ମୋହିନୀ
From Wikipedia, the free encyclopedia
ମୋହିନୀ (ଇଂରାଜୀ ଭାଷାରେ Mohini), (Sanskrit: मोहिनी, Mohinī) ବିଷୟ ହିନ୍ଦୁ ପୁରାଣରେ ବର୍ଣ୍ଣନା କରାଯାଇଛି ଓ ଏହା ବିଷ୍ଣୁଙ୍କର ଏକ ମହିଳା ଅବତାର ବୋଲି କୁହାଯାଏ । ତାଙ୍କୁ ଜଣେ ମାୟାବିନୀ ବା କୁହୁକିନୀ ଭାବରେ ଚିତ୍ରଣ କରାଯାଇଛି ଯିଏ ବ୍ୟକ୍ତିମାନଙ୍କୁ ପ୍ରେମରେ ପାଗଳ କରି ବିନାଶ କରିପାରନ୍ତି । ହିନ୍ଦୁ ପୁରାଣ ମହାଭାରତରେ ମୋହିନୀ ବିଷୟର ଅବତାରଣା କରାଯାଇଛି । ବିଷ୍ଣୁ ଏକ ମହିଳା ରୂପ ଧାରଣ କରି ଅସୁରଙ୍କ ହାତରର ଅମୃତ (Amrita) ଭରା ପାତ୍ର ଛଡ଼େଇ ଆଣି ଦେବତାଙ୍କୁ ଦେଇଥିଲେ ଓ ଏହା ଫଳରେ ଦେବତାମାନେ ତାଙ୍କର ଅମରତ୍ୱ ବଜାୟ ରଖିପାରିଲେ ।
ମୋହିନୀ | |
---|---|
"ଆକର୍ଷଣର ଦେବୀ" | |
Devanagari | मोहिनी |
Sanskrit Transliteration | Mohinī (English: infatuating) |
Affiliation | ବିଷ୍ଣୁଙ୍କ ଅବତାର, ଦେବୀ |
Weapon | ମୋହିନୀ ଅସ୍ତ୍ର (seduction), ସୁଦର୍ଶନ |
ମୋହିନୀଙ୍କ ବିଷୟରେ ବିଭିନ୍ନ କିମ୍ବଦନ୍ତୀମାନ ଅଛି ଯେଉଁଥିରେ ତାଙ୍କର ଅଦ୍ଭୁତ କର୍ମମାନଙ୍କର ବର୍ଣ୍ଣନା ଥିବା ସଙ୍ଗେ ସଙ୍ଗେ ତାଙ୍କର ଶିବଙ୍କ ସହିତ ବିବାହ ବିଷୟ ମଧ୍ୟ ଲେଖାଅଛି । ଏହି କାହାଣୀମାନଙ୍କ ମଧ୍ୟରେ ଭଷ୍ମାସୁର ବଧ ଅଛି । ସେ ମୂଖ୍ୟତଃ ଶତ୍ରୁମାନଙ୍କୁ ପ୍ରଲୁବ୍ଧ କରି ନଷ୍ଟ କରନ୍ତି । ସାରା ଭାରତୀୟ ସଂସ୍କୃତିରେ ତାଙ୍କୁ ପୂଜା କରାଯାଏ କିନ୍ତୁ ମୂଖ୍ୟତଃ ପଶ୍ଚିମ ଭାରତରେ ଥିବା ମନ୍ଦିରମାନଙ୍କରେ ସେ ମହାଳସା ନାମରେ ପୂଜା ପାଆନ୍ତି । ସେ ଖାଣ୍ଡୋବାଙ୍କ (Khandoba) (ଶିବଙ୍କର ଏକ ଅବତାର) ପତ୍ନୀ ଭାବରେ ଦେଖାଯାଆନ୍ତି ।