ମେଦଦ୍ୱିସ୍ତର
From Wikipedia, the free encyclopedia
ମେଦଦ୍ୱିସ୍ତର ବା ଫୋସ୍ଫୋ-ମେଦଦ୍ୱିସ୍ତର, ଏକ ପତଳା ପୋଲୀୟ ଝିଲ୍ଲୀ ଯାହା ମେଦାଣୁମାନଙ୍କର ଦୁଇଟି ସ୍ତରଦ୍ୱାରା ନିର୍ମିତ। ଏହି ଝିଲ୍ଲୀ ଗୁଡ଼ିକ ସମସ୍ତ କୋଷର କୋଷଜୀବକକୁ ଆବୃତ୍ତ କରି ରଖିଥାନ୍ତି। କୋଷଝିଲ୍ଲୀଠାରୁ ଆରମ୍ଭ କରି ସମସ୍ତ କୋଷାଙ୍ଗମାନଙ୍କର ଝିଲ୍ଲୀ (ଯଦି ଅଛି), ନ୍ଯଷ୍ଟିଝିଲ୍ଲୀ, ଏପରିକି ଭୂତାଣୁମାନଙ୍କର ମଧ୍ଯ କେତେକ ଅଂଶ ଏହି ଦ୍ୱିସ୍ତରରେ ଗଠିତ। ଏହି ଦ୍ୱିସ୍ତର ବିଭିନ୍ନ ଅଣୁମାନଙ୍କର ଗତିରେ ଏକ ବାଧକ ପରି କାମ କରେ ଏବଂ ଆୟନ ଆଦିଙ୍କୁ ସେହି ସ୍ଥାନରେ ରଖିଥାଏ ଯେଉଁଠାରେ ସେମାନେ ଆବଶ୍ୟକ। ପ୍ରସ୍ଥରେ କେତେକ ନାନୋମିଟର ଥିଲେ ମଧ୍ଯ[1] ଉପରୋକ୍ତ କାମପାଇଁ ଏଗୁଡିକ ଯୋଗ୍ୟ ଅଟନ୍ତି କାରଣ ସେମାନେ ଜଳପ୍ରୀତିଅଣୁଗୁଡ଼ିକ ପାଇଁ ପାରଗମ୍ଯ ନୁହଁନ୍ତି ।
ଜୈବ-ଦ୍ୱିସ୍ତରଗୁଡ଼ିକ ସାଧାରଣତଃ ଉଭୟପ୍ରୀତିକ ଫୋସ୍ଫୋମେଦଗୁଡ଼ିକଦ୍ୱାରା ଗଠିତ । ଫୋସ୍ଫୋମେଦଗୁଡ଼ିକର ଏକ ଜଳପ୍ରୀତିକ ଫୋସ୍ଫେଟ ଶିର ଏବଂ ଏକ ଜଳଭୀତିକ ଲାଞ୍ଜ ଯାହା ଦୁଇଟି ମେଦାମ୍ଳ ଶୃଙ୍ଖଳଦ୍ୱାରା ଗଠିତ ।[2]