ ନିଶାଦ୍ରବ୍ୟ ଭଳି ଏହା ନିୟନ୍ତ୍ରଣ କରାଯାଏ ।[10] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଅତି ଦାମିକା ନୁହେଁ । [11]