ଯୌନ ସଞ୍ଚାରିତ ରୋଗ From Wikipedia, the free encyclopedia
ଯୌନାଙ୍ଗ ଭାତୁଡ଼ି (ଇଂରାଜୀ ଭାଷାରେ Genital warts) ଏକ ପ୍ରକାର ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହର ସଂକ୍ରମଣ ଯାହା ମାନବ ପାପିଲୋମାଭୂତାଣୁ (ଏଚପିଭି/ HPV) ଦ୍ୱାରା ସଞ୍ଚାରିତ ହୁଏ । [4] ସେଗୁଡ଼ିକ ସାଧାରଣତଃ ପିଙ୍କ/ ଗୋଲାପୀ ରଙ୍ଗର ଏବଂ ଚର୍ମ ପୃଷ୍ଠରୁ ବାହାରକୁ ବାହାରିଥାଏ | [1] ସାଧାରଣତଃ ଏହି ରୋଗ ଅଳ୍ପ ଲକ୍ଷଣ ସୃଷ୍ଟି କରେ, କିନ୍ତୁ ବେଳେବେଳେ ଯନ୍ତ୍ରଣାଦାୟକ ହୋଇପାରେ | [3] ସାଧାରଣତଃ ରୋଗୀ ସଂସ୍ପର୍ଶରେ ଆସିବାର ଏକରୁ ଆଠ ମାସ ପରେ ଦେଖାଯାଏ | [2] ୱାର୍ଟ ହେଉଛି ମାନବ ପାପିଲୋମାଭୂତାଣୁ (HPV) ସଂକ୍ରମଣର ଅତି ସହଜ ଚିହ୍ନିତ ଲକ୍ଷଣ | [2]
Genital warts | |
---|---|
Condylomata acuminata, venereal warts, anal warts, anogenital warts | |
ବିଭାଗ | Infectious disease |
ଲକ୍ଷଣ | Skin lesion that is generally pink in color and project outward[1] |
ଆକ୍ରାନ୍ତ ସମୟ | 1-8 months following exposure[2] |
କାରଣ | HPV types 6 and 11[3] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms, can be confirmed by biopsy[3] |
ସଠିକ ରୋଗ ନିର୍ଣ୍ଣୟ | Molluscum contagiosum, skin tags, condyloma latum, squamous cell carcinoma[1] |
ପ୍ରତିକାର | HPV vaccine, condoms[2][4] |
ଔଷଧ | Podophyllin, imiquimod, trichloroacetic acid[3] |
ଚିକିତ୍ସା | Medications, cryotherapy, surgery[3] |
ପୁନଃପୌନିକ | ~1% (US)[2] |
ଏଚପିଭି ପ୍ରକାର ୬ ଏବଂ ୧୧ ଯୌନାଙ୍ଗ ଭାତୁଡ଼ିର ଏକ ସାଧାରଣ କାରଣ | [3] ଏହା ସିଧାସଳଖ ଚର୍ମରୁ ଚର୍ମ ସ୍ପର୍ଶ ମାଧ୍ୟମରେ ବ୍ୟାପିଥାଏ, ସାଧାରଣତଃ ସଂକ୍ରମିତ ସାଥୀ ସହିତ ପାଟି, ଯୌନାଙ୍ଗ କିମ୍ବା ମଳଦ୍ୱାର ଯୌନକ୍ରିୟା ସମୟରେ ବ୍ୟାପିଥାଏ | [2] ଲକ୍ଷଣ ଉପରେ ସାଧାରଣତଃ ରୋଗ ନିର୍ଣ୍ଣୟ କରାଯାଏ ଏବଂ ବାୟୋପ୍ସିଦ୍ୱାରା ସୁନିଶ୍ଚିତ କରାଯାଏ । [3] କର୍କଟ ରୋଗ ସୃଷ୍ଟି କରୁଥିବା ଏଚପିଭି ଗୁଡ଼ିକ ୱାର୍ଟ ସୃଷ୍ଟି କରୁଥିବା ଏଚପିଭି ସହିତ ସମାନ ନୁହେଁ |
ଏଚପିଭି ଟିକା ଓ କଣ୍ଡୋମ ସାହାଯ୍ୟରେ ଏହି ରୋଗ ରୋକାଯାଇପାରେ | [2] [4] ଏହାର ଚିକିତ୍ସାରେ ପୋଡୋଫିଲିନ୍, ଇମିକ୍ୱିମୋଡ, ଏବଂ ଟ୍ରାଇକ୍ଲୋରୋଆସେଟିକ ଏସିଡ କ୍ରିମ ବ୍ୟବହାର କରାଯାଏ | [3] କ୍ରାୟୋଥେରାପି କିମ୍ବା ଅସ୍ତ୍ରୋପଚାର ମଧ୍ୟ ଏକ ବିକଳ୍ପ ହୋଇପାରେ | [3] ଚିକିତ୍ସା ପରେ ଭାତୁଡ଼ି ପ୍ରାୟ ଛଅ ମାସ ମଧ୍ୟରେ ଉପଶମ ହୁଏ | [2] ବିନା ଚିକିତ୍ସାରେ ଏକ ତୃତୀୟାଂଶ ରୋଗ ସ୍ୱୟଂ ଭଲ ହୋଇଯାଏ । [2]
ଯୁକ୍ତରାଷ୍ଟ୍ରରେ ପ୍ରାୟ ୧% ଲୋକଙ୍କର ଯୌନାଙ୍ଗ ଭାତୁଡ଼ି ଥାଏ | [2] ଅନେକ ଲୋକ ସଂକ୍ରମିତ ହେଲେବି ଲକ୍ଷଣ ଦେଖାଯାଏ ନାହିଁ। [2] ଟୀକାକରଣ ବିନା ପ୍ରାୟ ସମସ୍ତ ଯୌନ ସକ୍ରିୟ ବ୍ୟକ୍ତି ସେମାନଙ୍କ ଜୀବନର କୌଣସି ଏକ ସମୟରେ ଏକ ପ୍ରକାରର ଏଚପିଭି ସଂକ୍ରମିତ ହୁଅନ୍ତି | [5] ଖ୍ରୀଷ୍ଟପୂର୍ବ ୩୦୦ ମସିହାରେ ହିପୋକ୍ରେଟସ ସମୟରୁ ଏହି ରୋଗ ଜଣାଶୁଣା ଅଛି। [6]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.